ଓଡିଶା

odisha

ଲୋକସଭା ନିର୍ବାଚନ ୨୦୨୪: ସାଉଥରୁ ବଲିଉଡ ସେଲିବ୍ରିଟି ଦେଲେ ଭୋଟ୍ - Lok Sabha Election 2024

By ETV Bharat Odisha Team

Published : Apr 19, 2024, 4:35 PM IST

Celebs Voting In Lok Sabha Election 2024: ଆଜି (ଏପ୍ରିଲ 19) ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୭ଟାରୁ ଏହି ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ । ଏହି ପରିପ୍ରେକ୍ଷୀରେ ବଲିଉଡରୁ ସାଉଥ ସେଲିବ୍ରିଟି ଭୋଟିଂ ପାଇଁ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ।
ସୁପରଷ୍ଟାର ରଜନୀକାନ୍ତ ଚେନ୍ନାଇର ପୋସ୍ ଗାର୍ଡେନ୍ ବୁଥରେ ତାମିଲନାଡ଼ୁ ପାଇଁ ଭୋଟ୍ ଦେଇଛନ୍ତି ।
ଚେନ୍ନାଇରେ ସାଉଥ ସେଲିବ୍ରିଟି ସୂରିୟା ଭୋଟ ଦେଇଛନ୍ତି ।
ଚେନ୍ନାଇର କୋୟାମବେଡୁ ହାଇସ୍କୁଲରେ କମଲ ହାସନ ମତଦାନ କରିଛନ୍ତି ।
ଚେନ୍ନାଇ ସ୍ଥିତ ଏକ ମତଦାନ କେନ୍ଦ୍ରରେ ବିଜୟ ସେଥୁପତି ଭୋଟ ଦେଇଛନ୍ତି । ଏଥିସହ ସେ ଫ୍ୟାନ୍ସଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।
ବଲିଉଡ ଅଭିନେତ୍ରୀ ଉର୍ବସୀ ରୌତେଲା ନିଜ ପରିବାର ସହ ନିଜ ରାଜ୍ୟ ଉତ୍ତରାଖଣ୍ଡରେ ମତଦାନ କରିଛନ୍ତି ।
ଅଭିନେତା ଅଜିତ କୁମାର ମଧ୍ୟ ନିଜ ପତ୍ନୀଙ୍କ ସହ ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି ।
ରଜନୀକାନ୍ତଙ୍କ ପୂର୍ବତନ ଜ୍ୱାଇଁ ତଥା ଧନୁଷ ମଧ୍ୟ ଚେନ୍ନାଇ ସେଣ୍ଟ ଫ୍ରାନ୍ସିସ୍ ଜାଭିଅର୍ ସ୍କୁଲର ଟିଟିକେ ରୋଡ୍ ସ୍ଥାନରେ ଥିବା ବୁଥରେ ନିଜର ମତଦାନ କରିଛନ୍ତି ।
ଲିଓ ଫେମ ତାରକା ଥାଲାପତି ବିଜୟ ମଧ୍ୟ ଲୋକସଭା ନିର୍ବାଚନ ପାଇଁ ଆଜି ନିଜ ମତ ସାବ୍ୟସ୍ତ କରିଛନ୍ତି ।
ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ସେଣ୍ଟ ଫ୍ରାନ୍ସିସ୍ ଜାଭିଅର୍ ସ୍କୁଲ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି ।

ABOUT THE AUTHOR

...view details