ଓଡିଶା

odisha

ରାସ୍ତାରେ ବୁଲୁଛି ଗଜରାଜ, ଅଟକି ରହିଲା ଯାନବାହନ

By ETV Bharat Odisha Team

Published : Feb 5, 2024, 7:57 AM IST

Elephant Terror: ଜଙ୍ଗଲ ଛାଡ଼ି ସହରମୁଖା ହୋଇଥିବା ହାତୀ କାରଣରୁ ଗାଡି ଏବଂ ସ୍କୁଲ ବସ ଅଟକି ରହିଥିଲା । ଅଧିକ ପଢ଼ନ୍ତୁ,

ମଝି ରାସ୍ତାରେ ହାତୀ ତାଣ୍ଡବ
ମଝି ରାସ୍ତାରେ ହାତୀ ତାଣ୍ଡବ

ମଝି ରାସ୍ତାରେ ହାତୀ ତାଣ୍ଡବ

ରାଉରକେଲା: ରାଜ୍ୟରେ ବଢିଚାଲିଛି ହାତୀ ଉପଦ୍ରବ । ହାତୀ ଉପଦ୍ରବ କାରଣରୁ କେଉଁଠି ଲୋକ ଜୀବନ ହରାଉଛନ୍ତି, କେଉଁଠି ଘର ତ ଆଉ କେଉଁଠି ଫସଲ । ତେବେ ଗତକାଲି ପୁଣି ଆଉ ଏକ ହାତୀ ଉତ୍ପାତ ଘଟଣା ସାମ୍ନାକୁ ଆସିଛି । ହାତୀ ଉତ୍ପାତରେ ହଇରାଣ ହେଉଛନ୍ତି ସୁନ୍ଦରଗଡ଼ବାସୀ । ଜଙ୍ଗଲ ଛାଡ଼ି ସହରମୁଖା ହୋଇଥିବା ହାତୀ କାରଣରୁ ଗାଡି ଏବଂ ସ୍କୁଲ ବସ ଅଟକି ରହିଥିଲା । ଫଳରେ ଯାତ୍ରୀ ଭୟବୀତ ମଧ୍ୟ ହୋଇଯାଇଥିଲେ ।

ସୁନ୍ଦରଗଡ ଜିଲ୍ଲା ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାଉଳ ଡେଗା ବିଟ ଅଞ୍ଚଳରେ ଲମଟି ପାହାଡ ଉପରେ ଦେଖିବାକୁ ମିଳିଛି ହାତୀର ଉତ୍ପାତ । ସୂଚନା ଅନୁଯାୟୀ, ହାତୀଟି ହଠାତ ରାସ୍ତା ମଝିକୁ ଆସିଯାଇଥିଲା । ଫଳରେ ରାସ୍ତାରେ ଅନେକ ଗାଡ଼ି ଅଟକି ରହିଥିଲା । ହାତୀଟିକୁ ରାସ୍ତା ମଝିରେ ଦେଖି ଭୟବିତ ହୋଇଯାଇଥିଲେ ଲୋକ । ତେବେ ସେହି ଗାଡ଼ି ମଧ୍ୟରେ ସ୍କୁଲ ବସ ମଧ୍ୟ ଫସି ରହିଥିବା ଜଣା ପଡ଼ିଥିଲା । କିଛି ସମୟ ପରେ ଅବଶ୍ୟ ହାତୀଟି ସେଠାରୁ ଚାଲି ଯାଇଥିଲା । ତେବେ ଗତ କିଛିଦିନ ହେବ ଏହି ଅଞ୍ଚଳରେ ହାତୀ ରହିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ଆଉ ଗୋଟେ ମୁଣ୍ଡ ନେଲା ଦନ୍ତା, ଯୁବକଙ୍କୁ ରାସ୍ତାରେ କଚାଡ଼ି ମାରିଲା ହାତୀ

ଗତ କିଛି ଦିନ ତଳେ ହାତୀ ଉପଦ୍ରବ କାରଣରୁ ବନ ବିଭାଗ ଏବଂ ପ୍ରଶାସନ ବିରୋଧରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ପାଞ୍ଚଟି ଗ୍ରାମ ଯଥା ଗୋଗୁଆ, ଜକେଇକଳା, ତଳିତା, ବଡପୋଷ ଏବଂ ବାଘାପାଲିରେ ବଡ଼ିବାରେ ଲାଗିଥିଲା । ସେନେଇ ବାରମ୍ବାର ବନ ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇପାରି ନାଥିଲା । ତେଣୁ ବନ ବିଭାଗ ଏବଂ ପ୍ରଶାସନ ବିରୋଧରେ ରାସ୍ତା ଅବରୋଧ କରିଥିଲେ ଗାଁ ଲୋକେ । ହାତୀ ଖାଦ୍ୟ ଅନ୍ୱେଷଣରେ ଆସି ସମସ୍ତ ଗ୍ରାମରେ ବହୁ ସମୟରେ ଆତଙ୍କ ଖେଳାଥିଲା । ଫସଲ ହାନି ସହ ଘର ଭାଙ୍ଗିବା, ପନିପରିବା ନଷ୍ଟ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିବା ଆଦି ଅଭିଯୋଗ ଆଣିଥିଲେ ଅଞ୍ଚଳବାସୀ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details