ଓଡିଶା

odisha

ମେଣ୍ଟ ଦ୍ବନ୍ଦ୍ବ: ୟୁ-ଟର୍ଣ୍ଣ ନେଲେ ମନମୋହନ, କହିଲେ କେନ୍ଦ୍ରୀୟ କମିଟି ନେବ ନିଷ୍ପତ୍ତି

By ETV Bharat Odisha Team

Published : Mar 14, 2024, 4:15 PM IST

BJD-BJP Alliance speculation : ମେଣ୍ଟ ପ୍ରସଙ୍ଗକୁ ନେଇ ବୟାନ ବଦଳାଇଲେ ରାଜ୍ୟ ବିଜେପି ସଭାପତି । ଗୋଟିଏ ଦିନରେ ଦୁଇ ଦୁଇ ଥର ଭିନ୍ନ ମତ ଦେଇଛନ୍ତି । ଏପଟେ ସୋସିଆଲ ମିଡିଆ ପୋଷ୍ଟ ଡିଲିଟ ପରେ ବଢିଲା ଚର୍ଚ୍ଚା । ଅଧିକ ପଢନ୍ତୁ

BJD BJP Alliance Suspence
BJD BJP Alliance Suspence

BJD BJP Alliance Suspence

ଭୁବନେଶ୍ବର: ମେଣ୍ଟ ପ୍ରସଙ୍ଗକୁ ନେଇ ବୟାନ ବଦଳାଇଲେ ରାଜ୍ୟ ବିଜେପି ସଭାପତି । ମନମୋହଲ ସାମଲ ନିଜ ପ୍ରତିକ୍ରିୟାରେ ପୁଣି ୟୁ-ଟର୍ଣ୍ଣ ନେଇଛନ୍ତି । ଗୋଟିଏ ଦିନରେ ଦୁଇ ଦୁଇ ଥର ଭିନ୍ନ ମତ ଦେଇଛନ୍ତି । ପ୍ରଥମେ ସେ ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି କହିଥିବାବେଳେ ବର୍ତ୍ତମାନ କହିଛନ୍ତି ଯେ, ନିଷ୍ପତ୍ତିକେନ୍ଦ୍ରୀୟ କମିଟି ନେବ । ସେ କହିଛନ୍ତି ଯେ ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା କହିବେ ତାହା ଦଳର ଚୂଡ଼ାନ୍ତ ନିଷ୍ପତ୍ତି । ମେଣ୍ଟ ହେଉ ବା ଅନ୍ୟ ଯାହା ନିଷ୍ପତ୍ତି ହେଉ ସେନେଇ ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ନେବେ । ରାଷ୍ଟ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । ଖୁବଶୀଘ୍ର ନିଷ୍ପତି ଆସିବ ବୋଲି କହିଲେ ମନମୋହନ । ସକାଳ ସମୟରେ ଦୁଇ ଦୁଇ ଥର ମିଡିଆରେ କହିଥିବା କଥାକୁ ପୁଣି ବଦଳେଇଲେ ରାଜ୍ୟ ବିଜେପି ସଭାପତି।

