ଓଡିଶା

odisha

2024 ଲୋକସଭା ନିର୍ବାଚନ; କାଲି ତୃତୀୟ ପର୍ଯ୍ୟାୟ ମତଦାନ, 1331 ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା - Third phase of Lok Sabha elections

By ETV Bharat Odisha Team

Published : May 5, 2024, 11:00 PM IST

Updated : May 6, 2024, 10:44 PM IST

Third phase of Lok Sabha elections: ଆସନ୍ତାକାଲି ଲୋକସଭା ନିର୍ବାଚନ ଲାଗି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ମୋଟ 93ଟି ଆସନ ଲାଗି ଭୋଟ ପଡ଼ିବାକୁ ଥିବା ବେଳେ 1331 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ଅଧିକ ପଢନ୍ତୁ

Third phase of Lok Sabha elections
Third phase of Lok Sabha elections (PHOTO- ETV BHARAT ODISHA)

ହାଇଦ୍ରାବାଦ:ଅଷ୍ଟାଦଶ ଲୋକସଭା ନିର୍ବାଚନ ଲାଗି ଆସନ୍ତାକାଲି (ମେ 7) ତୃତୀୟ ପର୍ଯ୍ୟାୟ ମତଦାନ । ଏଥିଲାଗି ରବିବାର ସନ୍ଧ୍ୟା ସୁଦ୍ଧା ପ୍ରଚାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଆସିଛି ପରୀକ୍ଷାର ଘଡ଼ି । ତୃତୀୟ ପର୍ଯ୍ୟାୟ ଭୋଟିଂରେ ମୋଟ 93ଟି ସଂସଦୀୟ କ୍ଷେତ୍ର ଲାଗି ଭୋଟ ପଡ଼ିବାକୁ ଥିବା ବେଳେ 1331 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । 10 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଆରମ୍ଭ କରି ଅନେକ ହେବିୱେଟ ନେତା ମୈଦାନରେ ଅଛନ୍ତି ।

Phase 3 facts at a glance (ETV BHARAT GRAPHICS)
ତୃତୀୟ ପର୍ଯ୍ୟାୟ ମତଦାନକୁ ଯାଇଥିବା ନିର୍ବାଚନମଣ୍ଡଳୀ
ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ସଂସଦୀୟ କ୍ଷେତ୍ର ସଂଖ୍ୟା
ଆସାମ 4
ବିହାର 5
ଛତିଶଗଡ଼ 7
ଦାଦ୍ରା ନଗର ହାବେଳୀ ଓ ଡାମନ ଡିଉ 2
ଗୋଆ 2
ଗୁଜୁରାଟ 25
କର୍ଣ୍ଣାଟକ 14
ମଧ୍ୟ ପ୍ରଦେଶ 9
ମହାରାଷ୍ଟ୍ର 11
ଉତ୍ତର ପ୍ରଦେଶ 10
ପଶ୍ଚିମବଙ୍ଗ 4

ଏହା ବି ପଢନ୍ତୁ- ଲୋକସଭା ନିର୍ବାଚନ: ଥମିଲା ପ୍ରଚାର, ୨୬ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ

ତୃତୀୟ ପର୍ଯ୍ୟାୟ ମତଦାନକୁ ଯାଇଥିବା ମୋଟ 93ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ 72ଟି ଜେନେରାଲ ସିଟ୍‌ ଥିବା ବେଳେ 10ଟି ଅନୁସୂଚିତ ଜାତି ଓ 11ଟି ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ଲାଗି ସଂରକ୍ଷିତ ରହିଛି । ସେହିପରି 1331 ପ୍ରାର୍ଥୀଙ୍କ ମଧ୍ୟରୁ 25ରୁ 30 ବର୍ଷୀୟ ପ୍ରାର୍ଥୀଙ୍କ ସଂଖ୍ୟା 81 ଥିବା ବେଳେ 31-40 ବର୍ଷୀୟ ପ୍ରାର୍ଥୀ 323 ଜଣ, 41-50 ବର୍ଷୀୟ ପ୍ରାର୍ଥୀ 408ଜଣ, 51-60 ବର୍ଷୀୟ ପ୍ରାର୍ଥୀ 298ଜଣ, 61-70 ବର୍ଷୀୟ ପ୍ରାର୍ଥୀ 180ଜଣ, 71-80 ବର୍ଷୀୟ ପ୍ରାର୍ଥୀ 40 ଓ 81-90 ବର୍ଷ ବୟସ କାଟେଗୋରିରେ ଜଣେ ପ୍ରାର୍ଥୀ ଅଛନ୍ତି । ସେହିପରି ମୋଟ 174 ମୁସଲିମ ପ୍ରାର୍ଥୀ ତୃତୀୟ ପର୍ଯ୍ୟାୟ ମତଦାନରେ ନିଜ ଭାଗ୍ୟ ପରୀକ୍ଷା କରିବେ ।

Phase 3 facts at a glance (ETV BHARAT GRAPHICS)

