ଓଡିଶା

odisha

ମୃତ୍ୟୁ ରୋକିପାରିନି ସେବା ମନୋଭାବ, ଶରୀର ଦାନ କରି ଅମର ଜଗଦାନନ୍ଦ

By ETV Bharat Odisha Team

Published : Feb 6, 2024, 6:35 PM IST

Updated : Feb 6, 2024, 6:44 PM IST

Family donated Dead Body to SCB Medical College: ଜୀବନବ୍ୟାପୀ ସମାଜ ସେବା କଲେ । ମୃତ୍ୟୁ ପରେ ମଧ୍ୟ ସେବା ଉଦ୍ଦେଶ୍ୟରେ ନିଜ ଶରୀର ଦାନ କରିବାକୁ ଇଚ୍ଛା କରିଥିଲେ । କଟକ ବକ୍ସି ବଜାର ଅଞ୍ଚଳର ଜଗଦାନନ୍ଦ ସାହୁଙ୍କ ମୃତଦେହ ଏସ୍‌ସିବି ମେଡିକାଲ କଲେଜର ଶରୀର ଗଠନ ବିଭାଗକୁ ବିଧିବଦ୍ଧ ଭାବରେ ଦାନ କରିଛନ୍ତି ତାଙ୍କ ପରିବାର । ଅଧିକ ପଢ଼ନ୍ତୁ

ମୃତ୍ୟୁ ରୋକିପାରିନି ସେବା ମନୋଭାବ
ମୃତ୍ୟୁ ରୋକିପାରିନି ସେବା ମନୋଭାବ

ମୃତ୍ୟୁ ରୋକିପାରିନି ସେବା ମନୋଭାବ, ଶରୀର ଦାନ କରି ଅମର ଜଗଦାନନ୍ଦ

କଟକ: ମୃତ୍ୟୁ ପରେ ଶରୀର ଦାନ କରି ଉଦାହରଣ ପାଲଟିଛନ୍ତି କଟକ ବକ୍ସି ବଜାର ଅଞ୍ଚଳର ଜଗଦାନନ୍ଦ ସାହୁ । ଜୀବନର ଶେଷ ଇଚ୍ଛା ଶରୀର ଦାନକୁ ପୂର୍ଣ୍ଣ କରିବା ପାଇଁ ଆଜି ତାଙ୍କ ମର ଶରୀରକୁ ଏସସିବି ବଡ଼ ମେଡିକାଲର ଶରୀର ଗଠନ ବିଭାଗକୁ ବିଧିବଦ୍ଧ ଭାବରେ ଦାନ କରିଛନ୍ତି ତାଙ୍କ ପରିବାର । ଏପରି ମହତ କାମକୁ ନେଇ ଜଗଦାନନ୍ଦଙ୍କ ପରିବାର ବେଶ ଖୁସି ପ୍ରକଟ କରିଥିବାବେଳେ ଅନ୍ୟପଟେ ଶରୀର ଦାନ କରିବା ମେଡିକାଲ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ପ୍ରମୁକ ଭୂମିକା ରହିଥାଏ ବୋଲି କହିଛନ୍ତି ବିଭାଗୀୟ ଆସିଷ୍ଟାଣ୍ଟ ପ୍ରଫେସର ।

ପୂରଣ ହେଲା ଶେଷ ଇଚ୍ଛା:-'ମୁଁ ମଲେ ମୋ ଦେହ ମାଟିରେ ମିଶିବନି, ବରଂ ଦେଶର ଭବିଷ୍ୟ ଗଢିବାରେ ସହାୟକ ହେବ ।' ସମାଜ ସେବା କରି ଜୀବନ ବିତାଇଲେ । ଆଉ ମରିବା ପରେ ମଧ୍ୟ ନିଜର ଦେହକୁ ସେବା ଉଦ୍ଦେଶ୍ୟରେ ଦାନ କରିଛନ୍ତି କଟକ ବକ୍ସି ବଜାର ଅଞ୍ଚଳର ଜଗଦାନନ୍ଦ ସାହୁ । ଜଗଦାନନ୍ଦ 10 ବର୍ଷ ପୂର୍ବରୁ ଶରୀର ଦାନ କରିବା ପାଇଁ ଏସସିବି ମେଡିକାଲରେ ବିଧିବଦ୍ଧ ଭାବରେ ରେଜିଷ୍ଟ୍ରେସନ କରିଥିଲେ । ତାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇବା ପାଇଁ ଆଜି ତାଙ୍କ ମର ଶରୀରକୁ ଏସସିବି ମେଡିକାଲର ଶରୀର ଗଠନ ବିଭାଗରେ ଦାନ କରିଛନ୍ତି ମୃତକଙ୍କ ପରିବାର । ଜଗଦାନନ୍ଦଙ୍କ ଶରୀର ଦାନ କରି ବେଶ ଖୁସି ପ୍ରକଟ କରିଛନ୍ତି ପରିବାର । ବାପାଙ୍କ ଶେଷ ଇଚ୍ଛାକୁ ପୂରା କରିବା ତାହା ପୁଣି ଏକ ମହତ ଉଦ୍ଦେଶ୍ୟରେ ଯାହା ପରିବାର ପାଇଁ ଚିରସ୍ମରଣୀୟ ବୋଲି କହିଛନ୍ତି ମୃତ ଜଗଦାନନ୍ଦଙ୍କ ପୁଅ ।

