ଓଡିଶା

odisha

ଅଧାପନ୍ତରିଆ ନନ୍ଦନବନ ପ୍ରକଳ୍ପ, କେବେ ପୂରଣ ହେବ ଇକୋ ପାର୍କର ସ୍ୱପ୍ନ ?

By ETV Bharat Odisha Team

Published : Feb 6, 2024, 3:23 PM IST

Boudh Nandanban Safari: ବିଭାଗୀୟ ଅପାରଗତା ଯୋଗୁଁ ଅନିଶ୍ଚିତତା ମଧ୍ୟରେ ବୌଦ୍ଧ ଜିଲ୍ଲା ୧୫ଶହ ଏକର ପରିମିତ ଅଞ୍ଚଳରେ ଥିବା ନନ୍ଦନବନ । ନଷ୍ଟ ହେବାରେ ଲାଗିଛି ଜଙ୍ଗଲ ସମ୍ପଦ । ଅଧିକ ପଢନ୍ତୁ

Boudh Nandanban Safari
Boudh Nandanban Safari

ଅଧାପନ୍ତରିଆ ନନ୍ଦନବନ ପ୍ରକଳ୍ପ, କେବେ ପୂରଣ ହେବ ଇକୋ ପାର୍କର ସ୍ୱପ୍ନ ?

ବୌଦ୍ଧ: ଅଧାପନ୍ତରିଆ ହୋଇ ପଡ଼ିରହିଛି ଜିଲ୍ଲାର ଡ୍ରିମ ପ୍ରୋଜେକ୍ଟ । ଓଡ଼ିଶାର ପ୍ରଥମ ପରିବେଶ ଭିତ୍ତିକ ଜଙ୍ଗଲ ସଫାରୀ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ନନ୍ଦନବନ ପ୍ରକଳ୍ପ ବର୍ତ୍ତମାନ ଏକ ପ୍ରକାର ଅଲୋଡା ହୋଇ ପଡ଼ିଛି । ବୌଦ୍ଧ ଜିଲ୍ଲା ବୀରନରସିଂପୁର ଓ ମଥୁରା ପଞ୍ଚାୟତର ପ୍ରାୟ ୧୫ଶହ ଏକର ପରିମିତ ଅଞ୍ଚଳରେ ଥିବା ନନ୍ଦନବନ ବର୍ତ୍ତମାନ ବିଭାଗୀୟ ଅପାରଗତା ଯୋଗୁଁ ଅବହେଳିତ ହୋଇ ପଡ଼ି ରହିଥିବା ଅଭିଯୋଗ ଆସିଛି ।

ତେବେ ଦୁର୍ଲଭ ଔଷଧୀୟ ଗୁଳ୍ମ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତଥା ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସ ଅଞ୍ଚଳର ସୁରକ୍ଷା ତଥା ବିକାଶ ପାଇଁ ଏହି ନନ୍ଦନବନର ପରିକଳ୍ପନା କରାଯାଇଥିଲା । ଗତ ପ୍ରାୟ ତିନି ବର୍ଷ ତଳେ ଏହି ନନ୍ଦନବନ ପ୍ରକଳ୍ପ ଓଡ଼ିଶାର ଅନ୍ୟତମ ବୃହତ୍ତମ ଇକୋ ପାର୍କ ସହିତ ପର୍ଯ୍ୟଟନର ଏକ ପ୍ରମୁଖ ହବ ହେବାର ଲକ୍ଷ୍ୟ ରଖାଯାଇଥିଲା । ବୌଦ୍ଧ ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳର ବିକାଶ ପାଇଁ ଅକ୍ସି ଟୁରିଜିମ ମାଧ୍ୟମରେ ବିକାଶ ସହିତ ବୀରନରସିଂହପୁର, ଖଜୁରୀପଡ଼ା, ନୂଆପଡ଼ା ଭଳି ଅଞ୍ଚଳରେ ଥିବା ଜଙ୍ଗଲ, ପାହାଡ, ପାହାଡିଆ ଝରଣା, ଡ୍ୟାମ, ବିସ୍ତୃତ ସରକାରୀ ସ୍ଥାନର ସଦୁପଯୋଗ କରି ନନ୍ଦନବନ ଭଳି ଏକ ବୃହତ୍ ପ୍ରକଳ୍ପର ପରିକଳ୍ପନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ - ଅଧାପନ୍ତରିଆ 5ଟି ବିଦ୍ୟାଳୟ, ବ୍ୟାପକ ଅନିୟମିତତା ଅଭିଯୋଗ

ଏହା ମଧ୍ୟ ପଢନ୍ତୁ-ବିପଦ ସଙ୍କୁଳ ଅବସ୍ଥାରେ ମାନପୁର ଓଭବ୍ରିଜ ! ଅଧାପନ୍ତରିଆ ବ୍ରିଜ୍ ନିର୍ମାଣ କାର୍ଯ୍ୟ ସାରିବାକୁ ଦାବି

ପରବର୍ତ୍ତୀ ସମୟରେ ସେଠାରେ ବ୍ୟାପକ ସରକାରୀ ଅର୍ଥ ବିନିଯୋଗ କରି ପାର୍କ, ରେଷ୍ଟୁରାଣ୍ଟ, ମହିଳା ଉଦ୍ୟୋଗୀଙ୍କ ଷ୍ଟଲ, ଶିଶୁ ଉଦ୍ୟାନ, ଠେକୁଆ ପାର୍କ, ପ୍ରଜାପତି ପାର୍କ, ଜଙ୍ଗଲ ରାସ୍ତା ପ୍ରଭୃତିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥଲା । କିନ୍ତୁ ବିଗତ କିଛି ସମୟ ହେଲା ଉକ୍ତ ନନ୍ଦନବନ ପ୍ରକଳ୍ପ କାର୍ଯ୍ୟ ଠପ୍ ହୋଇ ପଡ଼ି ରହିଛି । ଅଧାପନ୍ତରିଆ ଉକ୍ତ ପ୍ରକଳ୍ପ ଅଞ୍ଚଳରେ ବର୍ତ୍ତମାନ ସେଠାରେ ବସବାସ କରୁଥିବା ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡ଼ିଥିବା ବେଳେ ଉକ୍ତ ଜଙ୍ଗଲ ଅଞ୍ଚଳରୁ ବ୍ୟାପକ ଗଛ କାଟି ନିଆଯାଇ ଜଙ୍ଗଲ ସମ୍ପଦ ନଷ୍ଟ ହେବାରେ ଲାଗିଛି । ଏନେଇ ସ୍ଥାନୀୟ ଅଧିବାସୀ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details