ଓଡିଶା

odisha

ବଗରଡ଼ ବିଧାନସଭା ଆସନରୁ ନାମାଙ୍କନ ଭରିଲେ କଂଗ୍ରେସ-ସ୍ବାଧୀନ ପ୍ରାର୍ଥୀ - odisha assembly election 2024

By ETV Bharat Odisha Team

Published : May 4, 2024, 10:24 AM IST

Odisha Assembly Election 2024: ନାମାଙ୍କନର ଶେଷ ଦିନରେ ଆଜି ବରଗଡ ବିଧାନସଭା ଆସନ ପାଇଁ କଂଗ୍ରେସର ବିଧାୟକ ପ୍ରାର୍ଥୀ ନିପନ ଦାସ ଏବଂ କୋଶଳ ସମର୍ଥିତ ପ୍ରାର୍ଥୀ ନନ୍ଦନ ମହାନନ୍ଦ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜିଲ୍ଲାରେ ଉଭୟ ସାଂସଦ ଓ ବିଧାୟକ ଆସନ ପାଇଁ ସମୁଦାୟ 42 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ବଗରଡ଼ ବିଧାନସଭା ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀ
ବଗରଡ଼ ବିଧାନସଭା ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀ (ETV BHARAT ODISHA)

ବଗରଡ଼ ବିଧାନସଭା ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀ (ETV BHARAT ODISHA)

ବଗରଡ଼:ସରଗରମ ହୋଇଛିବରଗଡ଼ ରାଜନୀତି । ନାମାଙ୍କନର ଶେଷ ଦିନରେ ଶୁକ୍ରବାର ବରଗଡ ବିଧାନସଭା ଆସନ ପାଇଁ କଂଗ୍ରେସର ବିଧାୟକ ପ୍ରାର୍ଥୀ ନିପନ ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଏହି ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ କୋଶଳ ସେନା ସମର୍ଥିତ ପ୍ରାର୍ଥୀ ନନ୍ଦନ ମହାନନ୍ଦ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉଭୟ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ।

କଂଗ୍ରେସ ପ୍ରାର୍ଥୀ ନିପନ ଦାସ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ବିଲ୍ଡିଂରୁ ବାହାରି ବରଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣଂ ଅଫିସର କୁମାର ନାଗଭୂଷଣଙ୍କୁ ପ୍ରାର୍ଥିପତ୍ର ପ୍ରଦାନ କରିଥିଲେ । ଏହି ଆସନ ପାଇଁ ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଥିବା ବିଜେଡ଼ି ଓ ବିଜେପି ଦଳ ନିଜ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବା ବେଳେ କଂଗ୍ରେସ ଶୁକ୍ରବାର ୫ ହଜାରରୁ ଅଧିକ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲା । ସେହିପରି ବରଗଡ ବିଧାନସଭା ଆସନ ପାଇଁ କୋଶଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ ମଧ୍ୟ ବାନ୍ଦୁଟିକିରାଠାରେ ବୀର ସୁରେନ୍ଦ୍ର ସାଏଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ହଜାର ହଜାର ସମର୍ଥକଙ୍କ ସହିତ ଏକ ବିଶାଳ ରାଲିରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ତେବେ ନାମାଙ୍କନ ପତ୍ର ଦାଖଲ ଶେଷ ହେବା ପରେ ବରଗଡ଼ ଜିଲ୍ଲାରେ ଉଭୟ ସାଂସଦ ଓ ବିଧାୟକ ଆସନ ପାଇଁ ସମୁଦାୟ 42 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ବରଗଡ଼ ସାଂସଦ ଆସନ ପାଇଁ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସହିତ ସମୁଦାୟ 9 ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ବରଗଡ଼ ଜିଲ୍ଲାର 5 ଗୋଟି ବିଧାନସଭା ଆସନ ପାଇଁ ସମୁଦାୟ 33 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ 7 ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ତେବେ କାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବାବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ରହିଛି ଓ ମେ ୬ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ସମୟ ରହିଛି । ସେହିପରି ମେ' ୨୦ ତାରିଖରେ ମତଦାନ ଏବଂ ୪ ଜୁନରେ ଭୋଟ ଗଣତି ପ୍ରକ୍ରିୟା ରହିଛି ।
ଏହା ମଧ୍ୟ ପଢନ୍ତୁ... ଶକ୍ତି ପ୍ରଦର୍ଶନ କଲା ବିଜେଡି, ନାମାଙ୍କନ ଦାଖଲ କଲେ ବାସନ୍ତି ହେମ୍ବ୍ରମ - Basanti Hembram Files Nomination


*ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ତାଲିକା...

