ଓଡିଶା

odisha

ନବନିର୍ମାଣ କୃଷକ ସଂଗଠନର ପଦଯାତ୍ରା, ଗଣତନ୍ତ୍ର ଦିବସରେ ‘ମହାଚେତାବନୀ ସମାବେଶ’

By ETV Bharat Odisha Team

Published : Jan 25, 2024, 2:16 PM IST

Naba nirman krushak sangathan: ବେକାରୀ ନିଯୁକ୍ତି ଏବଂ ଚାଷୀ ସମସ୍ୟା ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପଦଯାତ୍ରା ।

ନବନିର୍ମାଣ କୃଷକ ସଂଗଠନ
naba nirman krushak sangathan

naba nirman krushak sangathan

ଭଦ୍ରକ: ବେକାରୀ ନିଯୁକ୍ତି ଏବଂ ଚାଷୀ ସମସ୍ୟା ନେଇ ଗର୍ଜିଲା ନବ ନିର୍ମାଣ କୃଷକ ସଂଗଠନ । ଏନେଇ ବୁଧବାର ଭଦ୍ରକରେ କୃଷକ ସଂଗଠନ ପକ୍ଷରୁ ‘ମହାଚେତାବନୀ ସମାବେଶ’ ପାଇଁ ଆଦାନୀ-ଧାମରା ବନ୍ଦର ଅଭିମୁଖେ ଗଣ ପଦଯାତ୍ରା ଆରମ୍ଭ ହୋଇଥିଲା । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ପଦଯାତ୍ରାରେ ନାରା ଦେଇଥିଲେ କର୍ମୀ । ଭଦ୍ରକ ଜିଲ୍ଲା ଆଦାନୀ-ଧାମରା ବନ୍ଦରରେ ଓଡିଆଙ୍କୁ ନିଯୁକ୍ତି ଦାବି, ଚାଷ ଜମିକୁ ଜଳ ସେଚନ, ଚାଷୀର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ, ଚାଷୀଙ୍କୁ ମାସକୁ 5 ହଜାର ଟଙ୍କା ସୁରକ୍ଷା ଭତ୍ତା, ବେକାର ଯୁବକ ଏବଂ ଯବୁତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ପରିବା ଚାଷୀଙ୍କ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୀତଳ ଭଣ୍ଡାର ଖୋଲିବା ନେଇ ଦାବି କରିଥିଲେ କୃଷକ ସଂଘର ସଦସ୍ୟ । ଆଦାନୀ ଶୋଷଣ ବିରୋଧରେ ଭଦ୍ରକ ଗାନ୍ଧି ପଡିଆରୁ ଧାମରା ପର୍ଯ୍ୟନ୍ତ ଏହି ପଦଯାତ୍ରା ହୋଇଥିଲା ।

ନବ ନିର୍ମାଣ କୃଷକ ସଂଗଠନର ଅଭିଯୋଗ କରିଛି ଯେ, ପର୍ଯ୍ୟାପ୍ତ ପରିମାଣରେ ଖଣିଜ ସମ୍ପତ୍ତି ଥାଇବି ଓଡ଼ିଶା ଆଜି ଗରିବ । ଭଦ୍ରକ ଜିଲ୍ଲା ଧାମରାରେ ଆଦାନି ବନ୍ଦର କମ୍ପାନୀ 3 ଶହ ଏକର ଜମି ସମେତ ଓଡ଼ିଶାର ହଜାର ହଜାର ଏକର ଜମିର ଲିଜ୍ ନେଇ ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣିଜ ସମ୍ପତ୍ତି ଶାଗ ମାଛ ମୂଲ୍ୟରେ ଲୁଟି ନେଉଛି । ଓଡ଼ିଶା ପ୍ରତି ଅବହେଳାରେ ସରକାରଙ୍କ ମଧ୍ୟ ଆଦାନୀ ପ୍ରତି ଅହେତୁକ ଅନୁକମ୍ପା ରହିଛି । ଓଡ଼ିଶାର ସମସ୍ତ ବିକାଶ ମୂଳକ ପ୍ରକଳ୍ପ ଏବେ ଅଣ-ଓଡ଼ିଆ ଠିକାଦାରଙ୍କ କବଜାରେ । ଫଳରେ ଯୁବକ କାମ ନପାଇ ବେକାର ହେଉଛନ୍ତି ଓ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି । ସେହିପରି ଚାଷୀ ଅବହେଳିତ, ଶୋଷିତ ତଥା ଲାଞ୍ଛିତ ହେଉଛି। ବୁଧବାର ମଧ୍ୟାହ୍ନରେ ତିହିଡି ଅତିକ୍ରମ କରିବା ପରେ ସଂଧ୍ୟାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଆଜି ଚାନ୍ଦବାଲିରୁ ଧାମରା ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ ହୋଇଛି । ସାଧାରଣତନ୍ତ୍ର ଦିବସରେ ପୁଞ୍ଜିବାଦୀ ବିରୋଧରେ ମହା ଚେତାବନୀ ସମାବେଶ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ-କେନ୍ଦୁଝରରେ ନବ ନିର୍ମାଣ କୃଷକ ସଂଗଠନର ବିଶାଳ ଚାଷୀ ସମାବେଶ

ମିଳିଥିବା ସୂଚନା ଅନୁଯାୟୀ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଭଦ୍ରକ ଗାନ୍ଧି ପଡିଆ ଠାରୁ ବୁଧବାର ପଦଯାତ୍ରା ଆରମ୍ଭ ହୋଇଥିଲା। ପଦ ଯାତ୍ରାରେ ଆସିି ତିହିଡି ଡାକବଙ୍ଗଳା ନିକଟରେ ପ୍ରତିବାଦ ସଭା ଜରିଆରେ ଆଦାନୀ-ଧାମରା ବନ୍ଦର ବିରୋଧରେ ନାରା ଦେଇଥିଲେ ସଂଗଠନର ସଦସ୍ୟ । ତିହିଡି ପରେ ଚାନ୍ଦବାଲି ଅଭିମୁଖେ ପଦଯାତ୍ରା ହୋଇଥିଲା । ଆଜି (ଗୁରୁବାର) ଚାନ୍ଦବାଲିରୁ ଧାମରା ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ ହୋଇଛି । ସାଧାରଣତନ୍ତ୍ର ଦିବସରେ ପୁଞ୍ଜିବାଦୀ ବିରୋଧରେ ମହା ଚେତାବନୀ ସମାବେଶ କରାଯିବାର କାର୍ଯ୍ୟକ୍ରମ ରହିଛି। ଆଦାନୀ ପୋର୍ଟ ପାଖରେ ମହା-ଚେତାବନୀ ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ରାଉତ, ସୂଚନା ଅଧିକାର ଆବାହକ ପ୍ରଦୀପ ପ୍ରଧାନ ଏବଂ ଭଦ୍ରକ ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା ପ୍ରମୁଖ ସାମିଲ ହେବେ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details