ETV Bharat / politics

ଜୟଦେବରେ କଂଗ୍ରେସକୁ ମିଳିଲା ମିଳିତ ଦଳିତ ସଙ୍ଗଠନର ବଳ - JAYADEV CONGRESS

author img

By ETV Bharat Odisha Team

Published : May 1, 2024, 7:19 PM IST

ଜୟଦେବରେ କଂଗ୍ରେସକୁ ମିଳିଲା ବଳ, ମିଳିତ ଦଳିତ ସଙ୍ଗଠନ ପକ୍ଷରୁ ସମର୍ଥନ ଘୋଷଣା
ଜୟଦେବରେ କଂଗ୍ରେସକୁ ମିଳିଲା ବଳ, ମିଳିତ ଦଳିତ ସଙ୍ଗଠନ ପକ୍ଷରୁ ସମର୍ଥନ ଘୋଷଣା

Congress Gain Support From Dalit Association: ଜୟଦେବ ନିର୍ବାଚନ ମଣ୍ଡଳୀରେ ମିଳିତ ଦଳିତ ସଙ୍ଗଠନ କଂଗ୍ରେସର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ୟାସିର ନଓ୍ବାଜ ଓ ଜୟଦେବ ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ଜଣାଇଛି ସମର୍ଥନ । ବିଜେପି ଓ ବିଜେଡି ବିରୋଧରେ ବର୍ଷିଲେ କଂଗ୍ରେସ ପ୍ରାର୍ଥୀ । ଅଧିକ ପଢନ୍ତୁ

ଜୟଦେବରେ କଂଗ୍ରେସକୁ ମିଳିଲା ବଳ, ମିଳିତ ଦଳିତ ସଙ୍ଗଠନ ପକ୍ଷରୁ ସମର୍ଥନ ଘୋଷଣା

ନିଆଳି: ଜୟଦେବ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ହୋଇଛି ଶକ୍ତି ବୃଦ୍ଧି । କଂଗ୍ରେସକୁ ମିଳିଛି ମିଳିତ ଦଳିତ ସଙ୍ଗଠନର ସମର୍ଥନ । ଆଜି ବାଲିପାଟଣା ବ୍ଲକ ଗିରିଙ୍ଗଶ୍ବର ମନ୍ଦିର ପରିସରରେ ମିଳିତ ଦଳିତ ସଙ୍ଗଠନ ପକ୍ଷରୁ ଆହୂତ ଏକ କର୍ମୀ ସମାବେଶରେ ଭୁବନେଶ୍ୱର ଲୋକସଭା ଆସନ କଂଗ୍ରେସ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ ଓ ଜୟଦେବ ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ଉପସ୍ଥିତ ଥିଲେ । ଆଜି ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳର ଆଠ ଗୋଟି ମିଳିତ ଦଳିତ ସଙ୍ଗଠନ ଶହ ଶହ କର୍ମକର୍ତ୍ତା ଜୟଦେବ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବା ସହିତ ଚଳିତ ନିର୍ବାଚନରେ କଂଗ୍ରେସ ଦଳର ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହି ଅବସରରେ ମିଳିତ ଦଳିତ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱର ଲୋକସଭା ଆସନ କଂଗ୍ରେସ ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ ଓ ଜୟଦେବ ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ବାଲିପାଟଣା ଗୋପବନ୍ଧୁ ଛକଠାରୁ ଏକ ପଦଯାତ୍ରାରେ ମାଧ୍ୟମରେ ବାହାରି ଗିରିଙ୍ଗଶ୍ବର ମନ୍ଦିର ସଭାସ୍ଥଳରେ ପହଞ୍ଚିଥିଲେ ।

ଏହା ମଧ୍ୟ ପଢନ୍ତୁ.... ଜୟଦେବକୁ ଅବହେଳା ହେବ ମୁଖ୍ୟ ମୁଦ୍ଦା, ବିକାଶ ହେବ ପ୍ରସଙ୍ଗ: କୃଷ୍ଣଚନ୍ଦ୍ର ସଗରିଆ - Odisha Assembly Election 2024

ସାଂସଦ ପ୍ରାର୍ଥୀ ୟାସିର କହିଛନ୍ତି ଯେ, ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ଆଖି ଦୃଶିଆ ଉନ୍ନତି ହୋଇପାରିନାହିଁ । ସେହିପରି ରାଜଧାନୀ ଉପକଣ୍ଠରେ ଥିବା ଜୟଦେବ ଅଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ହୋଇପାରିନାହିଁ । ଗତ ୨୫ ବର୍ଷ ମଧ୍ୟରେ କୌଣସି ଶିଳ୍ପ ସଂସ୍ଥା ସ୍ଥାପନ ହୋଇନି, ସ୍କୁଲରେ ଶିକ୍ଷକ ନାହାଁନ୍ତି, ନିଯୁକ୍ତିର ଅଭାବ ଅଛି, କୃଷି ପ୍ରଧାନ ଜୟଦେବ ଅଞ୍ଚଳରେ କୌଣସି ଶୀତଳ ଭଣ୍ଡାର ନାହିଁ । ତେଣୁ ଲୋକ ଏଥର ପରିବର୍ତ୍ତନ ଚାହୁଁଛନ୍ତି ଓ ଏଥର କଂଗ୍ରେସ ବିଜୟୀ ହେବ ବୋଲି କହିଛନ୍ତି ୟାସିର ।

ସେହିପରି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି ଯେ, ରାଜ୍ୟ ସରକାର ଏକ ଆଉଟ ସୋର୍ସିଂ ସରକାର ପାଲଟିଛନ୍ତି । ବାହାର ରାଜ୍ୟର ଠିକାଦାରଙ୍କୁ ପୋଷୁଛନ୍ତି ସରକାର । ଆଜି ରାଜ୍ୟରେ ଚାଷୀ ହନ୍ତସନ୍ତ ଓ ଯୁବ ଗୋଷ୍ଠୀ ବେରୋଜଗାର ହୋଇ ବସିଛନ୍ତି । ଏଥର ଲୋକ ସଚେତନ ହେଲେଣି କଂଗ୍ରେସ ଆସିଲେ ଜୟଦେବରେ ବିକାଶ ହେବ ଏବଂ ଜାତୀୟ କଂଗ୍ରେସ ୯ ଗ୍ୟାରେଣ୍ଟି ନିର୍ବାଚନି ଇସ୍ତାହାର ଘରେ ଘରେ ପହଞ୍ଚିବା ସହ ସମ୍ବିଧାନ ସୁରକ୍ଷିତ ରହିବ । ଦୀର୍ଘ ବର୍ଷ ଧରି ବିଜେପି ଓ ବିଜେଡି ଯେଉଁ ଭଳି ଭାବରେ ଜୟଦେବକୁ ବିକାଶ ବଦଳରେ ଅନ୍ଧାରକୁ ଠେଲି ଦେଇଛନ୍ତି, ତେଣୁ ଜୟଦେବକୁ ବିକାଶ ପଥକୁ ଫେରାଇବା ପାଇଁ କଂଗ୍ରେସ ଦଳକୁ ବିଜୟୀ କରାଇବା ପାଇଁ ମିଳିତ ଦଳିତ ସଙ୍ଗଠନ ନିଷ୍ପତ୍ତି ନେଇଛି ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.