ଓଡିଶା

odisha

୩୧ ବର୍ଷରେ କେନ୍ଦ୍ରାପଡା ଜିଲ୍ଲା, ମାତ୍ର ଜିଲ୍ଲାରେ ହୋଇନି ଆଶାନୁରୂପକ ବିକାଶ - kendrapara District Foundation Day

By ETV Bharat Odisha Team

Published : Apr 1, 2024, 10:12 PM IST

31st kendrapara District Foundation Day: ୧୯୯୩ ମସିହାରେ ଆଜିର ଦିନରେ ଅବିଭକ୍ତ କଟକ ଜିଲ୍ଲାରୁ ଭାଗ ହୋଇ କେନ୍ଦ୍ରାପଡା ଜିଲ୍ଲା ଗଠନ ହୋଇଥିଲା । ଜିଲ୍ଲା ଗଠନକୁ ୩୧ ବର୍ଷ ପୂରିଥିଲେ ମଧ୍ୟ କୃଷି, ଶିକ୍ଷା, ଗମନାଗମନ ସୁବିଧା, ଜୀବିକା ଆଦି କ୍ଷେତ୍ରରେ ପଛୁଆ ରହିଛି କେନ୍ଦ୍ରାପଡା । ଅଧିକ ପଢନ୍ତୁ

୩୧ ବର୍ଷରେ କେନ୍ଦ୍ରାପଡା ଜିଲ୍ଲା, ମାତ୍ର ଜିଲ୍ଲାରେ ହୋଇନି ଆଶାନୁରୂପକ ବିକାଶ
୩୧ ବର୍ଷରେ କେନ୍ଦ୍ରାପଡା ଜିଲ୍ଲା, ମାତ୍ର ଜିଲ୍ଲାରେ ହୋଇନି ଆଶାନୁରୂପକ ବିକାଶ

୩୧ ବର୍ଷରେ କେନ୍ଦ୍ରାପଡା ଜିଲ୍ଲା, ମାତ୍ର ଜିଲ୍ଲାରେ ହୋଇନି ଆଶାନୁରୂପକ ବିକାଶ

କେନ୍ଦ୍ରାପଡା:ଆଜି କେନ୍ଦ୍ରାପଡା ଜିଲ୍ଲାର ପ୍ରତିଷ୍ଠା ଦିବସକୁ ପୁରିଛି ୩୧ ବର୍ଷ । ୧୯୯୩ ମସିହା ଆଜିର ଦିନରେ ଅବିଭକ୍ତ କଟକ ଜିଲ୍ଲାରୁ ଅଲଗା ହୋଇ କେନ୍ଦ୍ରାପଡ଼ାକୁ ଜିଲ୍ଲାର ମାନ୍ୟତା ମିଳିଥିଲା। ପୌରାଣିକ ଆଖ୍ୟାୟାନର ଚରିତ୍ର କନ୍ଦରାସୁରଙ୍କ ଠାରୁ କେନ୍ଦ୍ରାପଡା ନାମ ଆସିଅଛି । ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ଜିଲ୍ଲାର ଗଠନ ହୋଇଥିଲା । ପୂର୍ବରୁ ୭୦ କିଲୋମିଟର ଦୂରରେ ଥିବା କଟକ ଉପରେ ଲୋକେ ନିର୍ଭରଶୀଳ ଥିଲେ । ଏହି ସ୍ଥାନକୁ ୦୧.୦୪.୧୯୯୩ ମସିହାରେ ଜିଲ୍ଲାର ମାନ୍ୟତା ଦେଇଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ।

ଇତିମଧ୍ୟରେ ଜିଲ୍ଲା ଗଠନକୁ ଦୀର୍ଘବର୍ଷ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା କେବଳ କାଁ ଭାଁ ରାସ୍ତାଘାଟକୁ ଛାଡିଦେଲେ ଅନ୍ୟ କୌଣସି କାର୍ଯ୍ୟରେ ଜିଲ୍ଲାର ଆଖିଦୃଶିଆ ବିକାଶ ହୋଇନଥିବା ଅଭିଯୋଗ ହୋଇଛି । ଜିଲ୍ଲାର ମୋଟ ଲୋକସଂଖ୍ୟା ୧୮ଲକ୍ଷରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୯ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ବାହାର ରାଜ୍ୟ ଓ ଦେଶରେ ଦାଦନ ଖଟୁଥିବା ଶ୍ରମିକ ପରିସଂଖ୍ୟାନ କହୁଛି । ଏକଦା ନଳିତା ଚାଷ ପାଇଁ ଦେଶ ବିଦେଶରେ ନାଁ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆଜି ସୁତୁଲୀ ଆମଦାନୀ କରୁଛି । ଯାହାର କାରଣ ହୋଇଛି କୃଷି ଓ କୃଷି କ୍ଷେତ୍ର ପ୍ରତି ପ୍ରଶାସନ ଓ ପ୍ରଶାସକଙ୍କ ଉଦାସୀନତା ଓ ଅସହ୍ୟ ମନୋଭାବ ।

