ଓଡିଶା

odisha

କେଜ୍ରିୱାଲଙ୍କ ଗିରଫକୁ ବିରୋଧ, ରାଉରକେଲା-ବ୍ରହ୍ମପୁରରେ ଗର୍ଜିଲା ଆମ ଆଦମୀ ପାର୍ଟି - AAP PROTEST

By ETV Bharat Odisha Team

Published : Mar 22, 2024, 10:19 PM IST

Updated : Mar 23, 2024, 8:56 AM IST

AAP Protest: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆପ କର୍ମୀମାନଙ୍କର ବିକ୍ଷୋଭ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

କେଜରିୱାଲ ଗିରଫ ମାମଲା, ରାଉରକେଲା ଗର୍ଜିଲା ଆମ ଆଦମୀ ପାର୍ଟି
କେଜରିୱାଲ ଗିରଫ ମାମଲା, ରାଉରକେଲା ଗର୍ଜିଲା ଆମ ଆଦମୀ ପାର୍ଟି

କେଜ୍ରିୱାଲ ଗିରଫ ମାମଲା

ରାଉରକେଲା/ବ୍ରହ୍ମପୁର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଏବଂ ସୁନ୍ଦରଗଡ଼ ଜିଲ୍ଲାର ମଧ୍ୟ ବିଭିନ୍ନ ସ୍ଥାନରେ କର୍ମୀମାନଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି । ରାଜ୍ୟରେ ମଧ୍ୟ ବିଭିନ୍ନ ସ୍ଥାନରେ ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଉରକେଲା ସହରର ଉଦିତ ନଗର ସ୍ଥିତ ଆମ୍ବେଦକର ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛି ରାଉରକେଲା ଏବଂ ସୁନ୍ଦରଗଡ଼ ଆମ ଆଦମୀ ପାର୍ଟି । ସେହିଭଳି ବ୍ରହ୍ମପୁରରେ ମଧ୍ୟ ଆପ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯଆଇଛି । ତେବେ ଗୁରୁବାର ସନ୍ଧ୍ୟାରେ ଇଡି ଦ୍ଵାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଥିଲେ । ଏହାକୁ ବିରୋଧ କରିଛନ୍ତି କେଜ୍ରିୱାଲଙ୍କ ସମର୍ଥକ ।

ତେବେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଜାଣିଶୁଣି ମୋଦି ସରକାର ଷଡଯନ୍ତ୍ର କରି ଗିରଫ କରିଛନ୍ତି ବୋଲି ଆମ ଆଦମୀ ପାର୍ଟି ଦଳର କର୍ମୀମାନେ ଅଭିଯୋଗ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲା ସଭାପତି ବିନୟ ତିବାରି ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରରେ ଥିବା ମୋଦି ସରକାର ଇଲେକ୍ଟୋରାଲ ବଣ୍ଡ ଦୁର୍ନୀତିରୁ ଧ୍ୟାନ ହଟାଇବା ପାଇଁ କେଜ୍ରିୱାଲଙ୍କୁ ନିଜର ଟାର୍ଗେଟ କରି ଗିରଫ କରିଛନ୍ତି ଏବଂ ବାସ୍ତବତାକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି । କାରଣ ଏହି ଷଡ଼ଯନ୍ତ୍ରକାରୀ ଗିରଫଦାରୀ ପରେ ସାରା ଦେଶରେ କେବଳ କେଜରିଓ୍ବାଲଙ୍କ ଚର୍ଚ୍ଚା ହେବ । ଏହା ଦ୍ବାରା ଲୋକେ ଇଲେକ୍ଟ୍ରିକାଲ ବଣ୍ଡ ଦୁର୍ନୀତି ଭୁଲି ଯିବେ ଯାହାକୁ ନେଇ ଏଭଳି ଘୃଣ୍ୟ ରାଜନୀତି କରୁଛି କେନ୍ଦ୍ର ସରକାର ।

ତେବ ମୋଦି ସରକାରଙ୍କ ଲୁଟ ତନ୍ତ୍ରକୁ ବିରୋଧ କରୁଛି ଆପ୍ ଏବଂ ସରକାର ବିରୋଧୀ ନାରା ଏବଂ ଦୁର୍ନୀତି ଖୋର ସରକାର ବୋଲି ନାରା ଦେଇଛି ଆମ ଆଦମୀ ପାର୍ଟି । ଏଭଳି ଗିରଫକୁ ନିନ୍ଦା କରିବା ସହ ଜଣେ ଲୋକତନ୍ତ୍ରର ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରି ମୋଦି ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି ବୋଲି କହିଛି ରାଉରକେଲା ଆମ ଆଦମୀ ପାର୍ଟି । ଗଣତନ୍ତ୍ରର ଏହି ହତ୍ୟାକୁ କେବଳ ଦଳ ନୁହେଁ ସାରା ଦେଶବାସୀ ନିନ୍ଦା କରୁଛନ୍ତି । ଏହାର ଜବାବ ସରକାରଙ୍କୁ ସାଧାରଣ ଲୋକେ ଅଗମୀ ନିର୍ବାଚନରେ ଦେବେ ବୋଲି କହିଛି ଆପ ।

