ETV Bharat / technology

ଅପରାଧରେ ଲଗାମ ଲଗାଇବ କ୍ରାଇମ ଜିପିଟି AI ଟୁଲ - Crime GPT To Detect Criminal

author img

By ETV Bharat Odisha Team

Published : Apr 21, 2024, 6:20 PM IST

ଅପରାଧରେ ଲଗାମ ଲଗାଇବ କ୍ରାଇମ ଜିପିଟି AI ଟୁଲ
ଅପରାଧରେ ଲଗାମ ଲଗାଇବ କ୍ରାଇମ ଜିପିଟି AI ଟୁଲ

AI Crime GPT Tool Help Police: ଏଣିକି ଅପରାଧ ନିୟନ୍ତ୍ରଣ କରିବାକୁ ପୋଲିସ ନେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତା । ପୋଲିସ କ୍ରାଇମ ଜିପିଟି ଏଆଇ ଜରିଆରେ କ୍ରାଇମ ହିଷ୍ଟ୍ରି, ଫଟୋ, ଏଫଆଇଆର ଡିଟେଲ୍ସ, ସିସିଟିଭି ଫୁଟେଜ, ଇନଭେଷ୍ଟିଗେସନ ରିପୋର୍ଟ ଆଦିକୁ ଆବଶ୍ୟକ ବେଳେ ବ୍ୟବହାର କରିପାରୁଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସନ୍ଦିଗ୍ଧ ଅପରାଧୀମାନଙ୍କୁ ଧରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଅପରାଧୀମାନଙ୍କୁ ଧରିବା ପାଇଁ ବର୍ତ୍ତମାନ ଆଲର୍ଟ ମୋଡରେ ପୋଲିସ । ଟେକ୍ନୋଲୋଜିକୁ ବ୍ୟବହାର କରିବେ ପୋଲିସ । ଅପରାଧକୁ ଚିହ୍ନଟ କରିବା ପାଇଁ ପୋଲିସ କ୍ରାଇମ ଜିପିଟି (Crime GPT) ଏଆଇର ସାହାଯ୍ୟ ନେଉଛନ୍ତି । ଏଆଇ ବିଶେଷଜ୍ଞଙ୍କ ଟିମ ଦ୍ବାରା ୨୦୧୫ ମସିହାରେ ଷ୍ଟାକ୍ ଟେକ୍ନୋଲୋଜି ଦ୍ବାରା ବିକଶିତ ହୋଇଥିବା Trinetra 1.0 ଏଆଇ ଟୁଲ କ୍ରାଇମ ଜିପିଟି (Crime GPT) ଏ କ୍ଷେତ୍ରରେ କାମ କରୁଛି । ଏହି ଆପ୍ ଜରିଆରେ ବିଭିନ୍ନ ଅପରାଧୀ ମାନଙ୍କୁ ଚିହ୍ନଟ କରାଯାଇପାରୁଛି । ୨୦୧୮ ମସିହାରେ କମ୍ପାନୀ ପକ୍ଷରୁ Trinetra 2.0 ନିର୍ମାଣ କରାଯାଇଥିଲା ।

କେମିତି କାମ କରେ କ୍ରାଇମ ଜିପିଟି:

କ୍ରାଇମ ଜିପିଟି (Crime GPT) ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ କାର୍ଯ୍ୟକ୍ଷମ ହୋଇଥାଏ । ଏହା ଜରିଆରେ ଖୁବ କମ୍ ସମୟ ମଧ୍ୟରେ ଅପରାଧୀମାନଙ୍କ ଚିହ୍ନଟ ସମ୍ଭବପର ହୋଇଥାଏ, ଯାହା ଫଳରେ ପୋଲିସକୁ ଗିରଫ କରିବା ସମୟରେ ବେଶୀ ସମସ୍ୟା ହୁଏ ନାହିଁ । କ୍ରାଇମ ଜିପିଟି ସାଧାରଣ ମଣିଷର ଭାଷାକୁ ବୁଝି ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଅନ୍ୟାନ୍ୟ ଅଣ-ସ୍ଥିରୀକୃତ ଡାଟା ଯଥା ଏଫଆଇଆର ଓ ରେକର୍ଡ ସମ୍ପର୍କରେ ସୂଚନା ପ୍ରଦାନ କରିବାରେ ସହାୟକ ହୋଇଥାଏ । ଏହା ସହ ଏଆଇ କ୍ରାଇମ ଜିପିଟି କ୍ରିମିନାଲ ଡାଟାବେସ ମଧ୍ୟ ପ୍ରଦାନ କରିଥାଏ ।

ଏହା ମଧ୍ୟ ପଢନ୍ତୁ... ଚାଟ୍‌ଜିପିଟିର ନୂଆ ଫିଚର, ଚୁଟକିରେ କହିବ ଫଟୋର ବିବରଣୀ - OpenAI ChatGPT

ପୋଲିସ କୌଣସି ବି ଅପରାଧ ସହିତ ଜଡିତ ଛୋଟ କିମ୍ବା ବଡ ତଥ୍ୟକୁ କ୍ରାଇମ୍ ଜିପିଟି ମାଧ୍ୟମରେ ଲିଖିତ କିମ୍ବା ଅଡିଓ ଇନପୁଟ ଓ ଆକ୍ସେସ କରାଯାଇପାରେ । ଏହା ମାଧ୍ୟମରେ ଖାଲି କ୍ରାଇମ ହିଷ୍ଟ୍ରି ନୁହେଁ ବରଂ ଫଟୋ, ଜେଲ ସମ୍ବନ୍ଧୀୟ ତଥ୍ୟ, ଏଫଆଇଆର ଡିଟେଲ୍ସ , ସିସିଟିଭି ଫୁଟେଜ, ଇନଭେଷ୍ଟିଗେସନ ରିପୋର୍ଟ, ଅଡିଓ ରେକର୍ଡିଂ, କ୍ରିମିନାଲ ଗ୍ୟାଙ୍ଗ ଆନାଲିସିସ୍ ମଧ୍ୟ ଛାନଭିନ କରିପାରିବା ଭଳି ସୁବିଧା ରହିଛି । Trinetra 2.0ରେ ଫଟୋ ଲିଙ୍କିଙ୍ଗ ଓ ଚେହେରା ଚିହ୍ନଟର ଟେକ୍ନୋଲୋଜି ମାଧ୍ୟମରେ ନିଖୋଜ ଥିବା ଲୋକଙ୍କର ମଧ୍ୟ ସନ୍ଧାନ କରାଯାଇପାରେ ।

ଏହା ଜରିଆରେ ଯେ କୌଣସି ଅପରାଧର ତଦନ୍ତ ବେଳେ ବିଭିନ୍ନ ଆଇନ ଶୃଙ୍ଖଳା ସହ ଜଡିତ ସଂସ୍ଥା ଗୁଡିକ ମଧ୍ୟରେ ତାଳମେଳ ରହିପାରିବ । ଆଗକୁ ହେବାକୁ ଥିବା କୌଣସି ବି ଅପରାଧର ସୁରାକ ପାଇବା ମାତ୍ରେ ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ନେଇପାରିବ । ହିଷ୍ଟ୍ରି ସିଟର ତଥା ଅପରାଧୀ ଗ୍ୟାଙ୍ଗ ମାନଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.