ETV Bharat / international

ଚୀନକୁ ଆମେରିକାର ଭର୍ତ୍ସନା, 'ଅରୁଣାଚଳ ପ୍ରଦେଶ ଭାରତର' - US on Arunachal Pradesh

author img

By ETV Bharat Odisha Team

Published : Mar 21, 2024, 11:49 AM IST

Updated : Mar 21, 2024, 12:05 PM IST

US on Arunachal: ଅରୁଣାଚଳ ପ୍ରଦେଶକୁ ନିଜର କ୍ଷେତ୍ର ବୋଲି ଚୀନ ଦାବି କରି ଆସୁଥିବା ବେଳେ କଡ଼ା ତାଗିଦ କରିଛି ଆମେରିକା । କହିଲା, ଆମେରିକା ଆପଣଙ୍କର ନୁହେଁ ଏହା ଭାରତର କ୍ଷେତ୍ର । ଅଧିକ ପଢନ୍ତୁ

US on Arunachal Pradesh
US on Arunachal Pradesh

ହାଇଦ୍ରାବାଦ: କୋରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ତିକ୍ତ ହେବାରେ ଲାଗିଛି ଆମେରିକା ଓ ଚୀନର ସମ୍ପର୍କ । ଏହାରି ଭିତରେ ଚୀନକୁ ତାଗିଦ କଲା ଆମେରିକା । ଅରୁଣାଚଳ ପ୍ରଦେଶକୁ ନେଇ ପ୍ରଶ୍ନ ଉଠାଇଛି ଆମେରିକା । ଅରୁଣାଚଳ ପ୍ରଦେଶ ଚୀନର ନୁହେଁ ବୋଲି ଆମେରିକା ପକ୍ଷରୁ ଦାବି କରାଯାଇଛି । ଏନେଇ ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, "ଚୀନ ସେନା ବାରମ୍ବାର ଅରୁଣାଚଳ ପ୍ରଦେଶକୁ ଚୀନ କ୍ଷେତ୍ରରେ ଏକ ଅନ୍ତର୍ନିହିତ ଅଂଶ ବୋଲି ଦାବି କରି ଆସୁଛି । କିନ୍ତୁ ଆମେରିକା ଏହାକୁ ଗ୍ରହଣ କରୁନାହିଁ । ଅରୁଣାଚଳ ପ୍ରଦେଶ ଭାରତର କ୍ଷେତ୍ର ବୋଲି ବିଶ୍ବାସ କରୁଛି ଆମେରିକା । ଭାରତ-ଚୀନ, ବାସ୍ତବ ନିୟନ୍ତ୍ରଣ ରେଖା(LAC) ପରେ ଚୀନର ଯେକୌଣସି ଦାବିକୁ ଦୃଢ ବିରୋଧ କରୁଛି ଆମେରିକା । "

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅରୁଣାଚଳ ପ୍ରଦେଶକୁ ନେଇ ଆମେରିକା ଭାରତକୁ ସମର୍ଥନ କରୁଥିବା ବେଳେ ଚୀନକୁ ଭର୍ତ୍ସନା କରିଛି । ଅରୁଣାଚଳ ପ୍ରଦେଶକୁ ଭାରତୀୟ କ୍ଷେତ୍ର ଭାବେ ମାନ୍ୟତା ଦେଇଛୁ ଏବଂ ଚୀନର ଦାବିକୁ ଖଣ୍ଡନ କରୁଛୁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ବାଇଡେନ ସରକାରଙ୍କ ଏକ ଅଧିକାରୀ କହିଛନ୍ତି, "ଚୀନର ଏକପାଖିଆ ଉଦ୍ୟମକୁ ଆମେ ବିରୋଧ କରୁଛୁ ।"

ଏହା ମଧ୍ୟ ପଢନ୍ତୁ:ବିଗ-ବି ସିଣ୍ଡ୍ରୋମ: ପ୍ରତ୍ୟେକ ପଡୋଶୀ ଦେଶ ସହିତ ଚୀନର ବିବାଦ

ମୋଦିଙ୍କ ଗସ୍ତକୁ ବିରୋଧ କରିଥିଲା ଚୀନ: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ଗସ୍ତ କରିଥିଲେ । ଏହାକୁ ବିରୋଧ କରି ଅରୁଣାଚଳ ପ୍ରଦେଶ ଆମର ଅଂଶ ବୋଲି ଦାବି କରିଛି ଚୀନ । ଏହାପରେ ଚୀନକୁ ତାଗିଦ କରିଛି ଆମେରିକା । ତେବେ କିଛି ଦିନ ପର୍ବରୁ ଚୀନର ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରବକ୍ତା କର୍ଣ୍ଣଲ ଝାଙ୍କ ଜିଓଙ୍ଗ କହିଥିଲେ, "ଅରୁଣାଚଳ ପ୍ରଦେଶ ଚୀନର କ୍ଷେତ୍ର ଅଟେ । ବେଜିଂ କେବେ ମଧ୍ୟ ଅରୁଣାଚଳ ପ୍ରଦେଶକୁ ଭାରତର ବୋଲି ମାନ୍ୟତା ଦେଇ ନାହିଁ । ଚୀନ ଅରୁଣାଚଳ ପ୍ରଦେଶକୁ ଜଙ୍ଗନାନର ମାନ୍ୟତା ଦେଇଥାଏ । "ଚୀନ ପ୍ରବକ୍ତାଙ୍କ ବୟାନର ତିନି ଦିନ ପରେ ଆମେରିକା ଏହି ବୟାନ ଦେଇଛି ।

ଏହା ମଧ୍ୟ ପଢନ୍ତୁ: ଭାରତକୁ ଚୀନର ନାଲି ଆଖି; 'ସୀମାରେ ସୈନ୍ୟ ମୁତୟନ କଲେ ଉତ୍ତେଜନା ଥମିବନି'

ଅରୁଣାଚଳ ପ୍ରଦେଶ ଉପରେ ଭାରତର ବୟାନ: ତେବେ ଚୀନ ମୁଖପାତ୍ରଙ୍କ ବିବୃତ୍ତି ପରେ ଭାରତ ଏହାକୁ କଡା ବିରୋଧ କରିଛି । ମଙ୍ଗଳବାର ଦିନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସଓ୍ବାଲ ଚୀନର ଦାବିକୁ ପ୍ରତ୍ୟାଖାନ କରିଥିଲେ । ସେ କହିଥିଲେ, "ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା ଏବଂ ରହିବ ମଧ୍ୟ । ଏହି ପ୍ରସଙ୍ଗରେ ଆଧାରହୀନ ତର୍କର ପୁନରାବୃତ୍ତିକୁ ବୈଧତା ମିଳିବ ନାହିଁ । ଅରୁଣାଚଳବାସୀ ଭାରତ ସରକାରଙ୍କ ବିକାଶ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପରୁ ଉପକୃତ ହେବେ ।"

Last Updated : Mar 21, 2024, 12:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.