ଆମ୍ବପୁଆରେ ବିଜେପିର ବିଶାଳ ଜନସଭା, ଦେଖନ୍ତୁ LIVE - JP Nadda Live

By ETV Bharat Odisha Team

Published : Apr 28, 2024, 6:08 PM IST

Updated : Apr 28, 2024, 7:06 PM IST

thumbnail

ବ୍ରହ୍ମପୁର: ଗଞ୍ଜାମ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବିଶାଳ ସମାବେଶ । ସହରର ଆମ୍ବପୁଆ ସ୍ଥିତ ବିବେକ ବିହାର ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ପହଞ୍ଚିଲେ ନଡ୍ଡା । ଏହି ସମାବେଶରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ୟାଦବ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ଯୋଗ ଦେଇଛନ୍ତି । ସେହିପରି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସଂଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଗଞ୍ଜାମ ଜିଲ୍ଲା ସଭାପତି ଡକ୍ଟର ସୁବାସ ସାହୁ ଉପସ୍ଥିତ ଅଛନ୍ତି । ଦଳୀୟ ନେତାଙ୍କ ଲାଗି ପ୍ରଚାର କରିବା ଲାଗି ପହଞ୍ଚିଛନ୍ତି ବିଜେପିର ଶୀର୍ଷ ନେତୃତ୍ବ । ଗତ 25 ତାରିଖରେ ସୋନପୁରରେ ପ୍ରଚାର କରି ଫେରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦେଖନ୍ତୁ ଲାଇଭ

Last Updated : Apr 28, 2024, 7:06 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.