ETV Bharat / technology

ଲୋକସଭା ନିର୍ବାଚନ ହ୍ୟାକ କରିବାକୁ ଚୀନର ନୂଆ ଚାଲ, ଚେତାଇଲା ମାଇକ୍ରୋସଫ୍ଟ - LOK SABHA ELECTION 2024

author img

By ETV Bharat Odisha Team

Published : Apr 6, 2024, 1:50 PM IST

Microsoft on Loksabha Election
Microsoft on Loksabha Election

Microsoft on Lok Sabha Election: ଭାରତର ଲୋକସଭା ନିର୍ବାଚନରେ ବାଧା ସାଜିପାରେ ଚୀନ । କୁଚକ୍ରି ବୁଦ୍ଧି ପ୍ରୟୋଗ କରି ପ୍ରଭାବିତ କରିପାରେ ନିର୍ବାଚନ । ଏନେଇ ଚେତାବନୀ ଦେଲା ମାଇକ୍ରୋସଫ୍ଟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚୀନରେ ଚାଲରେ କଲବଲ ବିଶ୍ବ । କେତେବେଳ ଭାଇରସ ଚାଲ୍ ତ ଆଉ କେତେବେଳେ ନିର୍ବାଚନୀ ଚାଲ । ଚଳିତ ମାସରେ ଲେକସଭା ନିର୍ବାଚନ ହେବାକୁ ଥିବା ବେଳେ ବର୍ତ୍ତମାନ ନିର୍ବାଚନୀ ଚାଲ ଚଲାଇଛି ଚୀନ । ଏନେଇ ଚେତାବନୀ ଦେଇଛି ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ । ଚାଇନାର ହ୍ୟାକର୍ସ ମାନେ ଏଆଇ ଟୁଲ ବ୍ୟବହାର କରି ଲୋକସଭା ନିର୍ବାଚନକୁ ହ୍ୟାକ କରିପାରନ୍ତି । ଭୋଟରଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଥିବା ନେଇ ମାଇକ୍ରୋସଫ୍ଟ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହା ପୂର୍ବରୁ ସରକାରଙ୍କୁ ମଧ୍ୟ ଚେତାବନୀ ମିଳିଥିଲା ଯେ, ଚୀନର ହ୍ୟାକରମାନେ ଏଆଇ ଟୁଲ ସାହାଯ୍ୟରେ ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି ।

ଏନେଇ ମାଇକ୍ରୋସଫ୍ଟର ଏକ ବ୍ଲଗ ପୋଷ୍ଟରେ ଲେଖାଯାଇଛି, " ବିଶ୍ବର ଅନେକ ଦେଶରେ ବିଭିନ୍ନ ପ୍ରକାର ନିର୍ବାଚନ ହେବାକୁ ଯାଉଛି । ଯେଉଁଥିରେ ଭାରତ, ଦକ୍ଷିଣ କୋରିଆ ଏବଂ ଆମେରିକା ଭଳି କିଛି ବଡ ଦେଶ ଅନ୍ତର୍ଭୁକ୍ତ । ଏଭଳି ପରିସ୍ଥିତିରେ ଚୀନ୍ ନିଜର ଲାଭ ପାଇଁ AI ଜେନେରେଟେଡ କଣ୍ଟେଣ୍ଟ ଏବଂ ଟୁଲ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିପାରିବାର ସମ୍ଭାବନା ରହିଛି । କାରଣ ଚୀନ୍ ପୂର୍ବରୁ ମଧ୍ୟ ଏଭଳି ଉଦ୍ୟମ କରିଛି ।"

ଏହା ମଧ୍ୟ ପଢନ୍ତୁ: ଚୀନକୁ ଆମେରିକାର ଭର୍ତ୍ସନା, 'ଅରୁଣାଚଳ ପ୍ରଦେଶ ଭାରତର' - US on Arunachal Pradesh

ଏଆଇ ଟୁଲ ସାହାଯ୍ୟରେ କିଭଳି ପ୍ରଭାବିତ କରିବ: ମାଇକ୍ରୋସଫ୍ଟ ଅନୁସାରେ, ଅସ୍ତ୍ର ଭଳି ଏଆଇ ଟୁଲ ହ୍ୟାକରମାନଙ୍କ ପାଇଁ ଏକ ପ୍ରକାର ଅସ୍ତ୍ର ଅଟେ । ଯାହାକି ବିପଦଜ୍ଜନକ ସାଜିଛି । କାରଣ ସେମାନେ ଏହାର ବ୍ୟବହାର କରି ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛନ୍ତି । କାରଣ ଏହି ଏଆଇ ଟୁଲ ବ୍ୟବହାର କରି ବର୍ତ୍ତମାନ ଡିପଫେକ ଏବଂ ଏଡିଟେଡ ଭିଡିଓ ତିଆରି କରିବା ସମ୍ଭବପର ହୋଇପାରୁଛି । ହ୍ୟାକର୍ମାନେ ସହଜରେ ନକଲି ଆକାଉଣ୍ଟ୍(ଫେକ) ପରିଚାଳନା କରିପାରିବେ ଏବଂ ଜଣାଶୁଣା ନେତାଙ୍କ ସ୍ୱର ମଧ୍ୟ କ୍ଲୋନ୍ କରିପାରିବେ । ଏହାପରେ ସାର୍ବଜନୀକ ରୂପରେ ସେୟାର କରାଯାଇଥାଏ । ଏହା ଭାଇରାଲ ହୋଇ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିଥାଏ । ଯାହାକି ନିର୍ବାଚନରେ ଏକ ବଡ ବିପଦ ଅଟେ ।

ତାଇଓ୍ବାନ ନିର୍ବାଚନରେ ଏଭଳି କାର୍ଯ୍ୟ କରିଥିଲା ଚୀନ: କମ୍ପାନୀ ନିଜ ପୋଷ୍ଟରେ ଏହା ମଧ୍ୟ କହିଛି ଯେ, 2024 ମସିହାରେ ତାଇଓ୍ବାନର ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଏଆଇ କଣ୍ଟେଣ୍ଟ ବ୍ୟବହାର କରିଥିଲା ଚୀନ । ଏହା ପ୍ରଥମ ପ୍ରୟାସ ଥିଲା ଯାହାକି ବିଦେଶୀ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରାଯାଇଥିଲା । ମେମ, ଭିଡିଓ ଏବଂ ଅଡିଓ ବୃଦ୍ଧି ପାଇଁ ଚୀନ୍ କ୍ରମାଗତ ଭାବରେ ଏହି ପ୍ରକାରର ପ୍ରୟାସ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.