ଭୁବନେଶ୍ୱର: ପ୍ରେମ ସପ୍ତାହରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର 'ଆସିକ ସରେଣ୍ଡର ହେଲା' । ଭୁବନେଶ୍ୱରର ସିନେ ପଲିସଠାରେ ଚଳଚ୍ଚିତ୍ରର ପ୍ରିମିୟର ଶୋ' ରିଲିଜ ହୋଇଯାଇଛି । ବିଶ୍ୱାସ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟି ନିର୍ମାଣ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜା ଡି. । ସଙ୍ଗୀତକୁ ସ୍ୱରରେ ସଜେଇଛନ୍ତି ଗୀତିକାର ପ୍ରେମ ଆନନ୍ଦ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅର୍ଥାତ ନାୟକ ଭୂମିକାରେ ସମ୍ଭବ ମାନସିଂହ ଓ ନାୟିକା ଭୂମିକାରେ ଜୟା ବିଶ୍ୱାସ ଅଭିନୟ କରିଛନ୍ତି ।
ସେହିପରି ଅନ୍ୟ ଭୂମିକାରେ ସ୍ୱର୍ଗତ ବରିଷ୍ଠ ଅଭିନେତା ମିହିର ଦାସ, ବଣ୍ଟି, ମନୋଜ ମିଶ୍ର, ଅଭିନେତ୍ରୀ ପିଆଲିଙ୍କ ଭଳି ଅନେକ ଜଣାଶୁଣା କଳାକାର ଏଥିରେ ଅଭିନୟ କରିଛନ୍ତି । ତେବେ ସିନେମାଟି ଦୁଇ ପ୍ରେମ ପକ୍ଷୀଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ପାରିବାରିକ କାହାଣୀ ସହ ସଂଗୀତକୁ ନେଇ ବେଶ ସୁନ୍ଦର ହୋଇଛି । ଏଥିରେ ୫ଟି ଗୀତ ରହିଥିବା ବେଳେ ଦୁଇଟି ଗୀତ ବର୍ତ୍ତମାନ ଲୋକଙ୍କ ହୃଦୟକୁ ଜିଣିଛି । ତେଣୁ ଭରପୁର କାହାଣୀ ସହ ସଙ୍ଗୀତର ଧାରାକୁ ନେଇ ପ୍ରସ୍ତୁତ ଏହି ସିନେମା ନିଶ୍ଚୟ ଦର୍ଶକଙ୍କୁ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।
ଏହା ମଧ୍ୟ ପଢନ୍ତୁ - ବାସ୍ତବ ଘଟଣାକୁ ନେଇ ନିର୍ମିତ ସିନେମା 'ଖରା' ରିଲିଜ