ରାଉରକେଲା: ନାମାଙ୍କନ ଭରିଲେ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି ଏବଂ ଶଙ୍କର ଓରାମ । ସମର୍ଥକଙ୍କ ସହିତ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି । ଏହା ଆମର ନିର୍ବାଚନ ନୁହେଁ ଜନସାଧାରଣ ନିର୍ବାଚନ ଲଢିବେ ବୋଲି କହିଛନ୍ତି ପ୍ରାର୍ଥୀ । ଏହାସହିତ ରାଜ୍ୟ ସରକାରଙ୍କ ଅବହେଳା ଏବଂ ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ଏଥର ନିଶ୍ଚିତ ଭାବରେ ରଘୁନାଥପାଲ୍ଲୀରେ ବିଜେପି ଏବଂ ବିରମିତ୍ରପୁରରେ ମଧ୍ୟ ବିଜେପି ବିଜୟ ହେବ ବୋଲି କୁହାଯାଇଛି ।
ବର୍ତ୍ତମାନ ନିର୍ବାଚନକୁ ନେଇ ସବୁ ଆଡେ ରାଜନୀତି ସରଗରମ ହୋଇ ଚାଲିଛି । ବର୍ତ୍ତମାନ ରାଜ୍ୟରେ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ସମସ୍ତ ଦଳ ଅଣ୍ଟା ଭିଡିବା ଆରମ୍ଭ କରିଥିବା ବେଳେ ବ୍ୟାପକ ରଣନୀତି ଆପଣାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଚାଲିଥିବା ବେଳେ ରାଉରକେଲା ସହରର ପାନପୋଷ ଉପ ଜିଲ୍ଲାପାଳ, ITDA ଅଫିସ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତିନୋଟି ସ୍ଥାନରେ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହୋଇଯାଇଛି । ଆଜି ବିଜେପି ପକ୍ଷରୁ ନାମାଙ୍କନ ଦାଖଲ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:ରଘୁନାଥପାଲ୍ଲୀରେ ପ୍ରଚାର ଅଭିଯାନ ଆରମ୍ଭ କଲେ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି - Raghunathpali Assembly Constituency