ETV Bharat / sports

ଜାତୀୟ ମହିଳା ହକି ଲିଗ, ହରିୟାଣାକୁ ହରାଇ ବିଜୟରୁ ଅଭିୟାନ ଆରମ୍ଭ କଲା ଓଡିଶା - National Womens Hockey League

author img

By ETV Bharat Odisha Team

Published : Apr 30, 2024, 1:40 PM IST

Etv Bharat
Etv Bharat

National Women's Hockey League: ଜାତୀୟ ମହିଳା ହକି ଲିଗର ପ୍ରଥମ ମ୍ୟାଚରେ ହରିୟାଣାକୁ ହରାଇଲା ଓଡିଶା । 4-1 ଗୋଲରେ ବିଜୟରୁ ଓଡିଶା ମହିଳା ହକି ଦଳର ଅଭିଯାନ ଆରମ୍ଭ । ଅଧିକ ପଢନ୍ତୁ

ରାଞ୍ଚି: ରାଞ୍ଚିର ଜୟପାଲ ସିଂ ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଜାତୀୟ ମହିଳା ହକି ଲିଗ । ପ୍ରଥମ ମ୍ୟାଚରେ ଚମକିଲା ଓଡିଶା ମହିଳା ଦଳ । ହରିୟାଣାକୁ 4-1 ଗୋଲରେ ପରାସ୍ତ କରି ବିଜୟରୁ ଅଭିୟାନ ଆରମ୍ଭ କଲା ଟିମ ଓଡିଶା । ଓଡିଶା ପକ୍ଷରୁ ଏକକ୍କା ସୋନାଲି ଦୁଇଟି ଗୋଲ ଦେଇଥିବା ବେଳେ ଦୀପ୍ତି ମୋନିକା ଟପ୍ପୋ ଏବଂ କୁଜୁର ରମ୍ବା ଗୋଟିଏ ଲେଖାଏଁ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ । ହରିୟାଣା ପକ୍ଷରୁ ଖାସା ଶଶି ଗୋଟିଏ ଗୋଲ ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ-ରାଉରକେଲାରେ ଭାରତର ଧୂଆଁଧାର ବିଜୟ, ଅଷ୍ଟ୍ରେଲିଆକୁ ହରାଇଲା ନେଦରଲ୍ୟାଣ୍ଡ

ଏହି ମ୍ୟାଚ ଜିତିବା ପରେ ଓଡିଶା ଖେଳାଳି ପ୍ରତିଭା ଏକକ୍କା କହିଛନ୍ତି ଯେ, ପ୍ରଥମ ମ୍ୟାଚରେ ଆମ ଦଳର ଭଲ ପ୍ରଦର୍ଶନ ରହିଛି। ଏହିପରି ଟୁର୍ନାମେଣ୍ଟ ଦେଶର ଯୁବ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାର ସୁଯୋଗ ଦେଇଥାଏ । ଝାଡଖଣ୍ଡ ଖେଳାଳି ସେସିଲିଆ କହିଛନ୍ତି ଯେ, ଆଜି ମଧ୍ୟ ରାଜ୍ୟର ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଖେଳାଳି ଅଛନ୍ତି, ଯେଉଁମାନେ ନିଜ ପ୍ରତିଭାକୁ ବିଶ୍ୱ ସ୍ତରକୁ ନେବାରେ ସକ୍ଷମ ହୋଇପାରୁ ନାହାନ୍ତି, କିନ୍ତୁ ଏଭଳି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଝାଡଖଣ୍ଡର ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ମହିଳା ଖେଳାଳିମାନେ ଆଗକୁ ଯାଇପାରିବେ । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜାତୀୟ ମହିଳା ହକି ଲିଗ୍ ଆରମ୍ଭ ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳୀଙ୍କୁ ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଚୟନ କରାଯିବ ।

14 ତମ ଜାତୀୟ ମହିଳା ହକି ପ୍ରତିଯୋଗିତାରେ 8ଦଳ ଓଡିଶା, ହରିୟାଣା, ମହାରାଷ୍ଟ୍ର, ଝାଡଖଣ୍ଡ, ମଧ୍ୟରପ୍ରଦେଶ, ବେଙ୍ଗଲ, ମିଜୋରାମ ଓ ମଣିପୁର ମହିଳା ହକି ଦଳ ଭାଗ ନେଇଛନ୍ତି । ଦୁଇଟି ପର୍ଯ୍ୟାୟରେ ମ୍ୟାଚ ଖେଳାଯିବ । ଏପ୍ରିଲ 30 ତାରିଖରୁ ମେ 9 ତାରିଖ ପର୍ଯ୍ୟନ୍ତ ଲିଗ ମ୍ୟାଚ ଖେଳାଯିବ । ଆଜି 4ଟି ମ୍ୟାଚ ରହିଥିବା ବେଳେ ଗୋଟିଏ ଶେଷ ହୋଇଛି । ସନ୍ଧ୍ୟାରେ ଆଉ 3ଟି ମ୍ୟାଚ ଖେଳାୟିବ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତି ଦଳ 7ଟି ଲେଖାଏଁ ମ୍ୟାଚ ଖେଳିବେ । ଆସନ୍ତା 1 ତାରିଖରେ ମଧ୍ୟପ୍ରଦେଶ ସହ ଦ୍ବିତୀୟ ମ୍ୟାଚ ଖେଳିବ ଭାରତ । 3 ତାରିଖରେ ମଣିପୁର ଓ ଓଡିଶା ମଧ୍ୟରେ ମୁକାବିଲା ହେବ । ପରେ ଝାଡଖଣ୍ଡ, ମହାରାଷ୍ଟ୍ର, ବେଙ୍ଗଲ ଓ ମିଜୋରାମ ସହ ଓଡିଶା ଦଳର ମୁକାବିଲା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.