ଓଡିଶା

odisha

ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ, ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

By ETV Bharat Odisha Team

Published : Jan 27, 2024, 4:17 PM IST

SAMALEI Project Inauguration: ସମଲେଇଙ୍କ ଦର୍ଶନ ପରେ ସମଲେଇ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ
SAMALEI Project Inauguration

SAMALEI Project Inauguration

ସମ୍ବଲପୁର:ଅପେକ୍ଷାର ଅନ୍ତ ହେଲା,ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଐତିହାସିକ ସମଲେଇ ପ୍ରକଳ୍ପ । ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି । ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି । ଜୟ ମା’ ସମଲେଇ ଧ୍ବନିରେ କମ୍ପିଛି ଗଗନ ପବନ । ଭକ୍ତିରସରେ ଭିଜୁଛନ୍ତି ଭକ୍ତ । ପ୍ରଥମେ ଯଜ୍ଞଶାଳାରେ ପହଞ୍ଚିବା ପରେ ମା’ ସମଲେଇଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ କରକମଳରେ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ ହେଉଛନ୍ତି ମା’ ସମଲେଇ । ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ଏହି ପ୍ରକଳ୍ପ ନେଇ ଯୋଜନା କରାଯାଇଥିଲା । ଏଥିପାଇଁ ଆଜି(ଶନିବାର) ସକାଳ ସାଢେ ୮ଟାରୁ ମା' ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ଯଜ୍ଞ ଆରମ୍ଭ ହୋଇଥିଲା । 11 ଟି ଜିଲ୍ଲାର 30 ଜଣ ପଣ୍ଡିତ ଏହି ଯଜ୍ଞ କରିଥିଲେ । ଧାର୍ଯ୍ୟ ସମୟ ଅନୁସାରେ ମୁଖ୍ୟମନ୍ତ୍ରୀ ବିମାନଯୋଗେ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚି ଥିଲେ । ଏହାପରେ ପ୍ରାୟ 1ଟା ସମୟରେ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭାକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ମୁଖ୍ୟମନ୍ତ୍ରୀ ବ୍ୟାଟେରି ଗାଡ଼ିରେ ବସି ସମ୍ପୂର୍ଣ୍ଣ ସମଲେଶ୍ୱରୀ ପ୍ରକଳ୍ପ ବୁଲି ଦେଖିଛନ୍ତି ।

ସମଲେଇ ପ୍ରକଳ୍ପ ପରିସରରେ ଆୟୋଜିତ ଏକ ସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଠାରେ ସେ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବା ସହିତ କେତେକ କାରିଗରଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ଶାରଦା ନାୟକ, ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରିତା ସାହୁ, ରୋହିତ ପୂଜାରୀ, କିଶୋର ନାଏକ, ପ୍ରୀତି ରଞ୍ଜନ ଘଡେଇ, ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲଙ୍କ ସମେତ ଅନେକ ମନ୍ତ୍ରୀ ଯୋଗ ଦେଇଥିଲେ। ପ୍ରମୁଖ ଉପସ୍ଥିତ ରହିଥିଲେ l ଏହା ପରେ ମୁଖ୍ୟମନ୍ତ୍ରୀ ମହାନଦୀ ରିଭର ଫ୍ରଣ୍ଟ ଭ୍ୟୁ ଓ଼ ମହାନଦୀ ଆଳତୀ ସ୍ଥଳ ବୁଲି ଦେଖିଥିଲେ । ଆଜି ସନ୍ଧ୍ୟାରେ ମହାନଦୀ ଆଳତୀ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହ ବହୁ ନେତା, ମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି, ରାଜ୍ୟର ତଥା ରାଜ୍ୟ ବାହାରର ବିଭିନ୍ନ ମନ୍ଦିରର ପୂଜକ ମଣ୍ଡଳୀ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ : ସମଲେଶ୍ବରୀ ମନ୍ଦିରର ଭବ୍ୟ ରୂପକୁ ନେଇ ସ୍ବତନ୍ତ୍ର ସଙ୍ଗୀତ 'ଜୟ ମାଁ ସମଲେଇ'

ସମଲେଇ ପ୍ରକଳ୍ପରେ ମା' ସମଲେଶ୍ବରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଯାହାକି ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭବ ଦେବ । ପ୍ରଥମେ ୪.୪୨ ଏକର ଜମିରେ ମାଆଙ୍କ ମନ୍ଦିର ଥିବାବେଳେ ସମଲେଇ ପ୍ରକଳ୍ପରେ ଆଜି ପ୍ରାୟ ୪୦ ଏକର ଜମିରେ ପରିବ୍ୟାପ୍ତ ହୋଇଛି । ପ୍ରକଳ୍ପରେ ମହାନଦୀ ଘାଟ ପ୍ରସ୍ତୁତ ହୋଇଛି । ଏଠାରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରିବେ । ମନ୍ଦିର ଚତୁଃପାର୍ଶ୍ବରେ ସୁଉଚ୍ଚ ତୋରାଣ, ଐତିହାସିକ କରିଡର, ଶୌଚାଳୟ, ସୂଚନା କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ଭେଣ୍ଡିଙ୍ଗ ଜୋନ, ମହାନଦୀ ଘାଟର ଉନ୍ନତିକରଣ, ରିଙ୍ଗ ରୋଡ ସୌନ୍ଦର୍ଯ୍ୟକରଣ, ଫୁଟ୍ ଓଭରବ୍ରିଜ, ଫୁଡ ପାର୍କ, ସ୍ଥାପତ୍ୟ ପାର୍କ, ସମ୍ବଲପୁର ରେଳ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ଆଦିର ବିକାଶ କରାଯାଇଛି । ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଆଜି ସାଧାରଣ ଦର୍ଶନକୁ ବନ୍ଧ ରଖାଯାଇଥିଲା । କିନ୍ତୁ ଅପରାହ୍ନରେ ମା'ଙ୍କୁ ଦର୍ଶନ କରିପାରିବେ ଭକ୍ତ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details