କୋଟିପତି ପ୍ରାର୍ଥୀ:-ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଯାଉଥିବା ନିର୍ବାଚନ ମଣ୍ଡଳୀରେ ମୋଟ 386 ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ବିଜେପିର 81 ପ୍ରାର୍ଥୀଙ୍କ ମଧ୍ୟରୁ 76 ଜଣ କୋଟିପତି ପ୍ରାର୍ଥୀ ଥିବା ବେଳେ କଂଗ୍ରେସର 68 ପ୍ରାର୍ଥୀଙ୍କ ମଧ୍ୟରୁ 60 ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ସେହିପରି ବିଏସପିର ମୋଟ 79 ପ୍ରାର୍ଥୀଙ୍କ ମଧ୍ୟରୁ 29, ଆରଜେଡିର ସମସ୍ତ 3 ପ୍ରାର୍ଥୀ କୋଟିପତି, AITCର 6 ପ୍ରାର୍ଥୀଙ୍କ ମଧ୍ୟରୁ 4ଜଣ କୋଟିପତି, ସିପିଆଇଏମର ସମସ୍ତ 3 ପ୍ରାର୍ଥୀ କୋଟିପତି, SUCI(C)ର 26 ପ୍ରାର୍ଥୀଙ୍କ ମଧ୍ୟରୁ 2ଜଣ, ଏସପି 10 ପ୍ରାର୍ଥୀଙ୍କ ମଧ୍ୟରୁ 9ଜଣ, ଶିବସେନା (ଉଦ୍ଧବ ଗୋଷ୍ଠୀ)ର ସମସ୍ତ 5 ପ୍ରାର୍ଥୀ କୋଟିପତି ଅଛନ୍ତି ।

Phase 3 facts at a glance (ETV BHARAT GRAPHICS)

ଟପ୍‌-5 କୋଟିପତି ପ୍ରାର୍ଥୀ:-ସାଉଥ ଗୋଆରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ପଲ୍ଲଭୀ ଶ୍ରୀନିବାସ ରାଓ କୋଟିପତି ପ୍ରାର୍ଥୀଙ୍କ ତାଲିକାରେ 1361 କୋଟି ସମ୍ପତ୍ତି ସହ ଶୀର୍ଷରେ ରହିଛନ୍ତି । ତାଙ୍କ ପରେ ଦ୍ବିତୀୟରେ 424 କୋଟି ସମ୍ପତ୍ତି ସହ ଗୁନା ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ତୃତୀୟରେ 342 କୋଟି ସମ୍ପତ୍ତି ସହ କୋହ୍ଲାପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଛତ୍ରପତି ଶାହୁ ଶାହାଜି, ଚତୁର୍ଥରେ 241 କୋଟି ସମ୍ପତ୍ତି ସହ ଦେବାନଗିରି କଂଗ୍ରେସ ପ୍ରାର୍ଥୀ ଡକ୍ଟର ପ୍ରଭା ମଲ୍ଲିକାର୍ଜୁନ, ପଞ୍ଚମରେ 223 କୋଟି ସମ୍ପତ୍ତି ସହ ବିଜେପି ସତାରା ପ୍ରାର୍ଥୀ ଶ୍ରୀମନ୍ତ ଚନ୍ଦ୍ର ଉଦୟନରାଜେ ଭୋଂସଲେ ।

Phase 3 facts at a glance (ETV BHARAT GRAPHICS)

ଚର୍ଚ୍ଚିତ ଚେହେରା:-ତୃତୀୟ ପର୍ଯ୍ୟାୟ ମତଦାନରେ ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ସେମାନଙ୍କ ମଧ୍ୟରୁ ଗୁଜୁରାଟ ଗାନ୍ଧୀନଗରରୁ ଅମିତ ଶାହ, ଆସାମ ଗୌହାଟିରୁ ବିଜୁଳୀ କଳିତା ମେଧି, ଛତିଶଗଡ଼ କୋରବାରୁ ସରୋଜ ପାଣ୍ଡେ, ବିହାର ମାଧେପୁରାରୁ ଦିନେଶ ଚନ୍ଦ୍ର ଯାଦବ, କର୍ଣ୍ଣାଟକ ହାଭେରିରୁ ବସଭରାଜ ବୋମାଇ, କର୍ଣ୍ଣାଟକ ଧାରବାଦରୁ ପ୍ରହ୍ଲାଦ ଯୋଶୀ, ଛତିଶଗଡ଼ ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, ଗୁଜୁରାଟ ନବସାରିରୁ ସି.ଆର ପାଟିଲ, କର୍ଣ୍ଣାଟକ ବେଲଗାମରୁ ଜଗଦୀଶ ସେଟ୍ଟାର, ଉତ୍ତର ଗୋଆରୁ ଶ୍ରୀପଦ ୟେଶୋ ନାଏକ, ବିଜୟପୁରାରୁ ରମେଶ ଜିଗାଜିନାଗି, ବେଲାରିରୁ ଶ୍ରୀ ରାମୁଲୁ, ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମଧ୍ୟପ୍ରଦେଶ ବିଦିଶା ଶିବରାଜ ସିଂ ଚୌହାନ, ରାଜଗଡ଼ରୁ ଦିଗବିଜୟ ସିଂ, କର୍ଣ୍ଣାଟକ ଶିବମୋଗାରୁ କେ.ଏସ ଈଶ୍ବରପ୍ପା, ଗୁଲବର୍ଗା ରାଧା କ୍ରୀଷ୍ଣା, ପୋରବନ୍ଦରରୁ ଡ. ମନସୁଖ ମାଣ୍ଡଭ୍ୟ, ବାରାମତିରୁ ସୁପ୍ରିୟା ସୁଲେ ।

Phase 3 facts at a glance (ETV BHARAT GRAPHICS)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 6, 2024, 10:44 PM IST

ABOUT THE AUTHOR

...view details