ETV Bharat / entertainment

Rishi Kapoor Birth Anniversary: ପ୍ରେମିକା ପାଇଁ ଚିଠି ଲେଖୁ ଲେଖୁ ନିଜେ ହୋଇଗଲେ ଋଷିଙ୍କ ଜୀବନସାଥୀ

author img

By ETV Bharat Odisha Team

Published : Sep 4, 2023, 7:57 AM IST

ବଲିଉଡ ଅଭିନେତା ଋଷି କପୁର ଆଜି ଏ ଦୁନିଆରେ ନାହାନ୍ତି ସତ, କିନ୍ତୁ ତାଙ୍କ ଦୁନିଆ ବା ଜୀବନସାଥୀ ନିତୁ କପୁର ଆଜି ବି ତାଙ୍କୁ ଝୁରି ହୁଅନ୍ତି । ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ଚର୍ଚ୍ଚିତ ଥିଲା । ସେଥିପାଇଁ ତ ଉଭୟଙ୍କୁ ବଲିଉଡର ରୋମାଣ୍ଟିକ୍‌ କପଲ ବୋଲି କୁହାଯାଉଥିଲା । ଆଜି ଅଭିନେତାଙ୍କ ଜନ୍ମ ବାର୍ଷିକୀରେ, ଏହି ଅବସରରେ ଆସନ୍ତୁ ଜାଣିବା ସେମାନଙ୍କ ପ୍ରେମ କାହାଣୀ ସମ୍ପର୍କରେ କିଛି ।

ଅଭିନେତା ଋଷି କପୁର ଜନ୍ମ ବାର୍ଷିକୀ
ଅଭିନେତା ଋଷି କପୁର ଜନ୍ମ ବାର୍ଷିକୀ

ହାଇଦ୍ରାବାଦ: ବଲିଉଡର ସବୁଠାରୁ ରୋମାଣ୍ଟିକ ଦମ୍ପତିଙ୍କ ମଧ୍ୟରୁ ନୀତୁ ସିଂ ଏବଂ ଋଷି କପୁର ଅନ୍ୟତମ । ଯେତେବେଳେ ବି ବଲିଉଡର ସବୁଠାରୁ ସୁନ୍ଦର ଦମ୍ପତିଙ୍କ ନାମ କିମ୍ବା ସେମାନଙ୍କ ପ୍ରେମ କାହାଣୀ କଥା ଆସେ, ସେତେବେଳେ ପ୍ରଥମେ ନୀତୁ ଏବଂ ଋଷିଙ୍କୁ ମନେ ପକାଯାଏ । ନୀତୁ ସବୁବେଳେ ତାଙ୍କୁ ସମର୍ଥନ କରୁଥିଲେ । ଉଭୟ ଏକାଠି ହୋଇ ପ୍ରତ୍ୟେକ ଅସୁବିଧାର ସାମ୍ନା କରୁଥିଲେ । ଯେତେବେଳେ ଋଷି କପୁରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା, ସେତେବେଳେ ନୀତୁ ସିଂ ତାଙ୍କ ଯତ୍ନ ନେଇଥିଲେ । ଯଦିଓ ସେ ଆଜି ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ନୀତୁ ସିଂ ଏବଂ ଋଷି କପୁରଙ୍କ ପ୍ରେମ କାହାଣୀ ପୂର୍ବପରି ଆଜି ବି ଜୀବନ୍ତ ଅଛି । ନୀତୁ ଏବଂ ଋଷି 40 ବର୍ଷ ଧରି ପରସ୍ପରର ସାଥ୍‌ ଦେଇଛନ୍ତି । ତେବେ ଏ ଦୁହିଁଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ । ଆଜି ଅଭିନେତାଙ୍କ 71 ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଆସନ୍ତୁ ଜାଣିବା ନୀତୁ ଏବଂ ଋଷିଙ୍କ ପ୍ରେମ କାହାଣୀ ସମ୍ପର୍କରେ...

ପ୍ରଥମ ଦେଖାରେ ପ୍ରେମ

ଋଷି କପୁର ଏବଂ ନୀତୁ ସିଂ ପ୍ରଥମେ ଫିଲ୍ମ 'ବବି'ର ସେଟରେ ସାକ୍ଷାତ ହୋଇଥିଲେ, କିନ୍ତୁ ତାହା କିଛି ଖାସ୍‌ ନଥିଲା । ଏହା ପରେ ଉଭୟ ଫିଲ୍ମ 'ଜହରିଲା ଇନସାନ'ର ସେଟରେ ଭେଟିଥିଲେ । ସେହି ସମୟର ଉଭୟଙ୍କ ମଧ୍ୟରେ ବହୁତ ଝଗଡା ଲାଗିରହୁଥିଲା, କିନ୍ତୁ ଏହି ଝଗଡା ଧୀରେ ଧୀରେ ବନ୍ଦ ହୋଇଗଲା ଏବଂ ଦୁହେଁ ନିକଟତର ହୋଇଗଲେ । ଦିନେ ଏକ ଟିଭି ରିଆଲିଟି ସୋ’ରେ ଋଷି କପୁର ତାଙ୍କ ପ୍ରେମ କାହାଣୀ କହିଥିଲେ । ଋଷି କହିଥିଲେ, ‘‘1974 ମସିହାରେ ମୁଁ ଜହରିଲା ଇନସାନ ଫିଲ୍ମର ସୁଟିଂ ସମୟରେ ନୀତୁଙ୍କୁ ଭେଟିଥିଲି ଏବଂ ମୁଁ ପ୍ରଥମ ଦେଖାରେ ନୀତୁଙ୍କୁ ଭଲପାଇ ବସିଥିଲି । ସେହି ସମୟରେ, ମୋର ଗର୍ଲଫ୍ରେଣ୍ଡ ସହିତ କିଛି ଯୁକ୍ତିତର୍କ ହୋଇଥିଲା ଏବଂ ମୁଁ ବହୁତ ରାଗି ଯାଇଥିଲି । ଏହା ପରେ ମୁଁ ତାଙ୍କୁ ମନାଇବା ପାଇଁ ଯଥାସମ୍ଭବ ଚେଷ୍ଟା କଲି, ତଥାପି ପାରିଲିନି । ସେହି ସମୟରେ ନୀତୁ ତାଙ୍କୁ ଟେଲିଗ୍ରାମ ଲେଖିବାରେ ସାହାଯ୍ୟ କରିଥିଲେ ।’’

