ଓଡିଶା

odisha

କେଜ୍ରିୱାଲଙ୍କୁ ଅନୁରାଗଙ୍କ ଟାର୍ଗେଟ, କହିଲେ କେହି ଦୁର୍ନୀତିଗ୍ରସ୍ତ ରକ୍ଷା ପାଇବେ ନାହିଁ - Anurag Thakur slams Kejriwal

By ETV Bharat Odisha Team

Published : Mar 28, 2024, 6:56 AM IST

Anurag Thakur slams Kejriwal: ଇସ୍ତଫା ନଦେବା ପାଇଁ କେଜ୍ରିଓ୍ବାଲଙ୍କୁ ସମାଲୋଚନା କଲେ ଅନୁରାଗ । କହିଲେ କେବଳ କ୍ଷମତାରେ ରହିବାର ଅଭିଳାଷ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନଦେବା ନେଇ କେଜ୍ରିଓ୍ବାଲଙ୍କୁ ଅନୁରାଗଙ୍କ ଟାର୍ଗେଟ, କହିଲେ କେହି ଦୁର୍ନୀତିଗ୍ରସ୍ତ ରକ୍ଷା ପାଇବେ ନାହିଁ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନଦେବା ନେଇ କେଜ୍ରିଓ୍ବାଲଙ୍କୁ ଅନୁରାଗଙ୍କ ଟାର୍ଗେଟ, କହିଲେ କେହି ଦୁର୍ନୀତିଗ୍ରସ୍ତ ରକ୍ଷା ପାଇବେ ନାହିଁ

ନୂଆଦିଲ୍ଲୀ:ଘୋଟାଲା ମାମଲାରେ ଗିରଫ ହୋଇ ତଦନ୍ତକାରୀ ସଂସ୍ଥା ରିମାଣ୍ଡରେ ଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଇଡି ରିମାଣ୍ଡରେ ଥାଇ ମଧ୍ୟ ସେ ସରକାରୀ କାମ ଜାରି ରଖିଛନ୍ତି । କଷ୍ଟଡିରୁ ନିଜ କ୍ୟାବିନେଟକୁ ସରକାରୀ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି । ହେଲେ କେଜ୍ରିଓ୍ବାଲ ଇସ୍ତଫା ନଦେବା ନେଇ ବିଜେପି ନେତାମାନେ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଗତକାଲି ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି ।

ଅନୁରାଗ କହିଛନ୍ତି, ତାଙ୍କର କ୍ଷମତାରେ ରହିବାର ଅଭିଳାଷ ଏତେ ଯେ, ସେ ଗିରଫ ହୋଇ ଜେଲକୁ ଗଲା ପରେ ମଧ୍ୟ ଇସ୍ତଫା ଦେଇନାହାନ୍ତି । ହେଲେ ଆଇନ ସମସ୍ତଙ୍କ ପାଇଁ ସମନ । ମୋଦି ଶାସନରେ କେହି ଜଣେ ବି ଦୁର୍ନୀତିଗ୍ରସ୍ତ ଆଇନରୁ ରକ୍ଷା ପାଇବେ ନାହିଁ । ସମସ୍ତଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଅନ୍ୟପଟେ ଗତକାଲି(ବୁଧବାର) କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କୌଣସି ଅନ୍ତରୀଣ ବେଲ ପ୍ରଦାନ କରିବା ପାଇଁ ମନା କରିବା ସହ ତଦନ୍ତକାରୀ ସଂସ୍ଥା ଠାରୁ ସବିଶେଷ ରିପୋର୍ଟ ମାଗିଛନ୍ତି । ଆସନ୍ତା ମାସ 3 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ ଗିରଫଦାରୀକୁ ପ୍ରଥମ ଦିନରୁ ବେଆଇନ ବୋଲି କହିଆସିଛି ଆମ ଆଦମୀ ପାର୍ଟି । କେଜ୍ରିଓ୍ବାଲ ହିଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବେ । ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଛି । ସେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ତେଣୁ ତାଙ୍କ ଇସ୍ତଫା ନେଇ କୌଣସି ଆଇନଗତ କିମ୍ବା ସାମ୍ବିଧାନିକ ଆବଶ୍ୟକତା ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ ମଧ୍ୟ କରାଯାଇ ସାରିଛି ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀରୁ ଗୋଆ ପର୍ଯ୍ୟନ୍ତ ଲମ୍ବିଲା ଅବକାରୀ ଘୋଟାଲା ମାମଲାର ତଦନ୍ତ, AAP ନେତାଙ୍କୁ ED ସମନ - ED summons AAP leaders from Goa

ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି ନେତାମାନେ ଏପର୍ଯ୍ୟନ୍ତ ମଧ୍ୟ ବେଲ ପାଇବାରେ ସଫଳ ହୋଇନାହାନ୍ତି । ମନୀଷ ସିସୋଦିଆ ଗିରଫ ହେବା ପରେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେହିପରି ଅନ୍ୟତମ ଦଳୀୟ ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହେବା ପରେ ଇସ୍ତଫା ଦେଇଥିଲେ । ଏବେ ପର୍ଯ୍ୟନ୍ତ ଉଭୟ ନେତା ନିୟମିତ ବେଲ ପାଇନାହାନ୍ତି । ଏବେ କେଜ୍ରିଓ୍ବାଲଙ୍କୁ କେବେ ବେଲ ପ୍ରଦାନ କରୁଛନ୍ତି କୋର୍ଟ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details