ଓଡିଶା

odisha

ଶ୍ରୀକ୍ଷେତ୍ରରୁ ଆରମ୍ଭ ହେବ ବିଜେପିର ବିଜୟ ଅଭିଯାନ - BJP vijay abhiyan 2024

By ETV Bharat Odisha Team

Published : May 5, 2024, 9:36 PM IST

BJP's VIJAY ABHIYAN: ବିଜେପିର 147 ବିଧାନସଭା ପ୍ରାର୍ଥୀ ଓ 21 ଲୋକସଭା ପ୍ରାର୍ଥୀଙ୍କ ପାଇଁ ଯିବ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର ,ମାଳ, ମହାପ୍ରସାଦ ଓ ପତିତପାବନ ବାନା ।ଏହି ଅଭିଯାନ ଆସନ୍ତା ୮ତାରିଖ ସକାଳ ୧୦ଟାରେ ସିଂହଦ୍ଵାର ଠାରୁ ଆରମ୍ଭ ହେବ । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ରରୁ ଆରମ୍ଭ ହେବ ବିଜେପିର ବିଜୟ ଅଭିଯାନ
ଶ୍ରୀକ୍ଷେତ୍ରରୁ ଆରମ୍ଭ ହେବ ବିଜେପିର ବିଜୟ ଅଭିଯାନ (Etv bharat odisha)

ଶ୍ରୀକ୍ଷେତ୍ରରୁ ଆରମ୍ଭ ହେବ ବିଜେପିର ବିଜୟ ଅଭିଯାନ (Etv bharat odisha)

ପୁରୀ:ଶ୍ରୀକ୍ଷେତ୍ରରୁ 2024 ନିର୍ବାଚନ ବିଜୟ ଅଭିଯାନ ଆରମ୍ଭ କରିବ ବିଜେପି । ମହାପ୍ରଭୁଙ୍କ ମାଳ ମହାପ୍ରସାଦ 147 ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କୁ ପ୍ରଦାନ କରାଯିବ । ମହାପ୍ରଭୁଙ୍କ ଆଶୀର୍ବାଦରୁ ବିଜେପି ଓଡ଼ିଶା ଓ କେନ୍ଦ୍ରରେ ସରକାର ଗଠନ କରିବ । ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀରେ ଯୁବ ସେବାୟତ ତଥା ଯୁବ ବିଜେପି ନେତା ଭବାନୀ ଦାସ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଶ୍ରୀକ୍ଷେତ୍ରରୁ ଓଡ଼ିଶାର ସମସ୍ତ ଭାଜପା ପ୍ରାର୍ଥୀଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଳ ଓ ମହାପ୍ରସାଦ ପ୍ରଦାନ କରାଯିବ ବୋଲି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀଜଗନ୍ନାଥ ଦର୍ଶନ ପୁରୀର ଆବାହକ ତଥା ଭାଜପା ରାଜ୍ୟ ଉପସଭାପତି ଭବାନୀ ଦାସ ମହାପାତ୍ର ସୂଚନା ଦେଇଛନ୍ତି । ଭବାନୀ କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଶାର ଅସ୍ମିତା ଏବଂ ଓଡ଼ିଶାର ମଙ୍ଗଳ କାମନା କରି ଭାରତୀୟ ଜନତା ପାର୍ଟି ୧୪୭ଟି ବିଧାନସଭା ଓ ୨୧ଟିଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଚୟନ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଶାର ଅସ୍ମିତା ଏବଂ କୋଟି କୋଟି ଓଡ଼ିଆଙ୍କ ହୃଦୟର ଦେବତା । ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ସେବାୟତ କଲ୍ୟାଣ ତଥା ଓଡ଼ିଶାର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆହ୍ୱାନ ଦେଇଛନ୍ତି, ତାହାକୁ ସଫଳ କରିବାକୁ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନିତାନ୍ତ ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ .....ଆସିଲା ବିଜେପି ନିର୍ବାଚନୀ ଇସ୍ତାହାର; ବିଜେଡିକୁ ଟାର୍ଗେଟ କରି ରତ୍ନ ଭଣ୍ଡାର ଚାବି ମାଗିଲେ ନଡ୍ଡା - JP Nadda Releases BJP Manifesto

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସର୍ବଦା ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ପାଇଁ ସ୍ଵପ୍ନ ଦେଖୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଏହି ଯାତ୍ରା ପୁରୀରୁ ଆରମ୍ଭ କରାଯିବ । ବିଜୟ ଅଭିଯାନ ଆସନ୍ତା ୮ତାରିଖ ସକାଳ ୧୦ଟାରେ ଶ୍ରୀମନ୍ଦିର ସିଂହଦ୍ଵାରଠାରୁ ଏକ ବିଶେଷ ପଟୁଆରରେ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର,ମାଳ, ମହାପ୍ରସାଦ, ପତିତପାବନବାନା, ଘୋଷଯାତ୍ରା ପାଇଁ ନିମନ୍ତ୍ରଣ ପତ୍ର ତଥା ମହାପ୍ରଭୁଙ୍କ ଫଟୋ ଚିତ୍ର ନେଇ ଏକ ସ୍ଵତନ୍ତ୍ର ଦଳ ପୁରୀରୁ ବାହାରି ସମଗ୍ର ରାଜ୍ୟ ବୁଲି ଭାଜପାର ସମସ୍ତ ବିଧାନସଭା ଓ ଲୋକ ସଭାଆସନର ପ୍ରାର୍ଥୀଙ୍କୁ ପ୍ରଦାନ କରାଯିବ । ସେପଟେ ଉକ୍ତ ଦିନରେ ସମସ୍ତେ ଏକାଠି ହୋଇ ବିଜୟ ଅଭିଯାନରେ ସାମିଲ ହେବାକୁ ସେ ପୁରୀବାସୀଙ୍କୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details