ଓଡିଶା

odisha

କେନ୍ଦ୍ରାପଡାରେ ବିଜେପି କରିବ ପ୍ରଚଣ୍ଡ ପ୍ରଚାର, ଶାସକ କରୁଛି AI ପ୍ରଚାର: ବୈଜୟନ୍ତ ପଣ୍ଡା - Lok Sabha Election 2024

By ETV Bharat Odisha Team

Published : Apr 24, 2024, 2:26 PM IST

Kendrapara Constituency: କେନ୍ଦ୍ରାପଡାରେ କମ୍ପିଲାଣି ପ୍ରଚାର ମୈଦାନ । ଲୋକସଭା ଆସନ ପାଇଁ ୩ ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଘର ଘର ବୁଲିଲେଣି ନେତା । ସେପଟେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଅଭିଯୋଗ ଏଆଇ ପ୍ରଚାର କରୁଛି ରାଜ୍ୟର ଶାସକ ଦଳ । ଅଧିକ ପଢନ୍ତୁ

Kendrapara Constituency
Kendrapara Constituency

Kendrapara Constituency

କେନ୍ଦ୍ରାପଡା: ନିର୍ବାଚନ ପାଖେଇ ଆସୁଥିବା କମ୍ପିଲାଣି ପ୍ରଚାର ମଇଦାନ । କେନ୍ଦ୍ରାପଡା ଲୋକସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା ସାରିଥିବା ବେଳେ ପ୍ରାର୍ଥୀମାନେ ଘର ଘର ବୁଲି ଆରମ୍ଭ କରିଦେଲେଣି ପ୍ରଚାର କାର୍ଯ୍ୟ । ବିଜେଡିରୁ ନବାଗତ ଅଂଶୁମାନ ମହାନ୍ତି ଛିଡା ହୋଇଥିବା ବେଳେ ବିଜେପିରୁ ଲଢୁଛନ୍ତି ଭେଟେରାନ ନେତା ବୈଜୟନ୍ତ ପଣ୍ଡା । ସେପଟେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ସିଦ୍ଧାର୍ଥ ସ୍ବରୂପ ଦାସ ।

ପ୍ରଚାର କାର୍ଯ୍ୟ ଜୋରଦାର ଆଗେଇ ଚାଲୁଥିବା ବେଳେ ଏହାମଧ୍ୟରେ କେନ୍ଦ୍ରାପଡା ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ହେଭିୱେଟ ପ୍ରଚାରକୁ ଆସୁଛନ୍ତି । ବିଜେଡି- ବିଜେପି ମଧ୍ୟରେ ନେକ ଟୁ ନେକ୍ ଫାଇଟ ହେବାକୁ ଯାଉଛି । ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା କେବଳ ଗଣମାଧ୍ୟମ ଓ ଶାସକ ଦଳର କିଛି ବ୍ୟକ୍ତି କରିଥିଲେ ଯାହାକୁ ନେଇ କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଲୋକ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ ବସି ପ୍ରତିକ୍ରିୟା ଦେଉଥିବା ବେଳେ ରାଜ୍ୟର ବିଜେଡି ମୁଖିଆ କିଛି ବର୍ଷ ଧରି ମିଡିଆ ସମ୍ମୁଖକୁ ଆସିନଥିବା କହିଛନ୍ତି ।

ଏଥିସହ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି) ଓ କମ୍ପ୍ୟୁଟର ମାଧ୍ୟମରେ ରେକର୍ଡ ହୋଇଥିବା ଭିଡିଓରେ ରାଜ୍ୟ ମୁଖିଆ କହୁଥିବା ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ।ବିଜେପି ପକ୍ଷରୁ ପ୍ରଚଣ୍ଡ ପ୍ରଚାର ହେବା ସହ କେନ୍ଦ୍ରାପଡା ସମେତ ସାରା ଦେଶରେ ବିଜେପି ୪୦୦ ପାର ଲକ୍ଷ୍ୟରେ ସଫଳ ହେବ ବୋଲି ବୈଜୟନ୍ତ କହିଛନ୍ତି ।

୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ଶିଳ୍ପପତି ତଥା ପଟ୍ଟନାୟକ ପରିବାରର ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ବୈଜୟନ୍ତ ପଣ୍ଡା ଯଥାକ୍ରମେ ନିକଟସ୍ଥ ପ୍ରତିଦ୍ବନ୍ଦୀ କଂଗ୍ରେସ ଦଳର ରଞ୍ଜିବ ବିଶ୍ୱାଳ ଓ ଧରଣୀଧର ନାୟକଙ୍କୁ ପରାସ୍ତ କରିଥିଲେ । ପରେ ବିଜେଡି ସହ ସମ୍ପର୍କ ଛିନ୍ନ କରି ୨୦୧୯ ମସିହାରେ ବୈଜୟନ୍ତ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇ ତାଙ୍କୁ ହରାଇଥିଲେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ତେବେ ଅନୁଭବ ଏବେ ବିଜେପିରେ ମିଶିସାରିଥିବା ବେଳେ ୨୦୨୪ ନିର୍ବାଚନରେ ତାଙ୍କ ସହ ଫାଇଟ କରିବାକୁ ଯାଉଛନ୍ତି ବିଜେଡିରୁ ଅଂଶୁମାନ ମହାନ୍ତି ଓ କଂଗ୍ରେସରୁ ସିଦ୍ଧାର୍ଥ ସ୍ବରୂପ ଦାସ । ତେବେ ଭୋଟର ମନ କେଉଁଆଡେ ଢଳୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details