ଓଡିଶା

odisha

କଳା ପ୍ରତି ଥିବା ନିଷ୍ଠା ଓ ସାଧନା ସଫଳତା ଓ ସମ୍ମାନ ଆଣିଦିଏ: ବିନୋଦ ମହାରଣା

By ETV Bharat Odisha Team

Published : Jan 26, 2024, 9:59 PM IST

Padma Shri Awardee Binod Moharana: ପ୍ରଥମ ଓଡ଼ିଆ ପଟ୍ଟଚିତ୍ର ଶିଳ୍ପୀ ଭାବେ ପଦ୍ମଶ୍ରୀ ସମ୍ମାନ ପାଇବେ ବିନୋଦ ମହାରଣା । କହିଲେ କଳା ପ୍ରତି ଥିବା ନିଷ୍ଠା ଓ ସାଧନା ସଫଳତା ଓ ସମ୍ମାନ ଆଣିଦିଏ । ଅଧିକ ପଢ଼ନ୍ତୁ

Padma Shri Awardee Binod Moharana
Padma Shri Awardee Binod Moharana

Padma Shri Awardee Binod Moharana

ଭୁବନେଶ୍ବର: ଚଳିତ ବର୍ଷ ପାଇଁ ଓଡ଼ିଶାରୁ ୪ ଜଣଙ୍କୁ ମିଳିଛି ସମ୍ମାନଜନକ ପଦ୍ମ ପୁରସ୍କାର । ଲୋକନୃତ୍ୟ କଳାକାର ଭାଗବତ ପ୍ରଧାନ, କୃଷ୍ଣ ଲୀଳା ଗୀତିକାର ଓ ଗାୟକ ଗୋପୀନାଥ ସ୍ବାଇଁ, ବିନୋଦ କୁମାର ପଶାୟତ ଓ ବିନୋଦ ମହାରଣା କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ପାଇବା ମନୋନୀତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ମିଳିବାକୁ ଥିବା ଏହି ସମ୍ମାନ ପାଇଁ ୪ ଓଡ଼ିଆଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ତେବେ ପ୍ରଥମ ଓଡ଼ିଆ ପଟ୍ଟଚିତ୍ର ଶିଳ୍ପୀ ଭାବେ ପଦ୍ମଶ୍ରୀ ସମ୍ମାନ ପାଇବାକୁ ଯାଉଥିବା ବିନୋଦ ମହାରଣା ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଖୁସି ପ୍ରକାଶ କରିଛନ୍ତି ।

ସୁନାମଧନ୍ୟ ବିଶିଷ୍ଟ ଫଟୋ ଚିତ୍ରଶିଳ୍ପୀ ବିନୋଦ ମହାରଣା ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପାଇଁ ମନୋନୀତ ହୋଇଥିବାରୁ ଆଜି ପୁରୁଣା ଭୁବନେଶ୍ଵରସ୍ଥିତ ତାଙ୍କ ବାସ ଭବନରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଶୁଭେଛୁ, ପ୍ରଶଂସକ ଓ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ । ହଜାର ହଜାର ବର୍ଷର ପ୍ରାଚୀନ କଳାକୁ ଆଜି ରାଷ୍ଟ୍ରୀୟ ସ୍ତରରେ ସୀକୃତି ମିଳିବା ଆମ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ବିନୋଦ ମହାରଣା । ଲୁକାୟିତ ପ୍ରତିଭାକୁ ଆଜି ରାଷ୍ଟ୍ରୀୟ ସ୍ତରରେ ସମ୍ମାନୀତ କରିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିନୋଦ ମହାରଣା । ସେ କହିଛନ୍ତି, "ସାଧାନାରୁ ସିଦ୍ଧି ମିଳିଛି । ପ୍ରତିଟି ଚିତ୍ରଶିଳ୍ପୀକୁ ସାଧନା ଜାରି ରଖିବାର ଆବଶ୍ୟକତା ରହିଛି । ତାହେଲେ ସଫଳତା ନିଶ୍ଚୟ ଆସିବ । ଆଉ ଆଜି ଯେତେବେଳେ ସେହି ସାଧନା ପାଇଁ ଭାରତର ଶ୍ରେଷ୍ଠ ପୁରସ୍କାର ମୋତେ ମିଳିଛି, ତାକୁ ନେଇ ମୁଁ ବହୁତ ଖୁସି । ଜଗନ୍ନାଥ ମାଟିର ବାସିନ୍ଦା ହୋଇଥିବାରୁ କଳା ସଂସ୍କୃତି ପ୍ରତି ଥିବା ଦୁର୍ବଳତା ମୋତେ ଏହି ପଟ୍ଟଚିତ୍ରର ନିପୁଣତା ଶିଖାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରର ନାଟ୍ୟକାର ବିନୋଦ କୁମାର ପଶାୟତଙ୍କୁ ମିଳିବ ପଦ୍ମଶ୍ରୀ

ସପ୍ତମ ଶ୍ରେଣୀରୁ ସେ ପଟ୍ଟଚିତ୍ର କରୁଥିବା ବେଳେ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ଏହି ପ୍ରତିଭା ଦେଖାଇ ଆସୁଛନ୍ତି । ପଟ୍ଟଚିତ୍ର କାରୁକର୍ଯ୍ୟକୁ ନେଇ ତାଙ୍କୁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନେକ ସମ୍ମାନ ମିଳିଥିବା ବେଳେ ଏହି ସୂକ୍ଷ୍ମ କାରୁକାର୍ଯ୍ୟର ପ୍ରଚାର ପ୍ରସାର ସେ ବିଶ୍ବରେ କରିଛନ୍ତି । କଳା ପ୍ରତି ଥିବା ତାଙ୍କ ଉତ୍ସର୍ଗୀକୃତ ଭଲପାଇବା ଓ ନିଷ୍ଠା ତାଙ୍କୁ ଆଜି ଏହି ଶ୍ରେଷ୍ଠ ପୁରସ୍କାରର ଅଧିକାରୀ କରିଛି । ଏହି କଳାର ବିକାଶ ଓ ପ୍ରଚାର ପାଇଁ ସେ ସର୍ବଦା ଚେଷ୍ଟିତ । ସେଥିପାଇଁ ଆଜିବି ପଟ୍ଟଚିତ୍ରର କଳାକୃତିକୁ ନିଜ ତୂଳିରେ ଆଙ୍କି ଚାଲିଥିବା ବେଳେ ଏନେଇ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ମଧ୍ୟ କରୁଛନ୍ତି । କଳା ପ୍ରତି ଥିବା ସମର୍ପଣକୁ ନେଇ ସେ କହିଛନ୍ତି, "ପଟ୍ଟଚିତ୍ର ମୁଁ ଶିଶୁ ସମୟରୁ ଶିଖି ଏହାକୁ ମୋ ଜୀବନର ବ୍ରତ କରିଛି । ମୋ ଜୀବନର ଶେଷ ଯାଏଁ ଏହି କଳାକୃତିକୁ ଆଙ୍କି ଚାଲିଥିବି ଆଉ ଏହାର ସୁଦୂର ପ୍ରସାର ପାଇଁ ପ୍ରୟାସ ଚଳାଇବି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details