ଓଡିଶା

odisha

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ନୂଆ ଟ୍ବିଷ୍ଟ , ବାଇଡେନଙ୍କ ସ୍ଥାନ ନେବେ କି ମିଚେଲ ଓବାମା?

By ETV Bharat Odisha Team

Published : Feb 12, 2024, 11:59 AM IST

Donald Trump Vs Michelle Obama: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ବାଇଡେନଙ୍କ ସ୍ଥାନ ନେଇପାରନ୍ତି ମିଚେଲ ଓବାମା । ସେ ଡେମୋକ୍ରାଟିକ ପାର୍ଟିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନେକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

Donald Trump Vs Michelle Obama
Donald Trump Vs Michelle Obama

ଓ୍ବାଶିଂଟନ:ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବାସ୍ଥ୍ୟକୁ ନେଇ ବିବାଦ ବଢିବାରେ ଲାଗିଛି । ବାଇଡେନଙ୍କ ମାନସିକ ସ୍ବାସ୍ଥ୍ୟବ୍ୟସ୍ଥା ଠିକ ନଥିବା ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ନେଇ ରାଜନୀତି ସରଗରମ ହୋଇଥିବା ବେଳେ କିଏ କେଉଁ ପାର୍ଟିରୁ ଲଢିବେ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶେଷ ମୁହୂର୍ତ୍ତରେ ପାର୍ଥୀତ୍ବ ପଦ ଛାଡି ପାରନ୍ତି ଏବଂ ତାଙ୍କ ସ୍ଥାନରେ ମଚେଲ ଓବାମା ଡେମୋକ୍ରାଟିକ ପାର୍ଟିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନେକ ଗଣମାଧ୍ୟମରୁ ଖବର ସାମ୍ନାକୁ ଆସିଛି । ପ୍ରକାଶଥାଉକି, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସ୍ତ୍ରୀ ହେଉଛନ୍ତି ମିଚେଲ ଓବାମା ।

ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସିର କହିବା ଅନୁସାରେ, 2024 ନିର୍ବାଚନୀ ରେସରେ ଭାଗ ନେବେ ନାହିଁ ଜୋ ବାଇଡେନ । କାରଣ ଜୋ ବାଇଡେନଙ୍କ ସ୍ବାସ୍ଥ୍ୟବସ୍ଥା ତାଙ୍କର ରାଜନୈତିକ କ୍ୟାରିୟରରେ ବାଧା ସୃଷ୍ଟି କରୁଥିବା ନେଇ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି । ତାଙ୍କର ସ୍ମୃତିଶକ୍ତି ଦୁର୍ବଳ ହେଉଥିବା ଯୋଗୁଁ ତାଙ୍କର ଲୋକପ୍ରିୟତା କମ ହେଉଥିବା ନେଇ କୁହାଯାଉଛି ।

ଦୁଇ ଦିନ ପୂର୍ବେ ସ୍ବତନ୍ତ୍ର ପରାମର୍ଶଦାତା ରବର୍ଟ ହୁରଙ୍କ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ସେଥିରେ କୁହାଯାଇଥିଲା, କିଏ କେଉଁ ପଦବୀରେ ରହିଛନ୍ତି, ତାହା ମନେ ରଖିବା ମଧ୍ୟ ବାଇଡେନ ପାଇଁ ଅକ୍ଷମ । ସେ ଶାରୀରିକ ଏବଂ ମାନସିକ ସ୍ତରରେ ସଂଘର୍ଷ କରୁଛନ୍ତି । ତେଣୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ତାଙ୍କ ପାଇଁ ସଠିକ ହେବ ନାହିଁ । ତେବେ ଏହି ରିପୋର୍ଟକୁ ନେଇ ଅନେକ ଉତ୍ତେଜନା ଦେଖାଯାଇଥିଲା । ବାଇଡେନ କହିଥିଲେ, ବୟସ ସହିତ ସମସ୍ୟା ଉପୁଜେ କିନ୍ତୁ ଏହାର ଅର୍ଥ ନୁହେଁ ଯେ, ମୁଁ ଫିଟ ନୁହେଁ ।

ଏହା ମଧ୍ୟ ପଢନ୍ତୁ: ରାଷ୍ଟ୍ରପତି ପଦ ପାଇଁ ଟ୍ରମ୍ପଙ୍କୁ ଟେକ୍ସାସ ଗଭର୍ଣ୍ଣରଙ୍କ ସମର୍ଥନ, ଟାର୍ଗେଟରେ ସୀମା ଅନୁପ୍ରବେଶ

ରୋବର୍ଟଚ ହୁର ରିପୋର୍ଟକୁ ନେଇ ବିବେକ ରାମାସ୍ବାମୀଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, "ମୁଁ ଏକ ବର୍ଷ ପୂର୍ବରୁ ପୂର୍ବାନୁମାନ କରିଥିଲି ଯେ, ବାଇଡେନ ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ । ଆଜି ମୋର କଥା ସତ୍ୟ ହେବାକୁ ଯାଉଛି । ମିଚେଲ ଓବାମା ଡେମୋକ୍ରାଟିକ ପାର୍ଥୀ ହୋଇପାରନ୍ତି । "ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଥିଲେ, ବାଇଡେନ ଶେଷ ପର୍ଯ୍ୟନ୍ତ ରେସରେ ରହିପାରିବେ ବୋଲି ମୁଁ ଆଶା କରୁ ନାହିଁ ।

ପ୍ରକାଶଥାଉକି, ଦକ୍ଷିଣ ଚିକାଗୋରେ ଜନ୍ମ ହୋଇଥିଲେ ମିଚେଲ । ସେ 1992 ମସିହା ଅକ୍ଟୋବର ମାସରେ ବାରାକ ଓବାମାଙ୍କୁ ବିବାହ କରିଥିଲେ । ମିଚେଲ ଅଧ୍ୟୟନ ସମୟରେ ଛାତ୍ର ନାଜନୀତିରେ ବେସ ସକ୍ରିୟ ରହିଥିଲେ । ତାଙ୍କୁ କିଛି ଜଣ ଏଙ୍ଗ୍ରି ୟଙ୍ଗ ଲେଡି ମଧ୍ୟ ଡାକନ୍ତି । ବର୍ତ୍ତମାନ ମିଚେଲ ବାଇଡେନଙ୍କ ସ୍ଥାନ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ABOUT THE AUTHOR

...view details