ମୁମ୍ବାଇ:ଆଇପିଏଲ ସିଜିନ 17ରେ ଆଜି ରହିଛି 25 ତମ ମୁକାବିଲା । ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ହାର୍ଦ୍ଦିକ ପାଣ୍ଡ୍ୟା ଓ ଡୁପ୍ଲେସିଙ୍କ ବାହିନୀ ମଧ୍ୟରେ ଫାଇଟ ହେବ ଟାଇଟ । ଚଳିତ ସିଜିନରେ ଉଭୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଫ୍ୟାନ୍ସଙ୍କୁ ନିରାଶ କରିଛି । ତେଣୁ ଦୁଇ ଦଳ ଦ୍ବିତୀୟ ବିଜୟ ହାସଲ କରିବାକୁ ବ୍ୟାକୁଳ ରହିଛନ୍ତି । ଆଇପିଏଲରେ ଆଜି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।
ଆଜି ସନ୍ଧ୍ୟା 7ଟା 30ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯିବ । ଦୁଇ ଦଳ ପୁରା ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ । ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 4ଟି ମ୍ୟାଚ ଖେଳି 3ଟିରେ ପରାଜିତ ହୋଇଥିବା ବେଳେ ଗୋଟିଏରେ ବିଜୟୀ ହୋଇଛି । ଫଳରେ ଦଳ ପଏଣ୍ଟ ଟେବୁଲର 8 ନମ୍ବର ସ୍ଥାନରେ ରହିଛି । ଲଗାତର ମ୍ୟାଚ ହାରିବା ପରେ ଦିଲ୍ଲୀ ବିପକ୍ଷ ମ୍ୟାଚରେ ବିଜୟୀ ହୋଇ ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଥିଲା ଏମଆଇ । ତେଣୁ ଦ୍ବିତୀୟ ବିଜୟ ହାସଲ କରିବାକୁ ବ୍ୟାକୁଳ ପାଣ୍ଡ୍ୟା ବାହିନୀ । ଦଳର ଆଜି ଭଲ ପ୍ରଦର୍ଶନ କରିବା ନେଇ ସମସ୍ତେ ଆଶାବାଦୀ ।