ଓଡିଶା

odisha

ଆଜି ବାରବାଟୀ ଷ୍ଟାଡିୟମ ରୂପାନ୍ତରଣର ଶିଳାନ୍ୟାସ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବେ ୨୦ ହଜାର ଦର୍ଶକ

By ETV Bharat Odisha Team

Published : Feb 26, 2024, 9:23 PM IST

Updated : Feb 27, 2024, 7:56 AM IST

Cultural program at Barabati Stadium: ଆଜି ବାରବାଟୀ ଷ୍ଟାଡିୟମ ରୂପାନ୍ତରଣର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିବେ ୨୦ ହଜାର ଦର୍ଶକ । ଅଧିକ ପଢ଼ନ୍ତୁ

କାଲି ବାରବାଟୀ ଷ୍ଟାଡିୟମ ରୂପାନ୍ତରଣର ଶିଳାନ୍ୟାସ
କାଲି ବାରବାଟୀ ଷ୍ଟାଡିୟମ ରୂପାନ୍ତରଣର ଶିଳାନ୍ୟାସ

କାଲି ବାରବାଟୀ ଷ୍ଟାଡିୟମ ରୂପାନ୍ତରଣର ଶିଳାନ୍ୟାସ

କଟକ: ଆଜି ବାରବାଟୀ ଷ୍ଟାଡିୟମର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଷ୍ଟାଡିୟମରେ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ । ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ପ୍ରାୟ ୨୦ ହଜାର ଦର୍ଶକ ଷ୍ଟାଡିୟମରେ ବସି ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଓସିଏ । ଏହା ପୂର୍ବରୁ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ପୋଲିସ ।

ବାଦ ବିବାଦ ମଧ୍ୟରେ ଆଜି (ମଙ୍ଗଳବାର) ବାରବାଟୀ ଷ୍ଟାଡିୟମର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହାର ଶିଳାନ୍ୟାସ କରାଯିବାକୁ ଥିବାବେଳେ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଅପରାହ୍ନ ସାଢେ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବଲିଉଡ ଗାୟିକା ନେହା କକ୍କର ଓ ତାଙ୍କ ଗ୍ରୁପଙ୍କ ସହ ଓଡ଼ିଶାର କଳାକାରମାନେ ନୃତ୍ୟଗୀତ ପରିବେଷଣ କରିବେ । ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ପଡ଼ିଆ ଭିତରେ ଏକ ବିଶାଳ ମଞ୍ଚ ପ୍ରତିଷ୍ଠା କରାଯାଇଥିବା ବେଳେ ପଡ଼ିଆ ଭିତରେ ୫ ହାଜର ଓ ଗ୍ୟାଲେରୀରେ ୧୫ ହଜାର ଏଭଳି ପ୍ରାୟ ୨୦ ହଜାର ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି କମିଶନରେଟ ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...ମୋକିମଙ୍କ ଟାର୍ଗେଟ ପରେ ଓସିଏ ସମ୍ପାଦକଙ୍କ ପ୍ରତିକ୍ରିୟା, 'ବିରୋଧ କରନି, ସମର୍ଥନ କର'

ଏହା ମଧ୍ୟ ପଢ଼ନ୍ତୁ...27ରେ ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ, ନେହା କକ୍କରଙ୍କ ଗୀତରେ ଝୁମିବେ ଦର୍ଶକ

ତେବେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଗ୍ୟାଲେରି ନଂ ୧ ଓ ୨ ସହିତ ୫କୁ ମଧ୍ୟ ଖୋଲିଦିଆଯିବ । କାର୍ଯ୍ୟକ୍ରମ ଦେଖିବାକୁ ଚାହୁଁଥିବା ଦର୍ଶକମାନେ ଗ୍ୟାଲେରୀରେ ବସି ଏହାର ମଜା ନେଇ ପାରିବେ । ସେହିପରି ଭିଭିଆଇପି ଓ ଭିଆଇପି ମାନଙ୍କ ପାଇଁ ପଡ଼ିଆ ମଧ୍ୟରେ ୩ଟି ଜୋନ କରି ବସିବାର ବ୍ୟବସ୍ଥା କରାଯାଇଛି । ସାଧରଣ ଦର୍ଶକମାନଙ୍କ ପାଇଁ ବାଲିଯାତ୍ରା ପଡ଼ିଆରେ ପାର୍କିଂର ବ୍ୟବସ୍ଥା କରାଯାଇଛି । ନୂଆ ଢଙ୍ଗରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମର ଡିଜାଇନ ଓ ଆର୍କିଟେକ୍ଚର ଦେଶର ପ୍ରଥମ ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି । ଷ୍ଟାଡିୟମର ଭିତର ପାର୍ଶ୍ବ ସହ ବାହାର ପାର୍ଶ୍ବକୁ ମଧ୍ୟ ଅତି ଆକର୍ଷଣୀୟ ଢଙ୍ଗରେ ନିର୍ମାଣ କରାଯିବ ।

ଇଟିଭି ଭାରତ, କଟକ

Last Updated : Feb 27, 2024, 7:56 AM IST

ABOUT THE AUTHOR

...view details