ETV Bharat / technology

4 ସେକେଣ୍ଡ ବିଳମ୍ବ ପାଇଁ ସାକାର ହେଲା ଭାରତୀୟଙ୍କ ସ୍ବପ୍ନ, ଚନ୍ଦ୍ରଯାନ-3 ନେଇ ଇସ୍ରୋର ବଡ ଖୁଲାସା - Chandrayaan 3

author img

By ETV Bharat Odisha Team

Published : Apr 30, 2024, 10:39 AM IST

CHANDRAYAAN 3
CHANDRAYAAN 3

Chandrayaan-3: ଚନ୍ଦ୍ରଯାନ-3 ଲଞ୍ଚିଂ ନେଇ ଇସ୍ରୋର ବଡ ଖୁଲାସା । ସଠିକ ସମୟରେ ନିଷ୍ପତ୍ତି ନେଇନଥିଲେ ହୋଇଥାନ୍ତା କ୍ରାସ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚନ୍ଦ୍ରଯାନ-3ର ସଫଳତା ସାରା ବିଶ୍ବବିଦିତ । ମହାକାଶ ଗବେଷଣା ଓ ବିଶେଷ ଭାବେ ଚନ୍ଦ୍ର ଅଭିଯାନରେ ଭାରତକୁ ମିଳିଥିଲା ଅଦ୍ଭୁତପୂର୍ବ ସଫଳତା । ବିଦାୟୀ ବର୍ଷରେ ସଫଳ ହୋଇଥିଲା ଭାରତର ଚନ୍ଦ୍ର ଅଭିଯାନ । ଭାରତର ଚନ୍ଦ୍ରଯାନ ମିଶନକୁ ପ୍ରଶଂସା କରିଥିଲା ସାରା ବିଶ୍ବ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋକୁ ଶ୍ରେୟ ଦିଆଯାଇଥାଏ । ତେବେ ଚନ୍ଦ୍ରାୟନ-3କୁ ନେଇ ଇସ୍ରୋ ପକ୍ଷରୁ ବଡ ଖୁଲାସା କରାଯାଇଛି । ବର୍ତ୍ତମାନ ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ସ୍ପେସ୍ ଆବର୍ଜନାକୁ ଏଡାଇବା ପାଇଁ ଚନ୍ଦ୍ରଯାନ -3 ର ଉତକ୍ଷେପଣ ଚାରି ସେକେଣ୍ଡରେ ବିଳମ୍ବ ହୋଇଛି । ଯଦି 4 ସେକେଣ୍ଡ ବିଳମ୍ବରେ ଚନ୍ଦ୍ରଯାନ-3କୁ ଲଞ୍ଚ କରାଯାଇ ନଥାନ୍ତା ତେବେ ଆଜି ଭାରତୀୟଙ୍କ ସ୍ବପ୍ନ ପୂରଣ ହୋଇପାରିନଥାନ୍ତା ବୋଲି ଇସ୍ରୋର ଏକ ରିପୋର୍ଟରେ କୁହାଯାଇଛି ।

ବଡ ନିଷ୍ପତ୍ତି ନେଇଥିଲା ଇସ୍ରୋ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ସୋମବାର ଖୁଲାସା କରି କହିଛି ଯେ, ଆଜି ଚନ୍ଦ୍ର ମିଶନ ଏକ ବିପର୍ଯ୍ୟସ୍ତର ସମ୍ମୁଖୀନ ହୋଇଥାନ୍ତା, ଯଦି ବୈଜ୍ଞାନିକମାନେ ଏକ ବିପର୍ଯ୍ୟୟ ମୁକାବିଲାକୁ ଏଡାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇନଥାନ୍ତେ । ISROର ସକ୍ରିୟ ଏବଂ ନିର୍ଣ୍ଣାୟକ ସ୍ଥାନ ପରିଚାଳନା ହେତୁ ହିଁ ଚନ୍ଦ୍ରଯାନ-3କୁ ସଫଳ କରାଯାଇ ପାରିଛି । ରକେଟ ଉଡାଣ ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ।

4ସେକେଣ୍ଡ ବିଳମ୍ବରେ ହୋଇଥିଲା ଲଞ୍ଚ: ISRO ଏକ ରିପୋର୍ଟରେ କହିଛି ଯେ, ସ୍ସେସରେ କିଛି ଭଗ୍ନାଂଶକୁ ଏଡାଇବା ପାଇଁ ଚନ୍ଦ୍ରଯାନ-3ର ଲଞ୍ଚକୁ 4ସେକେଣ୍ଡ ବିଳମ୍ବ କରାଯାଇଥିଲା । ଏହାପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରି ସଫଳତା ହାତେଇ ଇତିହାସ ରଚିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ କରିବାରେ ପୃଥିବୀରେ ପ୍ରଥମ ଦେଶ ହେଲା ଭାରତ ।

ଏହା ମଧ୍ୟ ପଢନ୍ତୁ: ଉପଲବ୍ଧିର ବର୍ଷ 2023: ମହାକାଶ ମହାରେକର୍ଡ, ଜହ୍ନ ରାଇଜରେ ତ୍ରିରଙ୍ଗା ଉଡାଇ ଇତିହାସ ରଚିଲା ଭାରତ

ଇସ୍ରୋର ବୟାନ: ଇଣ୍ଡିଆନ ସିଚୁଏସନାଲ ସ୍ପେସ ଆଓ୍ବାରନେସ ରିପୋର୍ଟ(ISSAR) ଅନୁସାରେ, ଧକ୍କା ଆକଳନକୁ ଆଧାର କରି ଚନ୍ଦ୍ରଯାନ-3ର ଲଞ୍ଚିଂକୁ 4 ସେକେଣ୍ଡ ବିଳମ୍ବ କରାଯାଇଥିଲା । ISRO କହିଛି ଯେ ସ୍ପେସ୍ ଆବର୍ଜନାକୁ(ଧ୍ବଶାଂବଶେଷ) ଏଡାଇବା ପାଇଁ ଏହି ବିଳମ୍ବ ଆବଶ୍ୟକ ରହିଥିଲା । ଚନ୍ଦ୍ରଯାନ-3ର ଲଞ୍ଚିଂ ପୂର୍ବରୁ ବୈଜ୍ଞାନିକମାନେ କୋଲ୍ କରିଥିଲେ । ଏଥିରୁ ଜଣାପଡଥିଲା ଯେ, ଚନ୍ଦ୍ରଯାନ-3ର ରାସ୍ତାରେ ଅନେକ ଆବର୍ଜନା ରହିଛି । ଯଦି ଚନ୍ଦ୍ରଯାନ-3 ଧକ୍କା ହୁଏ ତେବେ ମିଶନ ଚନ୍ଦ୍ରରେ ପହଞ୍ଚିବା ପୂର୍ବରୁ ହିଁ କ୍ରାସ ହୋଇଯାଇଥାନ୍ତା । ପ୍ରକାଶଥାଉକି, ଲ୍ୟାଣ୍ଡର ମଡ୍ୟୁଲ ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସହିତ ଭାରତର ଚନ୍ଦ୍ରଯାନ-3 ମିଶନ ଗତ ବର୍ଷ ଜୁଲାଇ 14 ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.