ଓଡିଶା

odisha

ରାଜନାଥଙ୍କ କାର୍ଯ୍ୟକ୍ରମରେ ପ୍ରଦୀପଙ୍କ ଶକ୍ତିପ୍ରଦର୍ଶନ, ୬୦ଦିନ କାମ କରି ବିଜେଡିକୁ ହଟାଇବାକୁ ଆହ୍ବାନ

By ETV Bharat Odisha Team

Published : Feb 22, 2024, 8:17 PM IST

MLA Pradeep Panigrahi Criticize BJD Govt : ବ୍ରହ୍ମପୁର ସହରର ଆମ୍ବପୁଆ ବିବେକ ବିହାର ଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ । ସମାବେଶରେ ବିଜେପି ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ରାଜନାଥଙ୍କ କାର୍ଯ୍ୟକ୍ରମରେ ପ୍ରଦୀପଙ୍କର ଶକ୍ତିପ୍ରଦର୍ଶନ , ୬୦ ଦିନ କାମ କରି ବିଜେଡିକୁ ହଟାଇବାକୁ ଆହ୍ବାନ
ରାଜନାଥଙ୍କ କାର୍ଯ୍ୟକ୍ରମରେ ପ୍ରଦୀପଙ୍କର ଶକ୍ତିପ୍ରଦର୍ଶନ , ୬୦ ଦିନ କାମ କରି ବିଜେଡିକୁ ହଟାଇବାକୁ ଆହ୍ବାନ

ରାଜନାଥଙ୍କ କାର୍ଯ୍ୟକ୍ରମରେ ପ୍ରଦୀପଙ୍କର ଶକ୍ତିପ୍ରଦର୍ଶନ , ୬୦ ଦିନ କାମ କରି ବିଜେଡିକୁ ହଟାଇବାକୁ ଆହ୍ବାନ

ବ୍ରହ୍ମପୁର : ଆଜି ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି କ୍ରମରେ ବ୍ରହ୍ମପୁର ସହରର ଆମ୍ବପୁଆ ବିବେକ ବିହାର ଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜନାଥ । ଦଳର ବୁଥସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ବିକାଶ ଏବଂ ନିର୍ବାଚନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ନେଇ ଗୁରୁମନ୍ତ୍ର ଦେଇଥିଲେ ରାଜନାଥ । ତେବେ ଏହି ସଭାରେ ନିକଟରେ ବିଜେପିରେ ସାମିଲ ହୋଇଥିବା ପୂର୍ବତନ ବିଜେଡି ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ବିଜେପି ପକ୍ଷରୁ ବ୍ରହ୍ମପୁର ସହରର ଆମ୍ବପୁଆ ବିବେକ ବିହାର ଠାରେ ଆୟୋଜିତ ହୋଇଥିବା ବିଜୟ ସଂଙ୍କଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଏକ ବିରାଟ ଶୋଭାଯାତ୍ରାରେ ପ୍ରଦୀପ ନିଜର ସମର୍ଥକଙ୍କ ସହିତ ବାଜା , ପଟୁଆର , ଘୋଡାନାଚ , ଆଦିବାସୀ ନୃତ୍ୟ ଭଳି ବିଭିନ୍ନ ପଟୁଆରରେ ସଭାସ୍ଥଳ ନିକଟରେ ଆସି ପହଞ୍ଚିଥିଲେ । ଏହି ସମାବେଶରେ ପ୍ରଦୀପଙ୍କ ସମର୍ଥକ ମାନେ ବିଜେପିରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି । ଏଥିରେ ମିଶ୍ରଣ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ପୂର୍ବତନ କର୍ପୋରେଟର ତଥା ସହରର ବରିଷ୍ଠ ବିଜେଡି ନେତା କେ.ଅନିଲ କୁମାର, ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଲା, ପୂର୍ବତନ କର୍ପୋରେଟର ଗୋପାଳ ରେଡି ସମେତ ପ୍ରଦୀପଙ୍କର ସମର୍ଥକ ମାନେ ବିଜେପିରେ ବିଧିବଦ୍ଧ ଭାବରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ...ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ 'ହିଞ୍ଜିଳିରୁ ଆରମ୍ଭ ହେବ ମିଶନ, ଭୁବନେଶ୍ୱରରେ ହେବ ଶେଷ'

ସମାବେଶର ମଞ୍ଚ ଉପରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଗୋପାଳପୁର ବିଧାୟକ । ରାଜନାଥଙ୍କ ସଭାରେ ଧନ୍ୟବାଦ ଦେବା ଅବସରରେ ପ୍ରଦୀପ ଅନ୍ଧ ,ମୁକ ସରକାର ଆଉ ଆମର ନାହିଁ ଦରକାର କହିବା ସହିତ କର୍ମୀମାନେ ଆଗାମୀ ୬୦ ଦିନ ପରିଶ୍ରମ କରି ସରକାରଙ୍କୁ ପରିବର୍ତ୍ତନ କରିବା ପାଇଁ ଆହ୍ବାନ ଦେଇଥିଲେ । ଜୟ ଶ୍ରୀରାମ ଓ ଭାରତ ମାତା କି ଜୟ ନାରା ଦେବା ସହ କମଳେ କମଳା କହିଛନ୍ତି ପ୍ରଦୀପ । ଏପରିକି ହିଞ୍ଜିଳି ମିଶନରୁ ଭୁବନେଶ୍ବର ପର୍ଯ୍ୟନ୍ତ ୧୦୦ ବିଜୟୀ କରିବା ପାଇଁ ବାର୍ତ୍ତା ଦେଇଥିଲେ । ପ୍ରକାଶଯୋଗ୍ୟ ଯେ ଗତକାଲି ପ୍ରଦୀପ ପାଣିଗ୍ରାହୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details