ହାଇଦ୍ରାବାଦ: ରଙ୍ଗର ପର୍ବ ହୋଲି ପାଇଁ ସରା ଦେଶ ଉତ୍ସବ ମୁଖର । ଏହି ପର୍ବ ଜୀବନରେ ଅନେକ ସୁଖ ଆଣିଥାଏ । ବିଭିନ୍ନ ପ୍ରକାରର ମିଠା ଖାଇବା ସହିତ ରଙ୍ଗ ଖେଳି ପର୍ବକୁ ଆହୁରି ସ୍ବତନ୍ତ୍ର କରିଥାନ୍ତି ଲୋକେ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ହୋଲି ଉତ୍ସବରେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବା ଜରୁରୀ ଅଟେ । ବିଶେଷ କରି ଯେଉଁମାନଙ୍କର ଆସ୍ଥମା, ବ୍ରୋଙ୍କାଇଟିସ୍ କିମ୍ବା ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଛି। ହୋଲି ରଙ୍ଗ ଶ୍ବାସକ୍ରିୟା ଜନିତ ରୋଗରେ ପୀଡିତ ଲୋକଙ୍କ ପାଇଁ ସମସ୍ୟା ବଢାଇଥାଏ । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ରଙ୍ଗ କେତେକ ଲୋକଙ୍କଠାରେ ଆଲର୍ଜି ମଧ୍ୟ ସୃଷ୍ଟି କରିଥାଏ, ଯାହା ଶ୍ୱାସକ୍ରିୟାରେ ସମସ୍ୟା ହୋଇଥାଏ ।
ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ ରଙ୍ଗ-ଗୁଲାଲ୍ :ବାୟୁପଥରେ ଫୁଲା ବା ଶ୍ବାସକକ୍ରିୟାରେ ସଂକ୍ରମଣ ହେତୁ ଏହା ସଂକୁଚିତ ହୁଏ ଏବଂ ଆସ୍ଥମା ସମସ୍ୟା ଦେଖାଦେଇଥାଏ। ଫଳସ୍ୱରୂପ ରୋଗୀ ନିଶ୍ୱାସ ନେବାରେ ଅସୁବିଧା ଆରମ୍ଭ କରେ । ପିଲାଙ୍କ ଠାରେ ଆସ୍ଥମା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ । ଶ୍ବାସକ୍ରିୟାରେ ସମସ୍ୟା ଏବଂ ଛାତିରେ ଯତନ୍ତ୍ରଣା ଭଳି ଅସୁବିଧା ହୋଇଧଥାଏ । ଅନେକ ପ୍ରତିକୂଳ ପରିବେଶ ଅବସ୍ଥା ହେତୁ ଆସ୍ଥମା ରୋଗୀମାନେ ସ୍ୱାସ୍ଥ୍ୟଗତ ଜଟିଳତା ବୃଦ୍ଧି ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ରଙ୍ଗ ଏବଂ ପରିବେଶରେ ପ୍ରଦୂଷଣ ବୃଦ୍ଧି ମଧ୍ୟ ଏକ ବିପଦର କାରଣ ବୋଲି ବିବେଚନା କରାଯାଏ । ଏକ ଅଧ୍ୟୟନ ଅନୁଯାୟୀ, ହୋଲି ରଙ୍ଗ ଏବଂ ଗୁଲାଲ ପାଉଡରରେ ଅନେକ ଛୋଟ କଣିକା ରହିଥାଏ । ଯାହା କେବଳ ଫୁସଫୁସ ସମସ୍ୟାକୁ ବଢାଇ ନଥାଏ ବରଂ ଆପଣଙ୍କ ଶ୍ୱାସକ୍ରିୟା ପାଇଁ ମଧ୍ୟ ଗୁରୁତର ବିପଦ ଆଣିପାରେ ।
ଏହା ମଧ୍ୟ ପଢନ୍ତୁ:ହୋଲିରେ କେମିତି ରଖିବେ ତ୍ବଚା ଓ କେଶର ଯତ୍ନ, ଆପଣାନ୍ତୁ ଟିପ୍ସ - Holi Tips