ସେ ଆହୁରି ମଧ୍ୟ କହିଛନ୍ତି, "ବିଗତ 8 ଦିନ ଧରି ମିଡ଼ିଆ ବିଭିନ୍ନ ଆକଳନ କରି ଖବର ପ୍ରସାରଣ କଲା । ଏଥିରୁ ନିବୃତ ରହିବା ପାଇଁ ମିଡ଼ିଆକୁ ଅନୁରୋଧ । ଏବେ ନିର୍ବାଚନ ଥିବାରୁ ଏହା ଏକ ସମ୍ବେଦନଶୀଳ ସମୟ । ମୁଁ ଯାହା ଶବ୍ଦ କହୁଛି, ତାକୁ ଚିତ୍ରଣ କରି ନାରେଟିଭ କରିବା ଉଚିତ୍ ନୁହେଁ । ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା କହିବେ ତାହା ଦଳର ଚୂଡ଼ାନ୍ତ ନିଷ୍ପତ୍ତି। ରାଷ୍ଟ୍ରୀୟ ନେତୃତ୍ବ ଯାହା ନିଷ୍ପତି ନେବେ ଆମେ ମାନିବୁ । 147 ବିଧାନସଭା ଏବଂ 21 ଲୋକସଭା ସିଟ ପାଇଁ ବିଜେପି କାମ କରୁଛି । ପ୍ରସ୍ତୁତି ଏବଂ ରଣନୀତି ଦଳ କରୁଛି । ଯେଉଁ କଥାକୁ ଖଣ୍ଡନ କରୁଛି, ତାକୁ ଗଣମାଧ୍ୟମ ତିଳକୁ ତାଳ କରୁଛି । ମିଛ ଖବର ଏବଂ ଗୁଜବ ପରିବେଷଣ ହେବା ଉଚିତ୍ ନୁହେଁ । ଭୁଲ ଖବର ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ଦ୍ୱାରା କାର୍ଯ୍ୟକର୍ତ୍ତାମାନେ ମାନସିକ ଦ୍ବନ୍ଦରେ ଅଛନ୍ତି । 8 ଦିନ ଭିତରେ କୌଣସି ସଂଖ୍ୟା ରାଷ୍ଟ୍ରୀୟ ସଭାପତି କହି ନାହାନ୍ତି । ମେଣ୍ଟ ଶବ୍ଦ ମୁଁ କହିନାହିଁ ।" ସେହିପରି ଆଜି ସନ୍ଧ୍ୟାରେ ପୁଣି ଦିଲ୍ଲୀ ଯିବେ ମନମୋହନ ସାମଲ ଯାହା ଜଣାପଡିଛି। ସେପଟେ ଆଜି ମନମୋହନ ସାମଲ ନିଜର ସୋସିଆଲ ମିଡିଆରେ ପୋଷ୍ଟକୁ ମଧ୍ୟ ଡିଲିଟ କରାଯାଇଛି।

ଏହା ମଧ୍ୟ ପଢନ୍ତୁ...ମେଣ୍ଟକୁ ନେଇ ବଢ଼ିଲା ଦ୍ବନ୍ଦ୍ବ: ମନମୋହନଙ୍କ ବଡ଼ ବୟାନ 'ଏକାକୀ ଲଢ଼ିବୁ, ସରକାର ଗଢ଼ିବୁ '

"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ତୃତୀୟ ଥର ସରକାର କରିବା ପାଇଁ ସଂକଳ୍ପ ନେଇଛି ବିଜେପି । ଓଡ଼ିଶା ଲୋକଙ୍କ ଆଶୀର୍ବାଦରେ ଓଡ଼ିଶାରେ ମଧ୍ୟ ପ୍ରଥମ ଥର କରିବା ବିଜେପି । ଓଡ଼ିଶାରେ ଆମେ ସରକାର ଗଢ଼ିବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ତୃତୀୟ ଥର ସରକାର କରିବା ପାଇଁ ସଂକଳ୍ପ ନେଇଛି ବିଜେପି । ଓଡ଼ିଶା ଲୋକଙ୍କ ଆଶୀର୍ବାଦରେ ଓଡ଼ିଶାରେ ମଧ୍ୟ ପ୍ରଥମ ଥର କରିବା ବିଜେପି । ଓଡ଼ିଶାରେ ଆମେ ସରକାର ଗଢ଼ିବୁ । ଓଡ଼ିଶାର ଅସ୍ମିତାଙ୍କୁ ନେଇ ନିର୍ବାଚନ ଲଢ଼ିବୁ । ଆସନ୍ତାକାଲି ନିର୍ବାଚନ କମିଟି ବସି ସବୁ ସିଟ ପାଇଁ ଆଲୋଚନା କରିବ । ଓଡ଼ିଶାର ବିଜେପି ଏକାକୀ ନିର୍ବାଚନ ଲଢ଼ିବ" ବୋଲି ସେ ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details