ETV Bharat / state

ଦୂର ହେବ ଏସସିବିରେ ରକ୍ତ ଅଭାବ, ସ୍ବେଚ୍ଛାକୃତ ରକ୍ତଦାନ କରୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ - SCB Medical

author img

By ETV Bharat Odisha Team

Published : May 1, 2024, 10:41 PM IST

SCB Medical fulfill Blood requirement
SCB Medical fulfill Blood requirement

SCB Medical fulfill Blood requirement: ଏହି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ରକ୍ତ ଅଭାବକୁ ଏଡ଼େଇବା ପାଇଁ ଏସସିବି ମେଡିକାଲର କର୍ତ୍ତୃପକ୍ଷଙ୍କର ଅଭିନବ ପ୍ରୟାସ । ଅଧିକ ପଢ଼ନ୍ତୁ

SCB Medical fulfill Blood requirement

କଟକ: ରକ୍ତ ସଙ୍କଟ ଦୂର କରୁଛି ଏସସିବି ମେଡିକାଲ । ଏହି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ରକ୍ତ ଅଭାବ ଯେପରି ନହୁଏ ସେନେଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଏସସିବି ବଡ଼ ମେଡିକାଲର ସମସ୍ତ ଷ୍ଟାଫ । ପ୍ରତିଦିନ ସାତ ହଜାରରୁ ଅଧିକ ରୋଗୀ ଉଭୟ ଇନ-ଡୋର ଓ ଆଉଟ-ଡୋରରେ ଚିକିତ୍ସା ହେବା ପାଇଁ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ସେଥିରୁ 40 ଜଣ ଥାଲାସେମିଆ ରୋଗୀ ହୋଇଥାନ୍ତି । ଯାହାଙ୍କୁ ସାପ୍ତାହିକ 2 ବ୍ଲଡ଼ ୟୁନିଟର ଆବଶ୍ୟକତା ପଡିଥାଏ । ଏପରିକି 100 ରୋଗୀ ଯେଉଁ ମାନଙ୍କର ରକ୍ତ ଆବଶ୍ୟକ ପଡେ କିନ୍ତୁ ତାଙ୍କ ପାଖରେ ଡୋନର ନଥାନ୍ତି । ତେବେ ଏହିଭଳି ସମସ୍ୟାର ସମାଧାନ କରିବା ପାଇଁ ବଡ଼ ମେଡ଼ିକାଲର ସମସ୍ତ ଷ୍ଟାଫ ସ୍ବେଚ୍ଛାକୃତ ଭାବରେ ଆସି ରକ୍ତଦାନ କରିଛନ୍ତି ।

ଏଭଳି ପରିସ୍ଥିତିରେ ଏସସିବିରେ ରକ୍ତ ସଙ୍କଟକୁ ଦୁରେଇବା ପାଇଁ ଏହି ପ୍ରୟାସ ଆରମ୍ଭ କରାଯାଇଛି । ଗତ 16 ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏଯାବତ 400ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରିସାରିଲେଣି ମେଡିକାଲ କର୍ତ୍ତୃପକ୍ଷ । ତେବେ ଖରାଦିନେ ରକ୍ତ ସଙ୍କଟ ଅଧିକ ମାତ୍ରାରେ ଦେଖାଦିଏ । ଖରା ଯୋଗୁ ରକ୍ତଦାନ ଶିବିର ଆୟୋଜନ ହୋଇପାରେ ନାହିଁ । ଅନ୍ୟପଟେ ଟାଣ ଖରା କାରଣରୁ ଲୋକମାନେ ରକ୍ତ ଦାନ କରିବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି । ଏହିଭଳି ପରିସ୍ଥିତିକୁ ନଜରରେ ରଖି ଏସସିବି ମେଡିକାଲ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଜରୁରୀକାଳୀନ ଚିକିତ୍ସା ଉପରେ ମଧ୍ୟ ରକ୍ତ ସଙ୍କଟର ପ୍ରଭାବକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ବେଶ ସହାୟକ ହେବ।

ଏହା ମଧ୍ୟ ପଢ଼ନ୍ତୁ.. କୋଭିସିଲ୍ଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ପ୍ରସଙ୍ଗ, କଣ କହିଲେ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ - Health Dept Director On Covishield

ଏସସିବି ବ୍ଲଡ଼ ବ୍ୟାଙ୍କ ସାହାଯ୍ୟରେ ଏହି କାର୍ଯ୍ୟକୁ ଅତି ସହଜ ଉପାୟରେ ପରିଚାଳନା କରାଯାଉଛି । ଶତାଧିକ କର୍ମୀ ଓ କର୍ତ୍ତୃପକ୍ଷ ଏହି ଧାରାରେ ସାମିଲ ହେବା ପାଇଁ ମନ ବଳାଇ ଥିବା ବେଳେ ଅନ୍ୟ ସମସ୍ତେ ଏହି ପଦକ୍ଷେପରେ ସାମିଲ ହେବା ପାଇଁ କହିଛନ୍ତି ଏସସିବି କୂଳସଚିବ । ଏହି ମହତ ପ୍ରୟାସ ପାଇଁ ମେଡିକାଲର କୂଳସଚିବ ସମସ୍ତ ଡୋନରଙ୍କୁ ଧନ୍ୟବାଦ ଦେଇଛନ୍ତି । ବର୍ତ୍ତମାନ ଏସିବିରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ଆଗମୀ ଦିନରେ ଅନେକ ସଫଳତା ହାସଲ କରିବ ବୋଲି ଲକ୍ଷ ରଖିଛନ୍ତି ଏସସିବି କର୍ତ୍ତୃପକ୍ଷ । ବର୍ତ୍ତମାନ 400 ୟୁନିଟ ରକ୍ତ ସଂଗ୍ରହ ହେଇଥିବା ବେଳେ ଆଗାମୀ ଦିନରେ ଏହା ରେକର୍ଡ ସଂଖ୍ୟକ ୟୁନିଟରେ ପହଞ୍ଚିବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ମେଡିକାଲ କୂଳସଚିବ । ଏହା କେବଳ ଯେ ଥାଲାସେମିଆ ରୋଗୀଙ୍କୁ ସାହାଯ୍ୟ କରିବ ତାହା ନୁହେଁ ବରଂ ବିଭିନ୍ନ ବିଭାଗରେ ଥିବା ଗୁରୁତର ରୋଗୀ ମାନେ ଏହାର ସୁବିଧା ପାଇପାରିବେ । ଯାହା ଦ୍ୱାରା ବଡ ମେଡିକାଲ ସ୍ୱାସ୍ଥ୍ୟ ସେବାରେ ଆଉ ଏକ ପାଦ ଆଗକୁ ଯାଇ ପାରିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.