ଏହା ମଧ୍ୟ ପଢନ୍ତୁ .....ଆପ୍‌ ସରକାରରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଦଳରେ କିଏ; କମାଣ ସମ୍ଭାଳିବେ କି ପତ୍ନୀ ?

ଏହାସହ ନିର୍ବାଚନ ହାରିଯିବା ଭୟରେ ଜଣେ ଚତୁର ଏବଂ ବୁଦ୍ଧିମାନ ରାଜନେତାଙ୍କୁ ଗିରଫ କରି ମୋଦି ସରକାର ଯେଭଳି କ୍ଷମତାର ଅପବ୍ୟବହାର କରିଛନ୍ତି ତାଙ୍କ ବିରୋଧରେ ଆପ୍ ପ୍ରତିବାଦ କରୁଛି ଏବଂ ଏହି ଲଢେଇ ଆଗକୁ ଜାରି ରହିବ ବୋଲି କର୍ମୀମାନେ କହିଛନ୍ତି । ତେବେ ଗତକାଲି କେଜ୍ରିଓ୍ବାଲଙ୍କୁ ଗିରଫ କଲା ED ନିର୍ବାଚନ ପୂର୍ବରୁ ଏହି ଗିରଫଦାରୀ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ଭାରତ ଗଣତନ୍ତ୍ର ରେ ଏକ ଲଜ୍ୟା ଜନକ ଘଟଣା କହି ଏହି ଗିରଫଦାରୀକୁ ଭାରତ ସାରା ଆପ ଦଳ ନିନ୍ଦା କରିଛନ୍ତି ।

ଅନ୍ୟପଟେ ବ୍ରହ୍ମପୁର ସହରର ପୁରୁଣା ବସଷ୍ଟାଣ୍ତ ଠାରେ କେଜ୍ରିୱାଲଙ୍କ ଗିରଫଦାରୀକୁ ଦଳ ପକ୍ଷରୁ ନିନ୍ଦା କରାଯିବା ସହିତ ଏହି ଘଟଣାରେ କେନ୍ଦ୍ରର ମୋଦି ସରକାରଙ୍କୁ ସମାଲୋଚନା କରାଯାଇଛି । ମୋଦି ସରକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମରେ ଯେଉଁ ସବୁ ଅଭିଯୋଗ ଆଣିଥିଲେ ତାହାର କୌଣସି ପ୍ରମାଣ ମିଳିନଥିବା ବେଳେ ଦେଶରେ ଚର୍ଚ୍ଚାରେ ରହିଥିବା ଇଲେକ୍ଟୋରାଲ ବଣ୍ତ ଦୁର୍ନୀତିରୁ ଧ୍ୟାନ ହଟାଇବା ପାଇଁ କେଜ୍ରିୱାଲଙ୍କୁ ଏଭଳି ନିଶାନା କରି ଗିରଫ କରିଥିବା ଦଳ ପକ୍ଷରୁ ବ୍ରହ୍ମପୁର ଠାରେ ଅଭିଯୋଗ କରାଯାଇଛି ।

ବ୍ରହ୍ମପୁର ସହରର ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଛକରେ ଏହାକୁ ପ୍ରତିବାଦ କରି ଦଳୀୟ କର୍ମୀମାନେ ସହରର ଭାପୁର ବଜାର, ଗିରି ମାର୍କେଟ ଅର୍ଣ୍ଣପୂର୍ଣ୍ଣା ବଜାର ଅଞ୍ଚଳ ପରିକ୍ରମା କରିଥିଲେ l ଏହି ଆନ୍ଦୋଳନରେ ଦଳର ଜିଲ୍ଲା ଆବାହକ ସୁବାଷ ରାଉତ, ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ନଗର ସଭାପତି ସି. ହରପ୍ରସାଦ, ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ l

ଇଟିଭି ଭାରତ, ରାଉରକେଲା ଓ ବ୍ରହ୍ମପୁର

Last Updated : Mar 23, 2024, 8:56 AM IST

ABOUT THE AUTHOR

...view details