ଓଡିଶା

odisha

ଅତି ସ୍ବଳ୍ପଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମର ସଫଳ ଫ୍ଲାଇଟ ଟେଷ୍ଟ କଲା DRDO

By ETV Bharat Odisha Team

Published : Feb 29, 2024, 10:09 PM IST

DRDO successfully flight tests Very Short Range Air Defence System: ଅତି ସ୍ବଳ୍ପଗାମୀ ଏୟାର ଡିଫେନ୍ସ ସିଷ୍ଟମର ସଫଳ ଫ୍ଲାଇଟ ଟେଷ୍ଟ କଲା DRDO । ଅଧିକ ପଢନ୍ତୁ

ଅତି ସ୍ବଳ୍ପଗାମୀ ଏୟାର ଡିଫେନ୍ସ ସିଷ୍ଟମର ସଫଳ ଫ୍ଲାଇଟ ଟେଷ୍ଟ କଲା DRDO
ଅତି ସ୍ବଳ୍ପଗାମୀ ଏୟାର ଡିଫେନ୍ସ ସିଷ୍ଟମର ସଫଳ ଫ୍ଲାଇଟ ଟେଷ୍ଟ କଲା DRDO

ହାଇଦ୍ରାବାଦ:ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଆଜି ଅତି ସ୍ବଳ୍ପଗାମୀ ଏୟାର ଡିଫେନ୍ସ ସିଷ୍ଟମର ସଫଳ ଫ୍ଲାଇଟ ଟେଷ୍ଟ କରିଛି । ଓଡିଶା ଉପକୂଳରୁ ଗତକାଲି ଓ ଆଜି ମଧ୍ୟରେ ଦୁଇଟି ଫ୍ଲାଇଟ ଟେଷ୍ଟ ସଫଳତାପୂର୍ବକ ଶେଷ ହୋଇଛି । ଏହାକୁ ବାଲେଶ୍ବର ଜିଲ୍ଲାର ଚାନ୍ଦିପୁରରେ ଥିବା ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରୁ ସଫଳତାପୂର୍ବକ ପରୀକ୍ଷା କରାଯାଇଛି । ଦୁଇଟି ପରୀକ୍ଷଣ ସଫଳତାର ସହ ନିର୍ଦ୍ଧାରିତ ଲକ୍ଷ୍ୟକୁ ଭେଦ କରିଛନ୍ତି । ପରୀକ୍ଷଣ ସମୟରେ ସମସ୍ତ ପାରାମିଟର ସଠିକ ଭାବେ କାମ କରିବା ସହ ପରୀକ୍ଷଣ ସଫଳ ହୋଇଥିବା ଜଣାପଡିଛି ।

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଏହି ଅତି ସ୍ବଳ୍ପଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ (VSHORADS) କୌଣସି ପ୍ରକାର ସନ୍ଦିଗ୍ଧ ଉଡନ୍ତା ବସ୍ତୁ କିମ୍ବା ଉଚ୍ଚଗତି ସମ୍ପନ୍ନ କୌଣସି ମାନବବିହୀନ ଯାନକୁ ଲକ୍ଷ୍ୟଭେଦ କରି ନଷ୍ଟ କରିପାରିବ । ତେବେ ଏହାକୁ ଉତକ୍ଷେପଣ କରିବା ଅନ୍ୟ କ୍ଷେପଣାସ୍ତ୍ର ଅପେକ୍ଷା ଅତି ମଧ୍ୟ ସହଜ । ଏହା ଅନ୍ୟ କ୍ଷେପଣାସ୍ତ୍ର ପରି ଉତକ୍ଷେପଣ ପାଇଁ କୌଣସି ଲଞ୍ଚପ୍ୟାଡ ଆବଶ୍ୟକ କରେନାହିଁ । ଏହାରୁ ପାର୍ଟେବୁଲ (ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପରିବହନ ଯୋଗ୍ୟ) ଲଞ୍ଚପ୍ୟାଡ ବ୍ୟବହାର କରାଯାଇ ଅତିକମ ସମୟ ମଧ୍ୟରେ ଉତକ୍ଷେପିତ କରାଯାିପାରିବ । ଏହି ଲଞ୍ଚପ୍ୟାଡକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରୁ ପରିବହନ ମଧ୍ୟ କରାଯାଇପାରିବ । ତେବେ ଏହାକୁ ସ୍ଥଳସେନାରେ ସହଜରେ ବ୍ୟବହାର କରାଯାଇପାରିବ । ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ଓ ଆଜି ଅପରାହ୍ନରେ ଏହି ଦୁଇଟି ପରୀକ୍ଷଣ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ବାସଭବନରେ ଲଞ୍ଚ ପାଇଁ ସିନ୍ଦେ, ଫଡନାଭିସ୍‌ ଓ ଅଜିତ ପାଓ୍ବାରଙ୍କୁ ଶରଦଙ୍କ ନିମନ୍ତ୍ରଣ

ବାଲେଶ୍ବର ଚାନ୍ଦିପୁରରେ ଥିବା ସମନ୍ବିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର (ଆଇଟିଆର) ଓ ଭଦ୍ରକ ଜିଲ୍ଲାର ଡ.ଅବଦୁଲ୍ଲ କଲାମ ଦ୍ବୀପରୁ ଡିଆରଡିଓ ନିୟମିତ କ୍ଷେପଣାସ୍ତ୍ର ପରୀକ୍ଷା ଜାରି ରଖିଛି । ବାଲିଷ୍ଟିକ ଓ କ୍ର୍ୟୁଜ ମିସାଇଲ ସମେତ ବିଭିନ୍ନ ମଧ୍ୟମ ଓ ସ୍ବଳ୍ପଗାମୀ କ୍ଷେପଣାସ୍ତ୍ର ମଧ୍ୟ ନିମୟିତ ପରୀକ୍ଷା କରାଯାଉଛି । ଭାରତୀୟ ବାୟୁସେନା, ନୌସେନା ଓ ସ୍ଥଳସେନା ପାଇଁ ବିଭିନ୍ନ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ନିର୍ମାଣ ଓ ଏହାର ଅପ୍ରଗେଡେସନ ଡିଆରଡିଓ ଦ୍ବାରା ଜାରି ରହିଛି । ନିକଟରେ ଓଡିଶା ଉପକୂଳରେ ହୋଇଥିବା ବିଭିନ୍ନ ଭର୍ସନର କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି । ଆଜି ହୋଇଥିବା ପରୀକ୍ଷଣର ସଫଳତା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details