ଓଡିଶା

odisha

ଭବାନୀପାଟଣାରେ ମହିଳା କାର୍ଡ ଖେଳିଲା ବିଜେଡି, ଧର୍ମଗଡରୁ ପୁଷ୍ପେନ୍ଦ୍ରଙ୍କୁ ଟିକେଟ - BJD MLA Candidates

By ETV Bharat Odisha Team

Published : Mar 27, 2024, 10:34 PM IST

Bhawanipatna Assembly Constituency: କଳାହାଣ୍ଡି ସଂସଦୀୟ କ୍ଷେତ୍ରର ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଅଧିକ ପଢ଼ନ୍ତୁ

ଭବାନୀପାଟଣାରେ ମହିଳା କାର୍ଡ ଖେଳିଲା ବିଜେଡି
ଭବାନୀପାଟଣାରେ ମହିଳା କାର୍ଡ ଖେଳିଲା ବିଜେଡି

ଭବାନୀପାଟଣାରେ ମହିଳା କାର୍ଡ ଖେଳିଲା ବିଜେଡିଭବାନୀପାଟଣାରେ ମହିଳା କାର୍ଡ ଖେଳିଲା ବିଜେଡି

ଭବାନୀପାଟଣା:ଅପେକ୍ଷାର ଅନ୍ତ ଘଟାଇ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ଏହି ପରିପ୍ରେକ୍ଷୀରେରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଲୋକସଭା ପ୍ରାର୍ଥୀ ମଧ୍ୟ ଘୋଷଣା କରିଛି ବିଜେଡି । ଲୋକସଭା ପ୍ରାର୍ଥୀ ଭାବରେ ଲମ୍ବୋଦର ନିଆଲଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ମହିଳା କାର୍ଡ ଖେଳିଛି ବିଜେଡି । ଲଳିତା ନାଏକଙ୍କୁ ଭବାନୀପାଟଣାରୁ ପ୍ରାର୍ଥୀ କରିଛି ଦଳ ।

ତେବେ ଭବାନୀପାଟଣା ବିଧାନସଭାରେ ମହିଲା କାର୍ଡ ଖେଳିଛି ବିଜେଡି । ପୂର୍ବତନ ପୌର ଅଧ୍ୟକ୍ଷା ତଥା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ଲଳିତା ନାଏକଙ୍କ ଉପରେ ଆସ୍ଥା ପ୍ରକଟ କରି ବିଧାୟିକା ପ୍ରାର୍ଥିନୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲଳିତା ନାଏକ ୨୦୦୭ ମସିହାରେ ଭବାନୀପାଟଣା ପୌର ପରିଷଦର ଅଧ୍ୟକ୍ଷା ଭାବରେ କଂଗ୍ରେସ ଦଳରୁ ଟିକେଟ ପାଇ ବିଜୟ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗଦେଇ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ଭାବରେ କାମ କରି ଆସୁଥିବା ବେଳେ ଆଜି ବିଧାୟିକା ପ୍ରାର୍ଥିନୀ ଭାବରେ ନବୀନ ପଟ୍ଟନାୟକ ତାଙ୍କର ନାଁ ଘୋଷଣା କରିଛନ୍ତି ।


ସେହିପରି ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ପୁଣିଥରେ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପରେ ଉପରେ ଆସ୍ତା ପ୍ରକଟ କରିଛନ୍ତି ନବୀନ ପଟ୍ଟନାୟକ । ଦିବ୍ୟ ଶଙ୍କର ମିଶ୍ର ୨୦୧୪ ମସିହାରେ ରାଜନୀତିକୁ ଆସି ବିଜେଡିରୁ ଟିକେଟ ପାଇ ବିଜୟ ହୋଇଥିଲେ । ପରବର୍ତ୍ତୀ ସମୟରେ ୨୦୧୯ରେ ବିଜେଡିରୁ ଟିକେଟ ପାଇ ବିଜୟ ହୋଇ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ। ଏବେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆଶା ପ୍ରକଟ କରି ଟିକେଟ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବଲାଙ୍ଗୀରର ବିକାଶ ପାଇଁ କାମ କରିବି: କଳିକେଶ - Balangir Assembly Constituency

ସେହିପରି ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କୁ ପୁଣିଥରେ ଧର୍ମଗଡ ବିଧାୟକ ପ୍ରାର୍ଥୀ ଭାବରେ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଲୋକସଭା ପ୍ରାର୍ଥୀ ଭାବରେ ଟିକେଟ ଦେଇ ପରାଜୟକୁ ସାମ୍ନା କରିଥିଲା ବିଜେଡି । କିନ୍ତୁ ଏଥର ତାଙ୍କୁ ବିଧାନସଭା ଆସନରୁ ଟିକେଟ ଦେଇଛି ଦଳ । ଅନ୍ୟପକ୍ଷେ, ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବରେ ପ୍ରଦୀପ ଦିଶାରୀ ନାଁ ଘୋଷଣା କରିଛି ବିଜେଡି । ପ୍ରଦୀପ ଦିଶାରୀ ଗତ ୨୦୧୯ ନିର୍ବାଚନରେ ବିଜେଡିରୁ ଟିକେଟ ପାଇ ବିଜୟ ହୋଇଥିବା ବେଳେ ପୁଣିଥରେ ପ୍ରଦୀପଙ୍କ ନାଁ ଘୋଷଣା କରିଛି ଦଳ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details