ଓଡିଶା

odisha

ଋଷି କପୁରଙ୍କ ଶ୍ରାଦ୍ଧ ବାର୍ଷିକୀ; ସୁପରଷ୍ଟାରଙ୍କ ସ୍ମୃତିରେ ଭାବବିହ୍ୱଳ ପରିବାର - Rishi Kapoor Death Anniversary

By ETV Bharat Odisha Team

Published : Apr 30, 2024, 11:24 AM IST

Rishi Kapoor 4th Death Anniversary: ହିନ୍ଦୀ ସିନେମାର ଭେଟେରାନ ଅଭିନେତା ଋଷି କପୁର ଆଜିର ଦିନରେ (ଏପ୍ରିଲ ୩୦, ୨୦୨୦) ବିଶ୍ୱକୁ ଅଲବିଦା କହିଥିଲେ । ଆଜି ତାଙ୍କର ମୃତ୍ୟୁକୁ ୪ବର୍ଷ ବିତିଥିଲେ ମଧ୍ୟ ଆଜି ବି ସମସ୍ତଙ୍କ ମନରେ ସତେଜ ହୋଇ ରହିଛନ୍ତି । ଏହି ସମୟରେ ତାଙ୍କୁ ମନେ ପକାଇ ପୁରା କପୁର ପରିବାରକୁ ଭାବବିହ୍ୱଳ ହୋଇଛନ୍ତି । ଅଧିକ ପଢନ୍ତୁ

ଋଷି କପୁରଙ୍କ ଶ୍ରାଦ୍ଧ ବାର୍ଷିକୀ; ସୁପରଷ୍ଟାରଙ୍କ ସ୍ମୃତିରେ ଭାବବିହ୍ୱଳ ପରିବାର
ଋଷି କପୁରଙ୍କ ଶ୍ରାଦ୍ଧ ବାର୍ଷିକୀ; ସୁପରଷ୍ଟାରଙ୍କ ସ୍ମୃତିରେ ଭାବବିହ୍ୱଳ ପରିବାର

ଋଷି କପୁରଙ୍କ ସ୍ମୃତିରେ ଭାବବିହ୍ୱଳ ପରିବାର

ହାଇଦ୍ରାବାଦ:ଆଜିର ଦିନ ବଲିଉଡର ଭେଟେରାନ ଅଭିନେତା ଋଷି କପୁର ଏହି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ । ଅଭିନେତା ଏପ୍ରିଲ ୩୦, ୨୦୨୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥଲେ । ଆଜି ତାଙ୍କର ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ହୋଇଥିବା ବେଳେ ପୁରା ପରିବାର ତାଙ୍କୁ ବେଶ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି । ଦିବଙ୍ଗତ ଅଭିନେତାଙ୍କ ପତ୍ନୀ ନୀତୁ କପୁର ଠାରୁ ଆରମ୍ଭ କରି ଝିଅ ରିଦ୍ଧିମା କପୁର ଏବଂ ଜ୍ୱାଇଁ ମଧ୍ୟ ଅଭିନେତାଙ୍କୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଋଷି କପୁରଙ୍କ ସ୍ମୃତିରେ ଭାବବିହ୍ୱଳ ପରିବାର

ରିଦ୍ଧିମା ବାପାଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଋଷି କପୁର ଏବଂ ତାଙ୍କ ଏକ ସୁନ୍ଦର ପିଲାଦିନର ଫଟୋ ସେୟାର କରିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, "ଆମେ ଯାହାକୁ ଭଲପାଉ, ସେମାନେ ଦୂରକୁ ଯାଆନ୍ତି ନାହିଁ । ସେମାନେ ପ୍ରତିଦିନ ଆମ ସହ ରହିଥାନ୍ତି । ତୁମେ ସବୁଦିନ ବେଶ ମନେ ପଡୁଛ ବାପା । ନୀତୁ ତାଙ୍କ ଇନଷ୍ଟାଷ୍ଟୋରୀରେ ତାଙ୍କ ଝିଅର ଏହି ପୋଷ୍ଟକୁ ରିପୋଷ୍ଟ କରିଛନ୍ତି ।

ସେହିପରି ରିଦ୍ଧିମାଙ୍କ ସ୍ୱାମୀ ଭାରତ ସାହନି ମଧ୍ୟ ତାଙ୍କ ଇଷ୍ଟାଗ୍ରାମ ଷ୍ଟୋରୀରେ ଏକ ପାରିବାରିକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ରିଦ୍ଧିମା, ଭରତ ତାଙ୍କ ଝିଅ ସମାରା ଓ ରଣବୀର କପୁର, ଋଷି କପୁର, ନୀତୁ ଏବଂ କୃଷ୍ଣା ରାଜ କପୁରଙ୍କ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ପ୍ରତ୍ୟେକ ସ୍ମୃତି ପାଇଁ କୃତଜ୍ଞ । ଆପଣଙ୍କର ଅନୁପସ୍ଥିତି ଆମେ ସବୁବେଳେ ଅନୁଭବ କରୁଛୁ ।"

ସୂଚନା ଥାଉ କି, ଋଷି କପୁରଙ୍କ ଏପ୍ରିଲ ୩୦, ୨୦୨୦ରେ ୬୭ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ସେ ୨୦୧୮ରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆମେରିକାରେ ଋଷିଙ୍କୁ ପ୍ରାୟ ୧୧ ମାସ ଧରି ଚିକିତ୍ସା କରାଯାଇଥିଲା ଯାହା ପରେ ସେ ଭାରତକୁ ଫେରିଥିଲେ ଏବଂ ମୁମ୍ୱାଇ ଫେରିବା ପରେ ହଠାତ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ପ୍ରେମିକା ପାଇଁ ଚିଠି ଲେଖୁ ଲେଖୁ ନିଜେ ହୋଇଗଲେ ଋଷିଙ୍କ ଜୀବନସାଥୀ

ଋଷି କପୁରଙ୍କ କ୍ୟାରିଅର୍

ଋଷି କପୁର ତାଙ୍କ ଷ୍ଟାର ପିତା ରାଜ କପୁରଙ୍କ ଚଳଚ୍ଚିତ୍ର ଶ୍ରୀ 420ରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ଏବଂ 1970 ମସିହାରେ ରାଜ କପୁର ପୁଣି ଥରେ ମେରା ନାମ ଜୋକର ଫିଲ୍ମରେ ଋଷି କପୁରଙ୍କୁ ଏକ୍ସଫ୍ଲୋର କରିଥିଲେ । ଏଥି ସହିତ, ତିନି ବର୍ଷ ପରେ, 1973ରେ, ରାଜ କପୁର ଋଷି କପୁରଙ୍କୁ ବବି ଚଳଚ୍ଚିତ୍ରର ଅଭିନେତା ଭାବରେ ବଡ ପରଦାରେ ଆଣିଥିଲେ ଏବଂ ପ୍ରଥମ ଚଳଚ୍ଚିତ୍ରରୁ ଋଷି କପୁର ରାତାରାତି ଷ୍ଟାର ହୋଇଥିଲେ । 6 ଦଶନ୍ଧି ଧରି ହିନ୍ଦୀ ସିନେମାରେ ଋଷି କପୁର ଚମତ୍କାର ପ୍ରଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁ ପରେ ମୁକ୍ତିଲାଭ କରିଥିବା ଶର୍ମା ଜୀ ନମକୀନ୍ (2022) ଚଳଚ୍ଚିତ୍ରରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

ABOUT THE AUTHOR

...view details