ଓଡିଶା

odisha

କେନ୍ଦ୍ରାପଡ଼ାରେ ଭାରତ ବନ୍ଦ ପ୍ରଭାବ, ଜିଲ୍ଲାପାଳ ଅଫିସ ଘେରିଲେ କୃଷକ ଓ ଶ୍ରମିକ

By ETV Bharat Odisha Team

Published : Feb 16, 2024, 2:47 PM IST

Bharat Bandh: ବିଭିନ୍ନ ଦାବି ନେଇ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଥିବା ବେଳେ କେନ୍ଦ୍ରାପଡ଼ାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ଓ ଶ୍ରମିକ ସଂଗଠନ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

Bharat Bandh
କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କୃଷକ ଓ ଶ୍ରମିକ ସଂଗଠନ

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କୃଷକ ଓ ଶ୍ରମିକ ସଂଗଠନ

କେନ୍ଦ୍ରାପଡା: ଫସଲର ସର୍ବନିମ୍ନ ମୂଲ୍ୟ(ଏମଏସପି) ଗ୍ୟାରେଣ୍ଟି ଆଇନ ସମେତ ବିଭିନ୍ନ ଦାବିରେ ଆଜି(ଶୁକ୍ରବାର) ଭାରତ ବନ୍ଦ ରଣହୁଙ୍କାର ଦେଇଛି କୃଷକ ସଂଗଠନ । ଦେଶର ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳ 6ଟାରୁ ଅପରାହ୍ନ 4ଟା ଯାଏ ଭାରତ ବନ୍ଦ ପାଳନ କରାଯାଉଛି । ତେବେ ବିଭିନ୍ନ ଦାବି ନେଇ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଗ୍ରାମୀଣ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ଦ ପାଳନ କରିଛନ୍ତି ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନର ନେତାମାନେ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନ ଏକାଠି ହୋଇ ନିଜ ଦାବି ଉପସ୍ଥାପନ କରିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ କୃଷି ଶୋଷଣ ଓ ମାରଣ ନୀତିକୁ ନିନ୍ଦା କରିବା ସହ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ରାଉରକେଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ, ବେସରକାରୀ ବସ୍ ଚଳାଚଳ ବନ୍ଦ

ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଗ୍ୟାରେଣ୍ଟି ଆଇନ ଆଣିବା, କୃଷକଙ୍କୁ ପେନସନ୍ ପ୍ରଦାନ କରିବା, ମୃତ କୃଷକଙ୍କ ପରିବାରକୁ ସହାୟତା ପ୍ରଦାନ କରିବା, ଶ୍ରମିକ ସ୍ଵାର୍ଥ ବିରୋଧୀ ୪ ଟି ଶ୍ରମକୋଡ ବାତିଲ କରିବା, ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକର ଘରୋଇକରଣ ବନ୍ଦ କରିବା, ମନରେଗାରେ ଦୈନିକ ମଜୁରୀ ୬ ଶହ ଟଙ୍କା ଓ ୨ଶହ ଦିନ କାମ, ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା, ବେକାର ଯୁବକଯୁବତୀମାନଙ୍କୁ କର୍ମ ସଂସ୍ଥାନ ଯୋଗାଇଦେବା, ନିର୍ମାଣ, ଆଶା, ଅଙ୍ଗନବାଡ଼ି, ଗାଁ ସାଥି ମାନଙ୍କୁ ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ, ପରିବହନ ଶ୍ରମିକମାନଙ୍କ ବିରୋଧରେ ହିଟ୍ ଆଣ୍ଡ ରନ୍ ମାମଲାରେ ଜେଲ୍ ଓ ଜରିମାନାର କଳା ଆଇନ୍ ପ୍ରତ୍ୟାହାର କରିବା ଭଳି ବିଭିନ୍ନ ଦାବିରେ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଏହି ଧର୍ମଘଟରେ ସର୍ବ ଭାରତୀୟ ଟ୍ରେଡ଼ ୟୁନିୟନ କଂଗ୍ରେସ, ଅଖିଳ ଭାରତ କୃଷକ ସଭା, ଏଆଇୟୁଟିୟୁସି, ଅଲ ଇଣ୍ଡିଆ ଏମଏସଏସ ପ୍ରମୁଖ ସାମିଲ ହୋଇଛନ୍ତି । କଂଗ୍ରେସ ନେତା ଗଣେଶ୍ୱର ବେହେରା, ନବ ମନୋନୀତ କଂଗ୍ରେସ ଜିଲ୍ଲା ସଭାପତି ଲୋକନାଥ ମହରଥୀ, ବାମପନ୍ଥୀ ନେତା ଗୟାଧର ଧଳ, ବାବାଜୀ ଧଳ, କେନ୍ଦ୍ରାପଡା ବିକାଶ ମଞ୍ଚ ଆବାହକ ଅଜୟ ସାମଲ, କଂଗ୍ରେସ ନେତା ମୁକ୍ତାର ଖାଁ, ବିଧୁଭୂଷଣ ମହାପାତ୍ର, ଆଦିକନ୍ଦ ରାଉଳ, ରମଣୀ ରଞ୍ଜନ ରାଉତରାୟ ପ୍ରମୁଖ ଏହି ଆନ୍ଦୋଳନରେ ଯୋଗଦେଇ ଥିଲେ ।

ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details