ଓଡିଶା

odisha

ଆସନ୍ତୁ ଜାଣିବା ବିଶ୍ବର 5 ସବୁଠାରୁ ମହଙ୍ଗା ଘର ବିଷୟରେ, ଲିଷ୍ଟରେ ସାମିଲ ଅଛି ଭାରତ - Most Expensive Houses In World

By ETV Bharat Odisha Team

Published : Apr 10, 2024, 10:46 PM IST

ଯେତେବେଳେ ଦୁନିଆର ସବୁଠୁ ଦାମୀ ଘର କଥା ଆସେ, ପ୍ରଥମ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବିଷୟରେ ଚର୍ଚ୍ଚା ହୋଇଥାଏ। ଆଣ୍ଟିଲିଆ ଦୁନିଆର ସବୁଠାରୁ ମହଙ୍ଗା ଘର ତାଲିକାରେ ରହିଥିଲେ ମଧ୍ୟ ଏହା ଦୁନିଆର ସବୁଠାରୁ ମହଙ୍ଗା ଘର ନୁହେଁ। ଆସନ୍ତୁ ଜାଣିବା ବିଶ୍ବର 5 ସବୁଠାରୁ ମହଙ୍ଗା ଘର ବିଷୟରେ।
ବକିଙ୍ଗଘମ୍ ପ୍ୟାଲେସ୍ ଦୁନିଆର ସବୁଠାରୁ ମହଙ୍ଗା ଘର ଅଟେ। ପ୍ୟାଲେସର ମୂଲ୍ୟ 5 ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହେବ ।
ଭିଲା ଲିଓପୋଲଡା, ଭିଲେଫ୍ରାଞ୍ଚ-ସୁର-ମେରର ଫ୍ରେଞ୍ଚ ରିଭିରା ଉପରେ ଅବସ୍ଥିତ। 50 ଏକରର ବିଶାଳ କ୍ଷେତ୍ରରେ ଅବସ୍ଥିତ ଏହି ଭିଲାର ମୂଲ୍ୟ 750 ମିଲିୟନ ଡଲାର ଅଟେ।
ଭିଲା ଲେସ୍ ସେଡ୍ରେସ୍ ଫ୍ରେଞ୍ଚ ରିଭିଏରା ଉପରେ ଅବସ୍ଥିତ। ଯାହା 1830ରେ ନିର୍ମାଣ ହୋଇଥିଲା। ଯାହାର ବର୍ତ୍ତମାନର ମୁଲ୍ୟ 450 ମିଲିୟନ ଡଲାର ଅଟେ।
ବବଲ୍ ପ୍ୟାଲେସ୍ ଭାବରେ ମଧ୍ୟ ଜଣାଶୁଣା ଲେସ୍ ପ୍ୟାଲେସ୍ ବୁଲେସ୍ ବିଶ୍ବର ମହଙ୍ଗା ଘର ମଧ୍ୟରେ ଅନ୍ୟତମ। ଏହା ଫ୍ରାନ୍ସର କାନ୍ସ ନିକଟ ଥିଓଉଲେ-ସୁର-ମେରରେ ଅବସ୍ଥିତ। ଯାହାର ମୁଲ୍ୟ 420 ମିଲିୟନ ଡଲାର ଅଟେ।
ଭାରତର ମୁମ୍ବାଇରେ ଅବସ୍ଥିତ 27 ମହଲା ବିଶିଷ୍ଟ ଆଣ୍ଟିଲିଆ ଦୁନିଆର ସବୁଠାରୁ ମହଙ୍ଗା ସମ୍ପତ୍ତି ମଧ୍ୟରେ ରହିଛି। ଯାହାର ମୂଲ୍ୟ ପ୍ରାୟ 2 ବିଲିୟନ ଡଲାର ଅଟେ।

ABOUT THE AUTHOR

...view details