ଓଡିଶା

odisha

ନବରଙ୍ଗପୁର ବିଜେଡିକୁ ବଡ ଝଟକା, ବିଜେପିରେ ମିଶିଲେ ପୂର୍ବତନ ଜିଲ୍ଲା ସଭାପତି ପ୍ରହଲ୍ଲାଦ - PRALHAD TRIPATHY JOINS BJP

By ETV Bharat Odisha Team

Published : Apr 17, 2024, 7:25 PM IST

Updated : Apr 17, 2024, 7:38 PM IST

Pralhad Tripathy Joins BJP: ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଲେ ନବରଙ୍ଗପୁର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ପ୍ରହଲ୍ଲାଦ ତ୍ରିପାଠୀ । ବାରମ୍ବାର ବିଜେଡି ତାଙ୍କୁ ଅଣଦେଖା କରିଥିବା ସେ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ନବରଙ୍ଗପୁର ବିଜେଡିକୁ ବଡ ଝଟକା, ବିଜେପିରେ ମିଶିଲେ ପୂର୍ବତନ ଜିଲ୍ଲା ସଭାପତି ଅର୍ଜୁନ
ନବରଙ୍ଗପୁର ବିଜେଡିକୁ ବଡ ଝଟକା, ବିଜେପିରେ ମିଶିଲେ ପୂର୍ବତନ ଜିଲ୍ଲା ସଭାପତି ଅର୍ଜୁନ

ନବରଙ୍ଗପୁର ବିଜେଡିକୁ ବଡ ଝଟକା, ବିଜେପିରେ ମିଶିଲେ ପୂର୍ବତନ ଜିଲ୍ଲା ସଭାପତି ପ୍ରହଲ୍ଲାଦ

ଭୁବନେଶ୍ବର/ନବରଙ୍ଗପୁର:ନିର୍ବାଚନ ପୂର୍ବରୁ ନବରଙ୍ଗପୁର ବିଜେଡିକୁ ଲାଗିଛି ବଡ଼ ଝଟକା । ବିଜେଡିରୁ ଇସ୍ତପା ଦେଲେ ପୂର୍ବତନ ଜିଲ୍ଲା ସଭାପତି ତଥା ଦୁଇ ଥରର ନଗରପାଳ ପ୍ରହଲ୍ଲାଦ ତ୍ରିପାଠୀ । ଆଜି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେ ନିଜର ଇସ୍ତଫା ପତ୍ରକୁ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ତେବେ ବାରମ୍ବାର ଦଳ ତରଫରୁ ତାଙ୍କୁ ଉପେକ୍ଷା କରାଯାଉଥିବାରୁ ସେ ଦଳ ଛାଡ଼ିଥିବା ପ୍ରକାଶ କରିଛନ୍ତି । ସେପଟେ ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ସେ ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଅତ୍ୟନ୍ତ ଦୁଃଖର ସହିତ ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ପଦରୁ ମୁଁ ଇସ୍ତଫା ଦେଉଛି । ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ଦଳର ଉରନ୍ନତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିଛି । ଦଳ ଦେଇଥିବା ସମସ୍ତ ଦାୟିତ୍ବ ଅତ୍ୟନ୍ତ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତାର ସହିତ ତୁଲାଇଛି । ବିଭିନ୍ନ ସଂଗଠନିକ ଏବଂ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ଦଳ ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ । କିନ୍ତୁ ଗତ କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ' ସେବାର ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧି କଲି । ତେଣୁ ଆଗକୁ ବଢିବା ପାଇଁ ସ୍ଥିର କଲି । ଲୋକଙ୍କ ସେବା ଏବଂ ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି ।

ଏହା ମଧ୍ୟ ପଢନ୍ତୁ...ବିଜେପିରେ ଯୋଗଦେଲେ ନବରଙ୍ଗପୁରର ଶତାଧିକ ବିଜେଡି କର୍ମୀ - BJP Joining Program

ଏହାସହ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଅନେକ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଯାଜପୁର ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ । ଯାଜପୁରରେ ବିଜେପି କେମିତି ବାଜିମାତ୍ କରିବ ସେଥିପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି । ସେପଟେ ପ୍ରହଲ୍ଲାଦଙ୍କ ଇସ୍ତଫା ନିର୍ବାଚନରେ ବିଜେଡି ଉପରେ କ'ଣ ପ୍ରଭାବ ପଡ଼ୁଛି ,ତାହା ନିର୍ବାଚନ ଫଳାଫଳ ହିଁ କହିବ ।



ଏହି ପରିପ୍ରେକ୍ଷୀରେ ସମୀର ମହାନ୍ତି କହିଛନ୍ତି," ଗତ ପାଞ୍ଚ ବର୍ଷରେ ରାଜ୍ୟରେ ଯେଉଁଭଳି ଲୁଟ୍ ହୋଇଛି ସବୁ ମନେ ରହିବ । ଅପରପକ୍ଷରେ କେନ୍ଦ୍ରରୁ ଦଶ ବର୍ଷ ଭିତରେ ବ୍ୟାପକ ଅର୍ଥ ଓଡିଶାକୁ ମିଳିଛି । ହେଲେ ଓଡିଶାର ଲୋକମାନଙ୍କ ସ୍ୱାର୍ଥରେ ଲାଗିନାହିଁ । ବିଜେଡି ନିର୍ବାଚନ ପାଇଁ କେବଳ ପଇସା ଖର୍ଚ୍ଚ କରେ । ଓଡିଶାବାସୀଙ୍କ ପାଇଁ ନୁହଁ । ବିଜୁ ଜନତା ଦଳରେ ଗଣତନ୍ତ୍ର ନାହିଁ । ଅଣଓଡିଆ କର୍ମଚାରୀଙ୍କ କବଜାରେ ବିଜେଡି । ଆମଦାନି ହୋଇଥିବା ନେତାଙ୍କୁ ଅଗ୍ରାଧିକାର ଦିଆଯାଉଛି । କର୍ପୋରେଟ ହାଉସରେ ପରିଣତ ହୋଇଛି ବିଜେଡି । ବିଭିନ୍ନ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ବିଜେଡି ଡଙ୍ଗା ଖୁବ ଶୀଘ୍ର ବୁଡିଯିବ । ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ଭାରତବର୍ଷକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବାର ସଂକଳ୍ପ ନେଇଛନ୍ତି । ବିକଶିତ ଓଡିଶା ଗଠନ ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ ।"

ଇଟିଭି ଭାରତ, ନବରଙ୍ଗପୁର ଓ ଭୁବନେଶ୍ବର

Last Updated :Apr 17, 2024, 7:38 PM IST

ABOUT THE AUTHOR

...view details