*ବରଗଡ଼ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀଙ୍କ ନାମ :
1- ସଞ୍ଜୟ ଭୋଇ (INC)
2-ଟଙ୍କଧର କଣ୍ଟା (ବିଏସପି)
3-ପ୍ରଭାତ କୁମାର ଧରୁଆ (ସ୍ୱାଧୀନ)
4-ପ୍ରଦୀପ ପୁରୋହିତ (ବିଜେପି)
5-କୌଶିକ ସୁନା (ବିଏସପି)
6-ପରିଣୀତା ମିଶ୍ର (ବିଜେଡି)
7-ଦେବିକା ଶିକା (ନ୍ୟାସନାଲ ଅପନି ପାର୍ଟି)
8-ଜୟରାମ ବାଗ (ବିଏସପି)
9-ଜ୍ଞାନେନ୍ଦ୍ର ବେହେରା (ସ୍ୱାଧୀନ)

ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ-


1-ଜୟଶଙ୍କର ସିହ୍ନା (ବିଏସପି)
2-ପାଣ୍ଡବ କର୍ଣ୍ଣ (ସ୍ୱାଧୀନ)
3-ଅଶ୍ୱିନୀ କୁମାର ଷଡ଼ଙ୍ଗୀ (ବିଜେପି)
4-ଆଶିଷ ଶତପଥୀ (ଆପ୍)
5-ଭକ୍ତ ବିନୋଦ ବାବା (ସ୍ୱାଧୀନ)
6-ମୁକ୍ତା ନାଗ (ରାଷ୍ଟ୍ରୀୟ ମାନବ ପାର୍ଟି)
7-ଦେବେଶ ଆଚାର୍ଯ୍ୟ (ବିଜେଡି)
8- ନନ୍ଦ ନନ୍ଦନ ମହାନନ୍ଦ (ସ୍ୱାଧୀନ)
9-ନିପନ କୁମାର ଦାଶ (ଇଣ୍ଡିଆନ ନାସନାଲ କଂଗ୍ରେସ)

ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ-

1-କିଶୋର ଦଫାଦାର (INC)
2-ଧବଳେଶ୍ୱର ମହାନନ୍ଦ (ବିଏସପି)
3-ସନତ କୁମାର ଗଡତିଆ (ବିଜେପି)
4-ରୀତା ସାହୁ (ବିଜେଡି)

ଅତାବିରା ବିଧାନସଭା ମଣ୍ଡଳୀ-
1-ସ୍ନେହାଙ୍ଗିନୀ ଛୁରିଆ (ବିଜେଡି)
2-ଭୁବନ ଭୋସାଗର (ବିଏସପି)
3-ଅଭିଷେକ ସେଠ (INC)
4-ଜୟକୃଷ୍ଣ ଛୁରିଆ (ଆପ୍)
5-ନିହାର ରଞ୍ଜନ ମହାନନ୍ଦ (ବିଜେପି)

*ପଦ୍ମପୁର ବିଧାନସଭା ମଣ୍ଡଳୀ-*
ନାମାଙ୍କନ ପତ୍ର ଦାଖଲ-
1-ଟଙ୍କଧର ସାହୁ (କଂଗ୍ରେସ)
2-ଗଙ୍ଗାଧର ସାହା (ସ୍ୱାଧୀନ)
3-ରୂପଧର କୁମ୍ଭାର (ବିଏସପି)
4-ବର୍ଷା ସିଂ ବରିହା (ବିଜେଡି)
5-ରେବତୀ ଗିରି (ସ୍ୱାଧୀନ)
6-ବାଲ୍ମୀକି ନାଏକ (ଆପ)
7-ଗୋବର୍ଦ୍ଧନ ଭୋଏ (ବିଜେପି)

ଭଟଲି ବିଧାନସଭା ମଣ୍ଡଳୀ-

1-ସୁଶାନ୍ତ ସିଂ (ବିଜେଡି)
2-ସାବିତ୍ରୀ ଆଚାର୍ଯ୍ୟ (ସ୍ୱାଧୀନ)
3-ନାରାୟଣ ଭେସ୍ରା (ବିଏସପି)
4-ଇରାଶିଷ ଆଚାର୍ଯ୍ୟ (ବିଜେପି)
5-ବଲ୍ଲଭ ପାତ୍ର (ସ୍ୱାଧୀନ)
6-ମୋହମ୍ମଦ ଶାହରୁଖ ଲୋଧିଆ (ଆପ)
7-ବ୍ରହ୍ମା ମହାକୁଡ଼ (ଇଣ୍ଡିଆନ ନାସନାଲ କଂଗ୍ରେସ)
8-ପ୍ରେମାନନ୍ଦ ସାହୁ (ନବ ଭାରତ ନିର୍ମାଣ ସେବା ପାର୍ଟି)


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details