ଏହା ମଧ୍ୟ ପଢନ୍ତୁ: ଋଷିଙ୍କୁ ଝୁରୁଛନ୍ତି ପତ୍ନୀ ନୀତୁ, ଭାଇରାଲ ଫଟୋ

ଥରେ ଋଷି କପୁର ତାଙ୍କର ଏବଂ ନୀତୁଙ୍କର ପ୍ରଥମ ସାକ୍ଷାତର କାହାଣୀ ମନେ ପକାଇ କହିଥିଲେ, ଆମେ ପରସ୍ପର ପାଇଁ ତିଆରି ହୋଇଛୁ । ଯାହା ଚାହୁଁଥିଲି ତାହା ପୂରା ହୋଇଗଲା । ଯେତେବେଳେ ମୁଁ ମୋର କ୍ୟାରିଅର୍ ଆରମ୍ଭ କଲି, ଡିମ୍ପଲ୍ କାପାଡିଆ ବିବାହିତ ଥିଲେ, ତେଣୁ ମୋ ସହ କାମ କରିବାକୁ କୌଣସି ହିରୋଇନ୍ ନଥିଲେ । ଫଳରେ ମୁଁ ନୀତୁଙ୍କ ସହିତ ବହୁତ କାମ କଲି । ବେଳେବେଳେ ଗୋଟିଏ ଦିନରେ ଦୁଇଟି ସିଫ୍ଟ ମଧ୍ୟ କରିଥିଲୁ । ଆମେ ପରସ୍ପର ସହିତ ଅଧିକ ସମୟ ବିତାଇବା ଆରମ୍ଭ କଲୁ, ଯେଉଁ କାରଣରୁ ଆମର ଘନିଷ୍ଠତା ମଧ୍ୟ ବଢିଗଲା ଏବଂ ଆମେ ପରସ୍ପରରେ ପ୍ରେମରେ ପଡିଗଲୁ । ପରେ ଆମେ ବିବାହ କରିବାକୁ ଚାହିଁଲୁ ।

ଋଷି କପୁର କହିଥିଲେ, 'ସମୟ ସହିତ ମୁଁ ମୋ ଗର୍ଲଫ୍ରେଣ୍ଡକୁ ଭୁଲିଯିବା ଆରମ୍ଭ କଲି ଏବଂ ମୁଁ ଅନୁଭବ କଲି ଯେ ନୀତୁ ମୋ ପାଇଁ ଉପଯୁକ୍ତ । ଜହରିଲା ଇନସାନଙ୍କ ସୁଟିଂ ସମାପ୍ତ କରିବା ପରେ ମୁଁ ମୋର ଅନ୍ୟ ପ୍ରୋଜେକ୍ଟ ପାଇଁ ୟୁରୋପ ଯାଇଥିଲି, କିନ୍ତୁ ମୁଁ ସେଠାରେ ନୀତୁଙ୍କୁ ମିସ୍‌ କରୁଥିଲି । ୟୁରୋପରେ ରହୁଥିବାବେଳେ ମୁଁ ଅନେକ ଥର ନୀତୁଙ୍କୁ ଟେଲିଗ୍ରାମ ପଠାଇଥିଲି ଏବଂ ଏଥିରେ ଲେଖିଥିଲି ଯେ ତୁମ ବିନା ମୁଁ ଖୁସି ଅନୁଭବ କରିପାରୁନାହିଁ । ଋଷି ଫେରିବା ପରେ ନୀତୁ ସିଂଙ୍କ ସାମ୍ନାରେ ନିଜର ପ୍ରେମ ବ୍ୟକ୍ତ କରିଥିଲେ । ନୀତୁ ସିଂ ତାଙ୍କୁ ମଧ୍ୟ ତାଙ୍କ ମନ କଥା କହିଥିଲେ ଏବଂ ଉଭୟଙ୍କ ସୁନ୍ଦର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଯେତେବେଳେ ନୀତୁ ଋଷିଙ୍କୁ ବିବାହ କରିଥିଲେ, ସେତେବେଳେ ତାଙ୍କୁ ମାତ୍ର 21 ବର୍ଷ ହୋଇଥିଲା । ଉଭୟ ୧୧ ଜାନୁଆରୀ ୧୯୮୦ରେ ବିବାହ କରିଥିଲେ । ବିବାହ ପରେ ନୀତୁ ଫିଲ୍ମ କ୍ୟାରିୟରକୁ ବିଦାୟ ନେଇଥିଲେ । ସେ ସମୟରେ ତାଙ୍କର ଖୁବ୍ ଡିମାଣ୍ଡ ରହିଥିଲା । ମାତ୍ର ନିଜ ପରିବାରର ଖୁସିି ପାଇଁ ବଲିଉଡରୁ ବିଦାୟ ନେଇଥିଲେ । ବହୁ ବର୍ଷ ପରେ ନୀତୁ ପୁଣି ଫିଲ୍ମରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.