ଏହା ମଧ୍ୟ ପଢନ୍ତୁ...ଉତ୍କଳ ଦିବସରେ ଫଟୋଚିତ୍ର ପ୍ରଦର୍ଶନୀ, ଉଜ୍ଜୀବିତ ହେଲା ଓଡ଼ିଆ ବିନ୍ଧାଣୀଙ୍କ ସ୍ମୃତି - 89TH UTKAL DIVAS

ଶିକ୍ଷା,ପର୍ଯ୍ୟଟନ ଓ ଆର୍ଥିକ ଉନ୍ନତି କ୍ଷେତ୍ରରେ ଜିଲ୍ଲା ପଛୁଆ ରହି ଆସିଛି । ଜିଲ୍ଲାରେ ସାକ୍ଷରତା ହାର ରାଜ୍ୟ ତାଲିକାରେ ୨୨ ନମ୍ବର ରହିଛି । ଜିଲ୍ଲା ମଧ୍ୟରେ ରହିଥିବା ବେଳେ ସରକାରୀ ବୈମାତୃକ ମନୋଭାବ କାରଣ ହେଉ ଅବା ନେତାମନ୍ତ୍ରୀଙ୍କ ଚାପ ସବୁଥିରେ ଛନ୍ଦି ହୋଇ ଜିଲ୍ଲାର ଅବସ୍ଥା ଆଜି ବେହାଲ ହୋଇଛି । ଜିଲ୍ଲାର ଏକମାତ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ ନକରିବା ଚିନ୍ତାଜନକ ବିଷୟ ପାଲଟିଛି । ସେହିଭଳି ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସ୍ଥିତି ମଧ୍ୟ ଦୁର୍ବଳ । ସେହିପରି ପର୍ଯ୍ୟଟନ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ସମେତ ୧୩ଟି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେଇ ଚୁପ ବସିଛି ଉଭୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ।

ରାଜ୍ୟ, ଦେଶ ତଥା ବିଦେଶରେ ବଉଳା କୁମ୍ଭୀର ଓ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ କେନ୍ଦ୍ର ଭାବେ ବେଶ ଜଣାଶୁଣା ଭିତରକନିକା ଓ ଗହୀରମଥା ପର୍ଯ୍ୟଟନ ମାନଚିତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ବେଳେ ଏମାନଙ୍କୁ ନେଇ ଗର୍ବ କରିବା ବ୍ୟତୀତ ବିକାଶର ବହ୍ନି ଦେଖିବାକୁ ମିଳେନାହିଁ ବୋଲି ଅଭିଯୋଗ ହୋଇଛି । ଅନୁରୂପ ଭାବେ ଜିଲ୍ଲା ଗଠନର ୩୦ ବର୍ଷ ପରେ ଜିଲ୍ଲାବାସୀ ରେଳ ଦେଖିବାର ସୌଭାଗ୍ୟ ପ୍ରାପ୍ତି ହୋଇଛନ୍ତି । ଚଣ୍ଡିଖୋଲ-ପାରାଦ୍ବୀପ ୫୩ ନଂ ଜାତୀୟ ରାଜପଥ ମଧ୍ୟଦେଇ ଦୈନିକ ହଜାର ହଜାର ଟ୍ରକ ଯା ଆସ କରୁଥିବା ବେଳେ ସମସ୍ତ ସୁବିଧା ସୁଯୋଗ ପଡୋଶୀ ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ଅଧିବାସୀ ପାଉଥିବା ବେଳେ କେନ୍ଦ୍ରାପଡ଼ାବାସୀ ଏଥିରୁ ବଞ୍ଚିତ ହେଉଛନ୍ତି । ସେହିପରି ଆଜି ମଧ୍ୟ ଏକ ମେଡିକାଲ କଲେଜ ପାଇଁ ବାରମ୍ବାର ଦାବି ଉଠୁଥିବା ବେଳେ ସାଧାରଣ ରୋଗର ଚିକିତ୍ସା ପାଇଁ ଜିଲ୍ଲାର ରୋଗୀକୁ ପଡୋଶୀ କଟକ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି । ଏକଦା ମନ୍ତ୍ରୀପଡା ଭାବେ ଜଣାଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆଜି ମୁରବୀଶୂନ୍ୟ ହୋଇପଡିଛି । ଜିଲ୍ଲା ଗଠନକୁ ୩୧ବର୍ଷ ହୋଇଥିବା ବେଳେ ଜିଲ୍ଲାବାସୀ ସବୁଥିରେ ଅବହେଳିତ ହୋଇଥିବା ସମୟରେ ଜିଲ୍ଲାକୁ ଆହୁରି ଅପମାନିତ କରାଇବା ପାଇଁ ବିଗତ ୩୧ବର୍ଷ ମଧ୍ୟରେ ଜିଲ୍ଲାରେ ବଦଳି ହୋଇଛନ୍ତି ୪୮ଜଣ ଜିଲ୍ଲାପାଳ ଯାହାକି ଜିଲ୍ଲାପ୍ରତି ସରକାରଙ୍କ ଏକ ବଡ଼ ଅନୁଦାନ ବୋଲି କହିଛନ୍ତି ବୁଦ୍ଧିଜୀବୀ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details