ଓଡିଶା

odisha

ନକଲି ଓଡ଼ିଆ ସ୍ବାଭିମାନ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି - BJP Targets State Govt

By ETV Bharat Odisha Team

Published : May 4, 2024, 10:38 PM IST

BJP Targets State Govt: ପାନୀୟ ଜଳ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ରାଜ୍ୟ ସରକାର ନକଲି ଓଡ଼ିଆ ସ୍ବାଭିମାନ କଥା କହୁଥିବା ନେଇ ବିଜେପି ଅଭିଯୋଗ ଆଣିଛି । ଅଧିକ ପଢନ୍ତୁ

BJP Targets State Govt
BJP Targets State Govt (Etv Bharat Odisha)

BJP Targets State Govt (Etv Bharat Odisha)

ସମ୍ବଲପୁର:ନକଲି ଓଡ଼ିଆ ସ୍ୱାଭିମାନ ଓ ପାନୀୟ ଜଳ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ଆଜି ବିଜେପି ପକ୍ଷରୁ ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛି ସମ୍ବଲପୁର ଜିଲ୍ଲା ବିଜେପି । ଏନେଇ ବରିଷ୍ଠ ବିଜେପି ନେତା ପ୍ରମୋଦ ରଥ ପ୍ରଶ୍ନ କରିଛନ୍ତି, "ଦୀର୍ଘ ୨୪ ବର୍ଷ ହେଲା ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରକାର ରାଜ୍ୟବାସୀଙ୍କ ପାଇଁ କ'ଣ କରିଛନ୍ତି ? ପୁରୁଣା ମଠ ମନ୍ଦିର ସବୁ ଭାଙ୍ଗି ୪୨ ଶହ କୋଟି ଖର୍ଚ୍ଚ କରି ୪ଟି ଶୌଚାଳୟ ତିଆରି କରିବାକୁ କ'ଣ ଓଡ଼ିଆ ସ୍ୱାଭିମାନ କୁହାଯାଏ କି ? ସମଲେଇ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରି ଅଣଓଡ଼ିଆ ଠିକାଦାର ଓ ଶ୍ରମିକଙ୍କୁ ନିୟୋଜିତ କରିବାକୁ ଓଡ଼ିଆ ସ୍ୱାଭିମାନ କୁହାଯାଏ କି ? ଆଳୁ, ପିଆଜ, ମାଛ, ଅଣ୍ଡା ଭଳି ଖାଦ୍ୟ ପଦାର୍ଥ ଉପରେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ଓଡି଼ଆ ସ୍ୱାଭିମାନ କୁହାଯାଏ କି ? ଓଡ଼ିଆ ମନ୍ତ୍ରୀ, ସାଂସଦ, ବିଧାୟକ ବାଉଁଶ ପୋତି, ଦରି ବିଛେଇ, ଲୋକ ବୋହି ଅଣଓଡ଼ିଆ ଗୁମାସ୍ତାଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଓଡ଼ିଆ ସ୍ୱାଭିମାନ କୁହାଯାଏ କି ?"

ସେ ଆହୁରି କହିଛନ୍ତି, "ହୀରାକୁଦ ନଦୀବନ୍ଧର 3ଟି ମୂଳ ଉଦ୍ଦେଶ୍ୟ ହେଉଛି ଜଳ ସେଚନ, ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ ଉତ୍ପାଦନ । ଏଥିପାଇଁ ସମ୍ବଲପୁର ଜିଲ୍ଲାବାସୀ ବଳିଦାନ ଦେଇଛନ୍ତି । ବିଶେଷ କରି ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ଶାସନ ଗାଦିରେ ବସିଥିବା ବିଜେଡି ସରକାର ନା ଜଳସେଚନର ଉନ୍ନତି ପାଇଁ କିଛି କଲେ ନା ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ କିଛି କଲେ । ବିଗତ ୧୦ ବର୍ଷରେ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କାରୁ ଅଧିକ ଅନୁଦାନ ଦେଇଛନ୍ତି । ହେଲେ ପ୍ରକୃତରେ ତୃଣମୂଳ ସ୍ତରରେ ତାହା ପହଞ୍ଚୁନି । ରାଜ୍ୟ ରେ ୫୦% ରୁ ଅଧିକ ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇ ପାରିନାହାନ୍ତି ରାଜ୍ୟ ସରକାର ।"

ଏହା ବି ପଢନ୍ତୁ...ଧର୍ମେନ୍ଦ୍ର ନିର୍ବାଚନ ଜିତିଲେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପୁରା ବନ୍ଦ କରିଦେବେ: ପ୍ରଣବ - Pranab Criticizes Dharmendra

"୨୦୧୪ ରେ ସମ୍ବଲପୁରରେ ଜଣ୍ଡିସ, ନିକଟ ଅତୀତରେ ରାଉରକେଲାରେ ହଇଜା, ହୀରାକୁଦରେ ହଇଜା, ସମ୍ବଲପୁରରେ ହଇଜା ସରକାରଙ୍କର ନକଲି ବିକାଶର ଅସଲ ମୁଖା ଖୋଲି ଦେଇଛି । ୨୦୧୪ ରେ ସମ୍ବଲପୁର ରେ ଜଣ୍ଡିସ ବ୍ୟାପିଥିବା ସମୟରେ ପୁରୁଣା ପାଇପ ଲାଇନ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ୧୬୦କୋଟି ଘୋଷଣା କରିଥିଲେ , ହେଲେ କାମ କେଉଁଠି ବି ହେଲା ଭଳି ଦୃଶ୍ୟମାନ ହେଇନାହିଁ । ଗତ ସପ୍ତାହରେ ପିଏଚଡି ପାଣିରେ ପୋକ ବାହାରିବା ଭଳି ଘଟଣା ଲୋକଙ୍କୁ ବିଚଳିତ କରିଥିଲା"ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ୟାନେଲିଷ୍ଟ ମାନସ ରଞ୍ଜନ ବକ୍ସି ଓ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡ଼ଙ୍ଗୀ ଉପସ୍ଥିତ ଥିବାବେଳ ଦଳର କାର୍ଯ୍ୟକର୍ତ୍ତା ମୁକେଶ ଜରିୱାଲ ଓ ରଞ୍ଜିତ କୁମାର ରଥ ମଧ୍ୟ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details