ଓଡିଶା

odisha

ଖଡ଼ିଆଳରରେ ଭୋଟ ମାଗିଲେ ନବୀନ, ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ - CM Naveen Patnaik Election Campaign

By ETV Bharat Odisha Team

Published : May 6, 2024, 6:30 PM IST

CM NAVEEN PATNAIK ELECTION CAMPAIGN: ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଖଡ଼ିଆଳରେ ନିର୍ବାଚନ ପ୍ରଚାର ବେଳେ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ନିବେଦନ କଲେ ନବୀନ । ଅଧିକ ପଢନ୍ତୁ

ଖଡ଼ିଆଳରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନବୀନ , ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ
ଖଡ଼ିଆଳରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନବୀନ , ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ (ETV Bharat Odisha)

ଖଡ଼ିଆଳରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନବୀନ , ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ (ETV Bharat Odisha)

ନୂଆପଡା: ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ । ଖଡ଼ିଆଳରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବିରୋଧୀଙ୍କୁ କଲେ ଟାର୍ଗେଟ । ଆଜି (ସୋମବାର) ଦିନ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଖଡ଼ିଆଳ ଠାରେ ପହଞ୍ଚି ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଏବଂ ଖଡ଼ିଆଳ ବିଧାନସଭା ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀଙ୍କୁ ଶଙ୍ଖ ଚିହ୍ନରେ ବିଫୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅପିଲ୍ କରିଥିଲେ ନବୀନ ।

ନବୀନ ସରକାର ଓଡିଶାବାସୀଙ୍କ ସେବା କରିବା ପାଇଁ ସଂକଳ୍ପବଦ୍ଧ । ଓଡ଼ିଶାର ବିକାଶ ଧାରାରେ ମିଶନ ଶକ୍ତି ମାଆ ମାନେ ସ୍ୱାବଲମ୍ବୀ ହୋଇ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଛାତ୍ରଛାତ୍ରୀ ମାନେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଅଂଶଗ୍ରହ କରି ନିଜ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରିଛନ୍ତି । କଳା, ସାହିତ୍ୟ ଓ ସଂସ୍କୃତି ଦିଗରେ ଓଡ଼ିଶାର ପ୍ରଗତି ହୋଇପାରିଛି । ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ଼ ସୁଫଳ ପ୍ରଦାନ କରିପାରିଛି । ୫ଟି ଅଧିନସ୍ଥ ପ୍ରତ୍ୟେକ ବିଦ୍ୟାଳୟ କଲେଜ ରୂପାନ୍ତରିତ ହୋଇପାରିଛି, କୃଷକଙ୍କ ପାଇଁ କାଳିଆ ଯୋଜନା ସଫଳ ହୋଇପାରିଛି । ଓଡିଶା ବାସୀଙ୍କ ହିତ ସାଧନ ପାଇଁ ସରକାର ସଂକଳ୍ପବଦ୍ଧ । ସେଇଥି ପାଇଁ ଆପଣମାନେ ଗୋଟିଏ ଶଙ୍ଖ ବିଧାୟକ ପାଇଁ ଏବଂ ଆଉ ଗୋଟିଏ ଶଙ୍ଖ ସାଂସଦ ପାଇଁ ଏଭଳି ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି ।

ସେପଟେ ବରୋଧୀ ବିଜେପିକୁ ଭି.କେ ପାଣ୍ଡିଆନ କଟାକ୍ଷ କରିଛନ୍ତି । ସେ କହିଛନ୍ତି," ବିଜେପି କେବଳ କଥା କହେ କାମ କରିପାରେନାହିଁ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କଥା କମ୍ କହନ୍ତି କାମ ବେଶୀ କରନ୍ତି । ସେହିଭଳି ବିରୋଧୀ ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ପଦବୀରେ ଆସନ୍ନ ହେବା ପାଇଁ ତାଙ୍କ ପାଖରେ ସେହିଭଳି ନେତା ନାହାନ୍ତି । ଜଗନ୍ନାଥ ଧାମର ରୂପାନ୍ତରିତ ହୋଇଛି, ସମ୍ବଲପୁର ମା' ସମଲେଶ୍ବରୀ ମନ୍ଦିରର ରୂପାନ୍ତରିତ ହୋଇଛି । ସେହିଭଳି ଓଡ଼ିଶାର କଳା,ସାହିତ୍ୟ, ମନ୍ଦିର, ମମଜିତ ଏବଂ ଚର୍ଚ୍ଚ, ଧର୍ମ ପୀଠର ଉନ୍ନତି ହୋଇଛି । ଲକ୍ଷ୍ମୀ ବସ ଯୋଜନା ଚାଲିଛି, କାଳିଆ ଯୋଜନା ଚାଲିଛି, ଆଗକୁ ଆହୁରି ଭଲ ଭଲ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେବ ।ଏହିସବୁ ଯୋଜନାକୁ ବିରୋଧୀ ବିଜେପି ବନ୍ଦ କରିବାକୁ ଚାହୁଁଛି ।"

ଏହା ମଧ୍ୟ ପଢନ୍ତୁ......ଟିକିରିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ - Naveen Patnaik In Rayagada

ଆଗାମୀ ଦିନରେ ଖଡ଼ିଆଳ, କଳାହାଣ୍ଡି 7 ଗୋଟି ବିଧାନସଭା ଓ ଲୋକସଭାରେ ବିଜୁ ଜନତା ଦଳ ବିଜୟୀ ସୁନିଶ୍ଚିତ ବୋଲି ପ୍ରାର୍ଥୀମାନେ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମଞ୍ଚରେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ, ଖଡ଼ିଆଳ ବିଧାୟକ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ।


ଇଟିଭି ଭାରତ,ନୂଆପଡା

ABOUT THE AUTHOR

...view details