ଏହା ମଧ୍ୟ ପଢ଼ନ୍ତୁ...ମୃତ୍ୟୁ ପରେ ବି ଅମର ! ବ୍ରେନଡେଡ ନର୍ସଙ୍କ ଅଙ୍ଗରେ 6 ଜଣ ପାଇଲେ ନୂଆ ଜୀବନ

ଅନ୍ୟପଟେ ବିଭାଗୀୟ ଆସିଷ୍ଟାଣ୍ଡ ପ୍ରଫେସର ସନ୍ତୋଷ କୁମାର ସାହୁ କହିଛନ୍ତି, "ମେଡିକାଲ ସାଇନ୍ସରେ ଆନାଟୋମି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ଗୋଟିଏ ବିଦ୍ୟାର୍ଥୀ ଏମବିବିଏସ ପଢିବା ପାଇଁ ଆସେ, ସେତେବେଳେ ତାଙ୍କ ପ୍ରଥମ ବର୍ଷରେ ଶରୀର ଗଠନ ବିଭାଗ ଉପରେ ଅଧ୍ୟୟନ କରିବାକୁ ପଡିଥାଏ । ତେଣୁ ମୃତ ଶରୀର ଦାନ ପରେ ଏହାକୁ ବିଭିନ୍ନ ପ୍ରଣାଳୀ ମାଧ୍ୟମରେ ରଖାଯାଇ ମେଡିକାଲ ଛାତ୍ରଛାତ୍ରୀମାନଙ୍କ ପ୍ରାକ୍ଟିକାଲ ପାଇଁ ଆବଶ୍ୟକ ପଡିଥାଏ । ଏହାଛଡ଼ା ଏସସିବି ମେଡିକାଲରୁ ରାଜ୍ୟର ବିଭିନ୍ନ ମେଡିକାଲ କଲେଜକୁ ଆବଶ୍ୟକତା ଅନୁସାରେ ମୃତଦେହ ପଠାଯାଇଥାଏ । ଯାହାଦ୍ୱାରା ମେଡିକାଲ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟ ଗଠନ ହୋଇପାରିବ । ଏହାବ୍ୟତୀତ ଆନାଟୋମି ବିଭାଗକୁ ଶରୀର ଦାନ କରିବା ପାଇଁ କିଛି ନିୟମାବଳୀ ରହିଥାଏ । ଯାହାକୁ ମୃତ୍ୟୁ ପୂର୍ବରୁ ପୁରଣ କରିବାକୁ ପଡିଥାଏ । ଆଉ ଯେତେବେଳେ ମୃତ୍ୟୁ ହୁଏ, ସତେବେଳ ତାହାକୁ ଶରୀର ଗଠନ ବିଭାଗରେ 'ଡୋନେଟେଡ୍‌ ବଡି' ହିସାବରେ ଗ୍ରହଣ କରାଯାଏ ।"

ତେବେ ଜୀବନବ୍ୟାପୀ ସମାଜ ସେବା କରିବା ପରେ ମୃତ୍ୟୁ ପରେ ମଧ୍ୟ ସେବା ମନୋଭାବ ରଖିଥିବା ମଣିଷ ଏପରି କାର୍ଯ୍ୟ କରି ସର୍ବଦା ସମାଜରେ ଉଦାହରଣ ପାଲଟିଥାଏ । ସେହିଭଳି ଉଦାହରଣ ପାଲଟିଛନ୍ତି ଜଗଦାନନ୍ଦ ସାହୁ ।

ଇଟିଭି ଭାରତ, କଟକ

Last Updated : Feb 6, 2024, 6:44 PM IST

ABOUT THE AUTHOR

...view details