ETV Bharat / politics

କଣ୍ଟାମାଳ ଆସନରେ ବିଜେଡିର ପୁନର୍ବାର ଗଡ଼ ଦଖଲ ପାଇଁ ଉଦ୍ୟମ - Kantamal Assembly

author img

By ETV Bharat Odisha Team

Published : Apr 30, 2024, 10:44 PM IST

କଣ୍ଟାମାଳ ଆସନରେ ବିଜେଡିର ପୁନର୍ବାର ଗଡ଼ ଦଖଲ ପାଇଁ ଉଦ୍ୟମ
କଣ୍ଟାମାଳ ଆସନରେ ବିଜେଡିର ପୁନର୍ବାର ଗଡ଼ ଦଖଲ ପାଇଁ ଉଦ୍ୟମ

Kantamal Assembly Constituency Election 2024: ପୁଣିଥରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀକୁ ଦଖଲ କରିବା ଲକ୍ଷରେ ବିଜେଡି । ଅଧିକ ପଢନ୍ତୁ

କଣ୍ଟାମାଳ ଆସନରେ ବିଜେଡିର ପୁନର୍ବାର ଗଡ଼ ଦଖଲ ପାଇଁ ଉଦ୍ୟମ

ବୌଦ୍ଧ: ଜିଲ୍ଲାର ଦୁଇ ବିଧାନସଭା ଆସନ ପାଇଁ ମେ' 20 ତାରିଖରେ ହେବ ମତଦାନ । ଏହା ପୂର୍ବରୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ତେବେ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଗଡରେ ଛକାପଞ୍ଝା ଲାଗି ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡି ସହିତ ବିରୋଧୀ ବିଜେପିର କଡ୍ଡା ଟକ୍କର ହେବା ଏକ ପ୍ରକାର ନିଶ୍ଚିତ ଥିବା ବେଳେ ବିଜେଡି ନିଜ ଗଡକୁ ପୁନଃ ଦଖଲ ଲକ୍ଷ୍ୟରେ ରହିଛି ।

ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ରାଜନୀତି ପାଣିପାଗ ସରଗରମ ଥିବା ବେଳେ ପ୍ରାର୍ଥୀମାନେ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ଡୋର ଟୁ ଡୋର କ୍ୟାମ୍ପେନ ସହିତ ଶୋଭାଯାତ୍ରା ଓ ବାଇକ ରାଲି ଭଳି ବିଭିନ୍ନ କାର୍ଯ୍ୟକ୍ରମ ସହିତ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷାରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ । ବୌଦ୍ଧ ଆସନରେ ବିଜେଡିର ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଓ କଣ୍ଟାମାଳ ଆସନ ପାଇଁ ଦୁଇ ଥରରେ ବିଧାୟକ ମହୀଧର ରଣା ତୃତୀୟ ଥର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ୨୦୦୯ ମସିହାରେ ଗଠନ ହେବା ଠାରୁ ଏହି ଆସନକୁ ବିଜୁ ଜନତା ଦଳ ଲଗାତାର ଭାବରେ ଦଖଲରେ ରଖିଆସିଛି । ଗତ ଦୁଇ ଦୁଇଥର ନିର୍ବାଚନରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭୋଟର ମହୀଧରଙ୍କୁ ବିଜୟୀ କରିଥିବା ବେଳେ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଦଳରେ ବିଦ୍ରୋହ ଦେଖା ଦେଇଥିଲା । ବିଜେଡିର ବରିଷ୍ଠ ନେତା ଶେଷ କୁମାର ମେହେର, ବୈଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ପୂର୍ବତନ ଅଧ୍ୟକ୍ଷ ପୟୋଧର ମହାକୁଡ଼, ଶାନ୍ତନୁ ଥାର୍ଟି, ଟିଙ୍କୁ ତ୍ରିପାଠୀ ଓ ଶୁକ ମିଶ୍ରଙ୍କ ଭଳି ବହୁ ନେତା ଓ କର୍ମୀ ବିଜେପି ଦଳରେ ସାମିଲ ହୋଇଥିଲେ । ସେପଟେ କଣ୍ଟାମାଳ ବିଜେଡି ଦଳରେ ଦହ୍ୟା ଅଞ୍ଚଳର ଯୁବ ନେତା ବାବୁଲା ମଲ୍ଲିକ ଯୋଗ ଦେବାପରେ କଣ୍ଟାମାଳ ବିଜେଡିକୁ ବେଶ ବଳ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧ ଓ କଣ୍ଟାମାଳ ଆସନ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - Pradip And Mahidhar File Nomination

ଗୋଟିଏ ପଟରେ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ତଥା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚିବ ବୋଲି ବିଜେଡି ପ୍ରାର୍ଥୀ ମହୀଧର କହିଛନ୍ତି । ଏହା ବ୍ୟତୀତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିରୋଧିଙ୍କ ମେଳି ଦ୍ବାରା ବିଜେଡି ଦଳର କୈାଣସି କ୍ଷତି ହେବ ନାହିଁ ତଥା ବିଜେଡି ଦଳ ପୁନର୍ବାର କଣ୍ଟାମାଳ ଆସନରେ ବିଜୟୀ ହେବ ବୋଲି ମହୀଧର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ମଙ୍ଗଳବାର ସନ୍ଧ୍ୟାରେ ଠାକୁରଙ୍କ ଆଶୀର୍ବାଦ ନେଇ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କରିଛନ୍ତି । ବିଜେଡି ସମର୍ଥକ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ପାଇଁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

  • " class="align-text-top noRightClick twitterSection" data="">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.