ଓଡିଶା

odisha

ଆଜି ୟୁପିଆଇ ପେମେଣ୍ଟ ପାଇଁ ସମସ୍ୟା ଭୋଗୁଛନ୍ତି କି ? ଜାଣି ରଖନ୍ତୁ କାରଣ - UPI Service down today

By ETV Bharat Odisha Team

Published : Apr 1, 2024, 5:57 PM IST

UPI Down today: ଆଜି ୟୁପିଆଇ ପେମେଣ୍ଟରେ ଅସୁବିଧା ଭୋଗୁଛନ୍ତି କି ? ପୂର୍ବାପେକ୍ଷା ୟୁପିଆଇ ପେମେଣ୍ଟ ଅଧିକ ସମୟ ନେଉଛି କି ? ଜାଣନ୍ତୁ କଣ ରହିଛି ଏହା ପଛର କାରଣ

UPI Down today
UPI Down today

ନୂଆଦିଲ୍ଲୀ: ଆଜିଠୁ ନୂଆ ଆର୍ଥିକ ବର୍ଷ 2024-25ର ଆରମ୍ଭ ହୋଇଛି । ଏହି କାରଣରୁ ଅନେକ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି । ଅଧିକାଂଶ ରାଜ୍ୟର ବ୍ୟାଙ୍କଗୁଡ଼ିକରେ ବାର୍ଷିକ ସମାପନ କାର୍ଯ୍ୟ (Annual Closing Activity) କାରଣରୁ ଗ୍ରାହକମାନେ ଅର୍ଥ କାରବାରରେ ସମସ୍ୟାର ସାମ୍ନା କରୁଛନ୍ତି । ଆର୍ଥିକ ବର୍ଷର ଶେଷରେ ବ୍ୟାଙ୍କଗୁଡିକ କିଛି ଔପଚାରିକ କାର୍ଯ୍ୟ ପୁରା କରିବାକୁ ଥିବାରୁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଥାଏ ।

ଆନୁଆଲ‌୍‌ କ୍ଲୋଜିଂ ଆକ୍ଟିଭିଟି ବା ବାର୍ଷିକ ସମାପନ କାର୍ଯ୍ୟ ଯୋଗୁଁ ବିଶେଷ କରି ଏସବିଆଇ ଓ ଏଚଡିଏଫସି ବ୍ୟାଙ୍କର ଗ୍ରାହକମାନେ ପ୍ରଭାବିତ ହୋଇଛନ୍ତି । ଏପରିକି ଆଜି ଅଧିକାଂଶ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିଥିବା ବେଳେ ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ସିକ୍କିମ ଓ ପଶ୍ଚିମବଙ୍ଗରେ ବ୍ୟାଙ୍କ ଖୋଲା ରହିଛି ।

ଉପଲବ୍ଧ ହେବନି SBI ଡିଜିଟାଲ ସେବା:-ବାର୍ଷିକ ସମାପନ ଗତିବିଧି ଯୋଗୁଁ ଇଣ୍ଟରନେଟ ବ୍ୟାକିଂ, ୟୋନୋ ଲାଇଟ୍‌, ୟୋନୋ ବିଜନେସ ୱେବ ଓ ମୋବାଇଲ ଆପ୍‌, ୟୋନୋ ଏବଂ ୟୁପିଆଇ ସେବାଗୁଡ଼ିକ ଏପ୍ରିଲ 1ରେ ଉପଲବ୍ଧ ହେବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ନିଜ ୱେବସାଇଟରେ ଗ୍ରାହକଙ୍କୁ ସୂଚିତ କରାଯାଇଛି । ଏଥିଲାଗି ଆଜି ସକାଳୁ ଗ୍ରାହକମାନେ ୟୁପିଆଇ ପେମେଣ୍ଟରେ ସ୍ବାଭାବିକ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ଏସବିଆଇ ବ୍ୟାଙ୍କର ସେବା ଅସ୍ଥାୟୀ ଭାବେ ଅପରାହ୍ନ 4ଟା 10ରୁ ସନ୍ଧ୍ୟା 7ଟା 10 ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ୟୁପିଆଇ ଲାଇଟ୍‌ ଓ ଏଟିଏମ ସେବା ଉପଲବ୍ଧ ରହିବ ।

UPI Down today

କଣ କହୁଛି HDFC ବ୍ୟାଙ୍କ ? :- ସେପଟେ HDFC ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଏପ୍ରିଲ 1ରେ ଟଙ୍କା ଟ୍ରାନ୍ସଫର ନ କରିବାକୁ ଅନୁରୋଧ କରିଥିଲା । ଆଜି ପେମେଣ୍ଟରେ ବିଳମ୍ବ ହୋଇପାରେ ବୋଲି ମଧ୍ୟ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା । ବାର୍ଷିକ ଆକାଉଣ୍ଟ ବନ୍ଦ ଯୋଗୁଁ ଏଚଡିଏଫସି ବ୍ୟାଙ୍କ ଗ୍ରାହକଙ୍କୁ ସୂଚାଇ ଦେଇଛି ଯେ ଏପ୍ରିଲ 1ରେ ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର (NEFT) ସେବା ଉପଲବ୍ଧ ହେବ ନାହିଁ । ଯଦିଓ ଗ୍ରାହକ ଏହି ସେବାର ଉପଯୋଗ କରିବେ ତେବେ ସମୟଠାରୁ ଅଧିକ ସମୟ ନେଇପାରେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ- ଆଜିଠୁ ବଦଳିଲା ଆୟକର ନିୟମ, କଣ ସବୁ ହୋଇଛି ପରିବର୍ତ୍ତନ ଜାଣନ୍ତୁ

ସୂଚନା ଥାଉ କି ଏଚଡିଏଫସି ବ୍ୟାଙ୍କ ଗ୍ରାହକମାନେ ଅନ୍ୟ ଟଙ୍କା କାରବାର ପଦ୍ଧତି ଯେପରିକି ତତ୍କାଳ ପେମେଣ୍ଟ ସର୍ଭିସ (IMPS), ରିଅଲ ଟାଇମ ଗ୍ରସ ସେଟଲେମେଣ୍ଟ (RTGS) ଏବଂ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (UPI)କୁ ଏପ୍ରିଲ 1ରେ ଟଙ୍କା ଟ୍ରାନ୍ସଫର କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details