ଓଡିଶା

odisha

ମୋହନା ଓ ପାରଳାଖେମୁଣ୍ଡି ଆସନ ପାଇଁ ୫ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - ODISHA ASSEMBLY ELECTION 2024

By ETV Bharat Odisha Team

Published : Apr 24, 2024, 8:00 PM IST

5 Candidates File Nomination In Gajapati: ଆଜି ଗଜପତି ଜିଲ୍ଲାରେ ୫ଜଣ ପ୍ରାର୍ଥୀ ମୋହନା ଏବଂ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ ଏବଂ ବିଜେପି ପ୍ରାର୍ଥୀ କେ.ନାରାୟଣ ରାଓ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ମୋହନା ଏବଂ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ
ମୋହନା ଏବଂ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ

ମୋହନା ଏବଂ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ

ଗଜପତି: ଆଜି ଗଜପତି ଜିଲ୍ଲାରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଉଭୟ ମୋହନା ଏବଂ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ ଏବଂ ବିଜେପି ପ୍ରାର୍ଥୀ କେ.ନାରାୟଣ ରାଓ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ପି.ମୂରଲୀ କ୍ରିଷ୍ଣା ମଧ୍ୟ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ମୋହନା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ମଲିକ ଏବଂ ବିଜେଡି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ମଧ୍ୟ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମସ୍ତ ପ୍ରାର୍ଥୀ ନିଜ ନିଜ ସମର୍ଥକମାନଙ୍କ ସହ ଶୋଭାଯାତ୍ରା ଆସି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସମସ୍ତେ ନିଜ ନିଜ ବିଜୟ ନେଇ ଖୁବ ଆଶାବାଦୀ ଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସମର୍ଥକଙ୍କ ସହ ଆସି ରାୟଗଡ଼ାରେ ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ - ODISHA ASSEMBLY ELECTION 2024

କଂଗ୍ରେସ ପାର୍ଥୀ ବିଜୟ ପଟ୍ଟନାୟକ କହିଛନ୍ତି ଯେ, ଲୋକଙ୍କ ସମର୍ଥନ ପାଇ ସେ ଉତ୍ସାହିତ ଅଛନ୍ତି । ଅଞ୍ଚଳର ବିକାଶକୁ ପ୍ରାଥମିକତା ଦେବା ସହ ଦାଦନ ସମସ୍ୟାକୁ ଦୂର କରିବାକୁ ସେ ପଦକ୍ଷେପ ନେବେ। ଏହା ସହ ସେ ବିଜେପି ଓ ବିଜେଡି ବିରୋଧରେ ବର୍ଷିଛନ୍ତି । ସେହିପରି ନାରାୟଣ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଲୋକଙ୍କ ସହ ମୁଁ ଗତ ଅନେକ ବର୍ଷ ହେଲା ରହିଛି, ଲୋକେ ମଧ୍ୟ ମୋ ସହ ରହିଛନ୍ତି । ତେଣୁ ଏଥର ମଧ୍ୟ ନିଶ୍ଚିତ ଭାବେ ବିଜୟୀ ହେବି ବୋଲି ସେ କହିଛନ୍ତି ।

ସେହିପରି ମୋହନା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେଡି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାମ ଲୋକଙ୍କୁ ଅନେକ ସହାୟକ ହୋଇଛି । ତେଣୁ ତାହାକୁ ଭିତ୍ତି କରି ସେ ଏହି ନିର୍ବାଚନ ବିଜୟୀ ହେବେ ବୋଲି ସେ କହିଛନ୍ତି । ବିଜେପି ପ୍ରାର୍ଥୀ ପ୍ରଶାନ୍ତ କହିଛନ୍ତି ଯେ,ଗତ ନିର୍ବାଚନରେ ସମୟ ଅଭାବରୁ ଆମେ ଟକ୍କର ଦେଇ ପାରି ନଥିଲୁ କିନ୍ତୁ ଏଥର ସେ ଭୁଲ ହେବ ନାହିଁ । ରାଜ୍ୟରେ ଚାଲିଥିବା ଭ୍ରଷ୍ଟ ସରକାରକୁ ହଟାଇବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶ ଧାରାରେ ସାମିଲ ହେବା ପାଇଁ ଓଡିଶାର ଲୋକେ ସ୍ଥିର କରିସାରିଛନ୍ତି । ତେଣୁ ଏଥର ଲୋକେ ତାଙ୍କୁ ବିଜୟୀ କରାଇ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details