ଓଡିଶା

odisha

ବସ କର୍ମଚାରୀଙ୍କଠୁ ଲୁଟ୍, ନିଶା ଦ୍ରବ୍ୟ ଖୁଆଇ ଲୁଟି ନେଲେ 90 ହଜାର

By ETV Bharat Odisha Team

Published : Mar 6, 2024, 1:55 PM IST

Loot From Bus Conductor In Dhenkanal: ରାଜ୍ୟରେ ମାତିଛନ୍ତି ଲୁଟେରା । ନିଶା ଦ୍ରବ୍ୟ ଖୁଆଇ ବସ କଣ୍ଡକ୍ଟର-ଡ୍ରାଇଭର ଓ ହେଲପରଙ୍କଠୁ ଲୁଟିନେଲେ ୯୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା । ଅଧିକ ପଢନ୍ତୁ

ବସ କର୍ମଚାରୀଙ୍କଠୁ ଲୁଟ୍, ନିଶା ଦ୍ରବ୍ୟ ଖୁଆଇ ୯୦ହଜାର ଟଙ୍କା ଲୁଟିଲେ ଦୁବୃର୍ତ୍ତ
ବସ କର୍ମଚାରୀଙ୍କଠୁ ଲୁଟ୍, ନିଶା ଦ୍ରବ୍ୟ ଖୁଆଇ ୯୦ହଜାର ଟଙ୍କା ଲୁଟିଲେ ଦୁବୃର୍ତ୍ତ

ବସ କର୍ମଚାରୀଙ୍କଠୁ ଲୁଟ୍, ନିଶା ଦ୍ରବ୍ୟ ଖୁଆଇ ୯୦ହଜାର ଟଙ୍କା ଲୁଟିଲେ ଦୁବୃର୍ତ୍ତ

ଢେଙ୍କାନାଳ:ରାଜ୍ୟରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ନିଶା ଦ୍ରବ୍ୟ, ମାରଣାସ୍ତ୍ର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ଦୁର୍ବୃତ୍ତ । ଏହାରି ମଧ୍ୟରେ ବର୍ତ୍ତମାନ ଲୁଟର ଶିକାର ହୋଇଛନ୍ତି ତେଙ୍କାନାଳର ୩ଜଣ ବସ କର୍ମଚାରୀ । ନିଶା ଦ୍ରବ୍ୟ ଖୁଆଇ ବସ କଣ୍ଡକ୍ଟର, ଡ୍ରାଇଭର ଏବଂ ହେଲପରଙ୍କ ଠାରୁ ୯୦ ହଜାର ଟଙ୍କା ଲୁଟିନେଇଛନ୍ତି ଲୁଟେରା । ଅଚେତ ଅବସ୍ଥାରେ ୩ଜଣ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇ ଭୁବନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନିଳମାଧବ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଘଟଣା । 'ଦାଶ ଆଣ୍ଡ ଦାଶ' ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ନିଶା ଦ୍ରବ୍ୟ ଖୁଆଇ ଲୁଟ୍ କରିଛନ୍ତି ଲୁଟେରା । ସୂଚନାନୁସାରେ OR 04 H 7387 ନମ୍ବର ବସଟି ଯାଜପୁର ଟାଉନରୁ ଭୁବନକୁ ଯାତ୍ରୀଙ୍କୁ ଓହ୍ଲାଇଥିଲା । ଏହା ପରେ ଚାରି ପାଞ୍ଚ ଜଣ ବସ କଣ୍ଡକ୍ଟରଙ୍କ ସହ ତିରିଶ ଚାଳିଶ ଜଣ ଯାତ୍ରୀ ଯାଜପୁର ଟାଉନ ଯିବାକୁ କହି ପନ୍ଦର ଶହ ଟଙ୍କା ଅଗ୍ରୀମ ଦେଇଥିଲେ । ପରେ ବସଟିକୁ ନେଇ ଜାତୀୟ ରାଜପଥ ୫୩ କଲେଜ ରୋଡ ନୀଳମାଧବ ପେଟ୍ରୋଲ ପମ୍ପ ନିକଟରେ ରଖିଥିଲେ ।

ସମୟ ଦିନ ଦୁଇଟା ସମୟରେ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ହୋଟେଲରେ ଭୋଜନ କରାଇ ବସ ନିକଟକୁ ଫେରିଥିଲେ । କୌଶଳ କ୍ରମେ ହେଲପରଙ୍କୁ ପଇସା ଦେଇ କୋଲଡ୍ରିଙ୍କ ମଗାଇଥିଲେ । ହେଲପର ହାତରୁ ଦୁର୍ବୃତ୍ତମାନେ କୋଲଡ୍ରିଙ୍କ ଛଡାଇ ନେଇ ସିଗାରେଟ ପାଇଁ ପଠାଇଥିଲେ । ପରେ ବସ କଣ୍ଡକ୍ଟର, ଡ୍ରାଇଭର ଓ ହେଲପରଙ୍କୁ ସେହି କୋଲଡ୍ରିଙ୍କ ପିଆଇଥିଲେ । ଏହାକୁ ପିଇ ସେମାନେ ଅଚେତ୍‌ ହୋଇଯାଇଥିଲେ । ଯାହାର ଫାଇଦା ନେଇ ଡ୍ରାଇଭରଙ୍କଠୁୁ ୯୦ ହଜାର ଟଙ୍କା ଓ କଣ୍ଡକ୍ଟରଙ୍କ ନିକଟରେ ଥିବା ଟଙ୍କାକୁ ଲୁଟିନେଲେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ ।

ପରେ ତିନି ବସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ବେହୋସ ଅବସ୍ଥାରେ ଦେଖି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ କଣ୍ଡକ୍ଟର ଅଭୟ କୁମାର ସାହୁଙ୍କ କହିବା ଅନୁସାରେ, ସେମାନଙ୍କୁ ଦୁର୍ବୃତ୍ତ ମାନେ କୋଲଡ୍ରିଙ୍କରେ ନିଶା ଦ୍ରବ୍ୟ ମିଶାଇ ପିଆଇଥିଲେ । ଏହାକୁ ପିଇ ସେମାନଙ୍କର ନିଶା ହୋଇଯାଇଥିବାରୁ ନିଦରେ ଶୋଇପଡିଥିଲେ l ତାପରେ ସେମାନେ କିଛି ଜାଣିନାହାଁନ୍ତି । କିନ୍ତୁ ତାଙ୍କ ପାଖରେ ଥିବା ୯୦ ହଜାର ଟଙ୍କା ସହ ବସ ଯାତ୍ରୀଙ୍କ ଠାରୁ ଆଦାୟ ହୋଇଥିବା ଟଙ୍କା ନଥିବା ଦେଖି ସେମାନେ ଲୁଟର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଘଟଣା ନେଇ ଭୁବନ ପୋଲିସରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ଏହା ମଧ୍ୟ ପଢନ୍ତୁ:ଲୁଟେରାଙ୍କ ନଜରରେ ବିବାହ ଉତ୍ସବ: ଅତିଥି ହୋଇ ଆସିଲେ, ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କାର ଉପହାର

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details