ଓଡିଶା

odisha

'କେଜ୍ରିଓ୍ବାଲଙ୍କ ଗିରଫଦାରୀ ବୈଧ' ସୁପ୍ରିମକୋର୍ଟରେ EDର ସତ୍ୟପାଠ - ED affidavit in Supreme Court

By ETV Bharat Odisha Team

Published : Apr 25, 2024, 12:50 PM IST

Delhi Liquor Policy Scam: କେଜ୍ରିଓ୍ବାଲଙ୍କ ଗିରଫଦାରୀ ବୈଧ ବୋଲି ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ମଦ ଦୁର୍ନୀତି ମାମଲାରେ 36 ଜଣ ବ୍ୟକ୍ତିଙ୍କ 170 ମୋବାଇଲ ଫୋନକୁ ଭାଙ୍ଗି ଦିଆଯାଇଛି ବୋଲି କହିଛି ଇଡି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଥ ହେରଫେର ମାମଲାରେ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଇଛି । ତେଣୁ ତାଙ୍କ ଗିରଫଦାରୀ ବୈଧ ବୋଲି ସତ୍ୟପାଠରେ କହିଛି ଇଡି । ଇଡିର ଗିରଫକୁ ବେଆଇନ ଦର୍ଶାଇ ସୁପ୍ରିମକୋର୍ଟରେ କେଜ୍ରିଓ୍ବାଲ ଆବେଦନ କରିଥିଲେ । ଯାହାର ଶୁଣାଣି ଏପ୍ରିଲ 15 ତାରିଖରେ ହୋଇଥିଲା । ଏନେଇ ଉତ୍ତର ରଖିବାକୁ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବୁଧବାର ଇଡି ସତ୍ୟପାଠ ଦାଖଲ କରିଥିବା ବେଳେ ଆସନ୍ତା 29 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

ଏହା ମଧ୍ୟ ପଢନ୍ତୁ-କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି: ଇଡିକୁ ଉତ୍ତର ମାଗିଲେ ସୁପ୍ରିମକୋର୍ଟ, 29ରେ ପରବର୍ତ୍ତୀ ଶୁଣାଣି - Arvind Kejriwal

କେଜ୍ରିଓ୍ବାଲଙ୍କ ଆବେଦନକୁ ନେଇ ସତ୍ୟପାଠରେ ଇଡି କହିଛି ଯେ, ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ କେଜ୍ରିଓ୍ବାଲଙ୍କୁ 9 ଥର ସମନ କରାଯାଇଥିଲା । କିନ୍ତୁ ସେ ଥରେ ବି ହାଜର ହୋଇନଥିଲେ । ସମସ୍ତ ସମନକୁ ଏଡାଇ ଦେଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଯେତେବେଳେ ହାଇକୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇନଥିଲେ ସେତେବେଳେ ଅର୍ଥାତ ତାଙ୍କୁ ମାର୍ଚ୍ଚ 21 ରେ ତାଙ୍କୁ ଗିରଫ କରାଯାଇଥିଲା। କେଜ୍ରିୱାଲଙ୍କ ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଇଡି ଏପରି ଅଭିଯୋଗକୁ ଖଣ୍ଡନ କରିଛି । ପର୍ଯ୍ୟାପ୍ତ ପ୍ରମାଣକୁ ନେଇ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି ଏବଂ ନିର୍ବାଚନର ଅଖଣ୍ଡତା ସହିତ କୌଣସି ଆପୋଷ ବୁଝାମଣା ହୋଇନଥିଲା ବୋଲି ଇଡି କହିଛି।

ପ୍ରମାଣ ଆଧାରରେ ଗିରଫ: 'କୌଣସି ଅଭିଯୁକ୍ତଙ୍କୁ ପ୍ରମାଣ ଆଧାରରେ ଗିରଫ କରାଯାଏ । ସେ କୌଣସି ପଦବୀରେ ଥିଲେ ବି ପ୍ରମାଣ ଆଧାରରେ ଗିରଫ କରାଯାଇପାରିବ। ସତ୍ୟପାଠରେ ଅପରାଧର ସମ୍ମୁଖୀନ ହୋଇଥିବା ରାଜନେତାମାନଙ୍କୁ ଗିରଫଦାରୀକୁ ଏଡାଇ ଦେଲେ ଏହା ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିବ। ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିବା ସ୍ବତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନର ନୀତି ଉଲ୍ଲଂଘନ କରୁନାହିଁ । ମଦ ଦୁର୍ନୀତି ମାମଲାରେ ବହୁ ପ୍ରମାଣ ନଷ୍ଟ କରାଯାଇଛି । 36 ଜଣ ବ୍ୟକ୍ତିଙ୍କ 170 ମୋବାଇଲ ଫୋନକୁ ଭାଙ୍ଗି ଦିଆଯାଇଛି ।' କେଜ୍ରିୱାଲ ମଦ ଦୁର୍ନୀତି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଇଡି କହିଛି ।

କେନ୍ଦ୍ରୀୟ ସଂସ୍ଥାର ଗିରଫଦାରୀ ଓ ରାଉଜ ଆଭେନ୍ୟୁ କୋର୍ଟର ରିମାଣ୍ଡ ନିର୍ଦ୍ଦେଶକୁ ଦିଲ୍ଲୀ ହଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିଓ୍ବାଲ । ହେଲେ ଦିଲ୍ଲୀ ହାଇକୋର୍ଟ ଗିରଫଦାରୀକୁ ବୈଧ ଦର୍ଶାଇ ଆବେଦନ ଖାରଜ କରିଦେଇଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିଲେ କେଜ୍ରିଓ୍ବାଲ ।

ABOUT THE AUTHOR

...view details