କେନ୍ଦୁଝର: ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ବିଜେପି ପ୍ରାର୍ଥୀ ଆଲୋକ କୁମାର ସେଠୀ ଆଜି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ଗହଣରେ ହାଟଡିହୀ ବିଜେପି କାର୍ଯ୍ୟାଳୟରୁ ବାହାରି ଆନନ୍ଦପୁରଠାରେ ପହଞ୍ଚିଥିଲେ ଆଲୋକ । ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ନିର୍ବାଚନ ଆଚରଣ ବିଧି ଅନୁଯାୟୀ ତାଙ୍କର ସମର୍ଥକ ଓ ପ୍ରସ୍ତାବଙ୍କ ଗହଣରେ ଯାଇ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଏହି ଶୋଭାଯାତ୍ରାରେ କେନ୍ଦୁଝର ସଂସଦୀୟ କ୍ଷେତ୍ର ବିଜେପି ପ୍ରାର୍ଥୀ ଅନନ୍ତ ନାଏକ ଏବଂ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ । ଏହି ଅବସରରେ ଆଲୋକ କହିଛନ୍ତି, "ଏଥର ଲୋକେ ବିଜେଡି ବିରୋଧରେ ସ୍ବର ଉଠାଇଲେଣି । ନବୀନ ପଟ୍ଟନାୟକଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ଆମେ ଲୋକଙ୍କ ସହିତ ଅଛୁ ।" ଏହା ସହିତ ବିଜେପିର ବିଜୟ ସୁନିଶ୍ଚିତ ବୋଲି ଆନନ୍ଦପୁର ନିର୍ବାଚନମଣ୍ଡଳୀ ବିଜେପି ପ୍ରାର୍ଥୀ ଆଲୋକ ସେଠୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।