ଓଡିଶା

odisha

ରାଜ୍ୟର ବିଭିନ୍ନ ସ୍ଥାନରେ ଏମିତି ଇଦ୍ ପାଳିଲେ ରାଜନେତା, ଦେଖନ୍ତୁ ଝଲକ - Eid Celebration By Politicians

By ETV Bharat Odisha Team

Published : Apr 11, 2024, 10:09 PM IST

Eid Celebrations: କଟକରେ ମୁସଲମାନ ସମ୍ପ୍ରଦାୟଙ୍କୁ ଦ୍-ଉଲ-ଫିତରର ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ମେୟର ସୁବାସ ସିଂ ଓ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା । ସେହିପରି ଭୁବନେଶ୍ବରରେ ମେୟର ସୁଲୋଚନା ଦାସ ଓ ଅନନ୍ତ ନାରାୟଣ ଜେନାଙ୍କୁ ଗୋଲାପ ବାଣ୍ଟୁଥିବାର ଦେଖିବାକୁ ମିଳିଛି । ଏହାସହ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳ ଓ ବରୀ ବିଧାୟିକା ସୁନନ୍ଦା ଦାସ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି ।
କଟକରେ ଏକ ଦରଘାରେ ଏକାଠି ନଜର ଆସିଲେ ମେୟର ସୁବାସ ସିଂ, ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବାରବାଟୀ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ।
ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀଙ୍କୁ ଇଦ୍-ଉଲ-ଫିତରର ଶୁଭେଚ୍ଛା ଜଣାଇଲେ ସଂତୃପ୍ତ, ସୁବାସ ଓ ପ୍ରକାଶ ।
ଭୁବନେଶ୍ବର (ମଧ୍ୟ)ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ମଧ୍ୟ ଇଦ୍ ପର୍ବ ଅବସରରେ ରାଜଧାନୀରେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଶୁଭକାମନା ଜଣାଇଛନ୍ତି ।
ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳଙ୍କୁ ମଧ୍ୟ ଇଦ୍ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ।
ଯାଜପୁର ବରୀ ବିଧାୟିକା ସୁନନ୍ଦା ଦାସ ମଧ୍ୟ ଇସଲାମ ସମ୍ପ୍ରଦାୟଙ୍କୁ ଇଦ୍ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ABOUT THE AUTHOR

...view details