ମେଷ:ଆଜିର ଦିନଟି ଆପଣଙ୍କୁ ଖୁସି ଏବଂ ସନ୍ତୁଷ୍ଟ ରଖିବ । ଆପଣ ଘରର ପରିବେଶକୁ ପ୍ରଫୁଲ୍ଲିତ ରଖିବାକୁ ଉଦ୍ୟମ କରିବେ । ଆପଣ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ଏବଂ ଭିତରର ସାଜସଜ୍ଜାକୁ ବୃଦ୍ଧି କରି ଏକ ନୂତନ ରୂପ ଦେବେ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସବୁ ଜିନିଷ ଆଶା ଅନୁରୂପ ଆଗକୁ ବଢିବାର ସମ୍ଭାବନା ରହିଛି । ଆଜି ଆପଣ ବାହାରକୁ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ।
ବୃଷ:ଆପଣ ଆଜି ଆପଣଙ୍କ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ । ଆପଣଙ୍କ ଅଭିନବ କୌଶଳ ଏବଂ ଉନ୍ନତ ଶିଳ୍ପ କଳା ଆପଣଙ୍କ ବ୍ୟବସାୟକୁ ଇଚ୍ଛିତ ଦିଗରେ ଆଗେଇ ନେବାକୁ ପ୍ରୋତ୍ସାହନ ଦେବାର ସମ୍ଭାବନା ଅଛି । ତଥାପି ଏହା ଟ୍ରାକକୁ ଆସିବା ପୂର୍ବରୁ ହୁଏତ କିଛି ସମୟ ନେଇପାରେ । ଆପଣ ବ୍ୟବସାୟ ପାଇଁ ଭ୍ରମଣ ମଧ୍ୟ କରିପାରନ୍ତି । ଆପଣଙ୍କ ଉଚ୍ଚ ପଦସ୍ଥ କର୍ମଚାରୀ ଆପଣଙ୍କ କାର୍ଯ୍ୟରେ ଖୁସି ଥିବାରୁ ଆପଣ ଏକ ପଦୋନ୍ନତି ପାଇବେ । ଆପଣଙ୍କ ପିତା ଏବଂ ଗୁରୁଜନ ମାନଙ୍କ ପକ୍ଷରୁ ଲାଭାନ୍ୱିତ ହେବେ ।
ମିଥୁନ: ଆପଣଙ୍କ ପାଇଁ ଏହି ଦିନଟି ଘଟଣା ପୂର୍ଣ୍ଣ ରହିବ । ନକରାତ୍ମକ ବିଚାର ଠାରୁ ଦୁରେଇ ରହନ୍ତୁ । ଅବୈଧ କାର୍ଯ୍ୟ ଆପଣଙ୍କୁ ବିପଦରେ ପକାଇ ପାରେ । ଆପଣ ଖାଉଥିବା ଖାଦ୍ୟ ଉପରେ ସତର୍କ ଦୃଷ୍ଟି ରଖନ୍ତୁ, ନଚେତ ଅସ୍ଵାସ୍ଥ୍ୟକର ଖାଦ୍ୟ ଆପଣଙ୍କୁ ଅସୁବିଧା କରିପାରେ । ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିଯକ୍ତରୁ ଦୂରେଇ ରୁହନ୍ତୁ ।
କର୍କଟ: ଆପଣ କାହା ସହ ଅତି ଭାବୁକ ହୋଇ ମିଶିପାରନ୍ତି; ଏବଂ ମନରେ ଏହାର ଦୃଢ ବନ୍ଧନ ହୋଇପାରେ । ଆଜି ଆପଣଙ୍କ ବନ୍ଧୁ ମାନଙ୍କ ସହ ମିଶି ଆନନ୍ଦିତ ହେବା, ଖୁସି ମନେଇବାର ସମୟ । ସନ୍ଧ୍ୟା ସମୟରେ ଏହା ଆପଣଙ୍କୁ ଉତ୍ତେଜିତ କରିପାରେ, ତେଣୁ ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଭଲ ଦିନ ନୁହେଁ । ଆପଣ ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି, ସତର୍କତାର ସହ ଗାଡି ଚଲାନ୍ତୁ ।
ସିଂହ:ଆର୍ଥିକ ସାଧନ ବ୍ୟବସ୍ଥା କରିବା ପାଇଁ ଏବଂ ବ୍ୟବସାୟ କୁ ବୃଦ୍ଧି କରିବା ପାଇଁ ଏହା ଏକ ଉପଯୁକ୍ତ ଦିନ ଅଟେ । ବ୍ୟବସାୟୀ ମାନଙ୍କ ପାଇଁ, ଆପଣଙ୍କ ଦଳ, ବିଶେଷ କରି ଆପଣଙ୍କ କନିଷ୍ଠ ଏବଂ ଅଧିନସ୍ଥ କର୍ମଚାରୀ ମାନେ ଲାଭାନ୍ୱିତ ହେବାର ସମ୍ଭାବନା ଅଛି । ଏହା ଆପଣଙ୍କ ଆର୍ଥିକ ଅଭାବ ସମ୍ବନ୍ଧୀୟ ସମସ୍ତ ଅସୁବିଧାକୁ ବିଲୋପ କରିଦେବ । ଅନ୍ତରଙ୍ଗ ବନ୍ଧୁ ମାନଙ୍କ ସହ ଏକ ଛୋଟ ଭ୍ରମଣରେ ଯାଇପାରନ୍ତି । କିଣା କିଣି, ଖିଆ ପିଆ ଏବଂ ଆମୋଦ ପ୍ରମୋଦ ଦିନଟି କଟିବ ।
କନ୍ୟା:ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ନୁହେଁ । ବ୍ୟବସାୟୀ ଏବଂ ପେଶାଦାର ଉଭୟଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ଏକ ଫଳପ୍ରଦ ଦିନ ଅଟେ । ଆପଣ ଆପଣଙ୍କ ପ୍ରତିଦ୍ଵନ୍ଦୀ ମାନଙ୍କ ଠାରୁ ଉନ୍ନତ ପ୍ରମାଣିତ ହେବା କାରଣରୁ ଆଜି ଦିନର ବାକି ସମୟ ଆପଣଙ୍କୁ ଖୁସି କରିବ ।