ETV Bharat / politics

ଟିକିରିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ - naveen patnaik in rayagada

author img

By ETV Bharat Odisha Team

Published : May 4, 2024, 10:00 PM IST

CM Naveen Patnaik Election Campaign: ଏମପି ଓ ଏମଏଲଏ ପ୍ରାର୍ଥୀଙ୍କୁ ପାଇଁ ଭୋଟ ମାଗିଲେ ନବୀନ । ଲୋକଙ୍କୁ ପଚାରି ବୁଝିଲେ ରାଜ୍ୟ ସରକାରଙ୍କ ଦ୍ବାର କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ । ଅଧିକ ପଢନ୍ତୁ

ଟିକିରିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ
ଟିକିରିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ (Etv Bharat Odisha)

ଟିକିରିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ (Etv Bharat Odisha)

ରାୟଗଡା: ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ଲାଗୁ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମମତା ଯୋଜନା, ଚାଷୀଙ୍କ କାଳିଆ ଯୋଜନା, ଲକ୍ଷ୍ମୀ ବସ, ମଧୁବାବୁ ପେନସନ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ ନବୀନ । ଆଜି ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ନିକଟସ୍ଥ ମୁଷୁରିପଦର ଛକରେ ଆୟୋଜିତ ବିଜେଡିର ବିଶାଳ ଜନସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ସେହିପରି ମିଶନ ଶକ୍ତି ଭଲ ଅଛି କି, ପିଲାଙ୍କ ସ୍କଲର୍ସ ସିପ୍‌, ପୁରୀ ଧାମ, ନବୀନ ପଟ୍ଟନାୟକ, ଶଙ୍ଖ ଚିହ୍ନ ଭଲ ଅଛି କି ବୋଲି ଜନତାଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ନବୀନ ପଟ୍ଟନାୟକ ସମସ୍ତ ଏମପି ଓ ଏମଏଲଏ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଯୋଗ ଦେଇ କହିଛନ୍ତି ,"ରାୟଗଡା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତିରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରହିଛି । ଖରା ହେଉ କି ବର୍ଷ ହେଉ ଆପଣମାନେ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେଇ ରାୟଗଡା, ବିଷମକଟକ ଓ ଗୁଣପୁର ବିଧାୟକ ପ୍ରାର୍ଥୀ ଏବଂ କୋରାପୁଟ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରାନ୍ତୁ । ଆସନ୍ତା ମେ ୧୩ ତାରିଖ ଦିନ ଖରା ହେଉ କିମ୍ବା ବର୍ଷା ଆସି ପାରେ ହେଲେ ଆମକୁ ଭୋଟ ଦେବାକୁ ପଡିବ । ୯୦ରୁ ୯୫ ପ୍ରତିଶତ ଭୋଟ ଦେବାକୁ ହେବ। ୫ ବର୍ଷକୁ ଥରେ ଏଭଳି ସୁଯୋଗ ଆସିଥାଏ । ଶଙ୍ଖ ଚିହ୍ନ ଓଡିଶାର ପ୍ରଗତିର ଚିହ୍ନ । ଶଙ୍ଖକୁ ଆପଣମାନେ ଆଶୀର୍ବାଦ କଲେ ନବୀନ ବାବୁଙ୍କ ବିକାଶର ରଥ ଦୌଡିବ । "

ସେହିପରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଏନ.ଭାସ୍କର ରାଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ପ୍ରାର୍ଥୀ ଅନୁସୟା ମାଝୀ ଯୋଗ ଦେଇ ନବୀନ ସରକାର ଜନ୍ମରୁ ମୃତ୍ୟୁ ଯାଏ ବିଭିନ୍ନ ଯୋଜନା କରିଛନ୍ତି । ଲୋକଙ୍କ ସୁଖଦଃଖରେ ସେ ସବୁବେଳେ ଅଛନ୍ତି । ନବୀନ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ଷଷ୍ଠ ଥର ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ । ଏହାସହ ବିଷମକଟକ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା ଓ ଗୁଣପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ ବିଜେପି ଓ କଂଗ୍ରେସ ବିରୋଧରେ ବର୍ଷିଥିଲେ । ବିଜେପି ସରକାର ମିଥ୍ୟା ପ୍ରତିଶ୍ରୁତି ଦେଉଛି । ନବୀନ ବାବୁ ଯାହା କହନ୍ତି ତାହା କରି ଦେଖାନ୍ତି । ତେଣୁ ବିଜେପିର କଥାରେ ନ ପଡିବା ପାଇଁ ଭୋଟଙ୍କୁ ନିବେଦନ କରିଥିଲେ ରଘୁନାଥ ଗମାଙ୍ଗ ।

ଏହା ମଧ୍ୟ ପଢନ୍ତୁ ...... ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ ଭିକ୍ଷା - Naveen Patnaik Election Campaign

କୋରାପୁଟ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା କହିଛନ୍ତି ଯେ, ନବୀନ ସରକାରଙ୍କ ବିଭିନ୍ନ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି । ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି ଏକ ମାଇଲ ଖୁଣ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ହେଲେ ସମସ୍ତେ ଯୋଡି ଶଙ୍ଖରେ ଭୋଟ ଦେଇ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବାକୁ ହେବ ।


ଇଟିଭି ଭାରତ,ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.