ETV Bharat / politics

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ଭାଗିରଥୀ ସେଠୀ - Surendra Sethi Resigns From BJD

author img

By ETV Bharat Odisha Team

Published : Apr 30, 2024, 11:03 PM IST

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ଭାଗିରଥୀ ସେଠୀ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ଭାଗିରଥୀ ସେଠୀ

Surendra Sethi And Bhagirathi Sethi Resigns From BJD: ଆଜି ବିଜେଡିରୁ ଇସ୍ତଫା ଦେଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ଆନନ୍ଦପୁରର ବିଧାୟକ ଭାଗିରଥୀ ସେଠୀ । ଟିକଟ ଆଶାୟୀ ଥିବା ସୁରେନ୍ଦ୍ର ଓ ଭାଗିରଥୀ ଦଳରେ କୋଣଠେସା ହୋଇଥିବାର ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ଭାଗିରଥୀ ସେଠୀ

ଭୁବନେଶ୍ବର/କେନ୍ଦୁଝର: ଦଳରେ ଅଣଦେଖା କାରଣରୁ ଇସ୍ତଫା ଦେଲେ ନେତା । ବିଜେଡିରୁ ଆଜି ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ । ଦଳରୁ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ଇସ୍ତଫା ପତ୍ର ସେ ବିଜେଡି ସଭାପତିଙ୍କୁ ପଠାଇ ଦେଇଛନ୍ତି । ସୁରେନ୍ଦ୍ରଙ୍କ ସହ ଅଞ୍ଚଳର ବହୁ ଲୋକ ପ୍ରତିନିଧି ବିଜେଡି ଛାଡିଛନ୍ତି । ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଅନେକ ବାର ଦେଖା କରିବାକୁ ଚେଷ୍ଟା କରିଛି । ହେଲେ ମୋତେ ଥରେ ବି ଦେଖା କରିବାକୁ ସୁଯୋଗ ମିଳିନାହିଁ । ମୋତେ ଦଳରେ ହତାଦର କରାଯାଇଛି । କାକଟପୁରରେ ବିଜେଡି ସଠିକ ପ୍ରାର୍ଥୀ ଦେଇନାହିଁ । ଯେଉଁମାନେ ଲୋକଙ୍କ ସହ ନାହାଁନ୍ତି ଲୋକଙ୍କ କାମ କରିନାହାନ୍ତି ସେମାନଙ୍କୁ ଦଳ ଟିକେଟ ଦେଇଛି । ତେଣୁ କାକଟପୁରରେ କାହା ମୁହଁରେ ହସ ନାହିଁ ।

ନବୀନ ନିବାସରୁ ଯେତେବେଳେ ଯେଉଁ କାର୍ଯ୍ୟକ୍ରମ ପାଇଁ ମୋତେ ଫୋନ ଆସେ ମୁଁ ଲୋକ ନେଇ ପହଁଚେ । ପ୍ରତ୍ୟେକ କାର୍ଯ୍ୟକ୍ରମରେ ମୁଁ ନିଜକୁ ସାମିଲ କରିଥାଏ । ଶେଷ ମୁହୂର୍ତ୍ତରେ ମୋତେ ଅବହେଳା କରାଗଲା । କାକଟପୁର ବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ମୁଁ ଆଜି ବିଜେଡିରୁ ଇସ୍ତଫା ଦେଉଛି । ଗତ ଦଶ ବର୍ଷ ହେଲା କାର୍ଯ୍ୟ କରିଛି । 2019ରୁ 2024 ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ବହୁତ ଥର ଚେଷ୍ଟା କରିଛି । ଗୋଟେ ଥର ଦେଖା କରିବାକୁ ସୁଯୋଗ ଦିଆଯାଇନାହିଁ । ଯେଉଁ ଦଳରେ ସର୍ବୋଚ୍ଚ ନେତାଙ୍କୁ ଦେଖା କାରିବାକୁ ଦିଆଯାଏ ନାହିଁ ସେ ଦଳରେ ରହି ଲାଭ କଣ ? ଦଳରେ ଏବେ ଅଫିସର ମାନେ ମଙ୍ଗୁଆଳ ସାଜିଛନ୍ତି । ଦୁଃଖର କଥା ବିଜେଡ଼ିର କୌଣସି ନେତା ଓ ମନ୍ତ୍ରୀ ଏ ନେଇ ମୁହଁ ଖୋଲୁ ନାହାନ୍ତି ।

ଆଜି କାକଟପୁରରେ ରାତି ୯ଟା'ରେ ମୋ ସମର୍ଥକଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବି । ତାଙ୍କ ନିଷ୍ପତ୍ତି ଯାହା ହେବ ତାହା ମୁଁ ମାନି ନେବି । 2024 ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେବି । ଯଦି ଆପଣ ଭଲ ନେତା ହୋଇଥିବେ ତେବେ ଲୋକେ ଆପଣଙ୍କ ସହିତ ରହିଥିବେ । ଅନ୍ୟ ଦଳ ଆପଣଙ୍କୁ ଡାକିବେ ବୋଲି କହିଛନ୍ତି ସୁରେନ୍ଦ୍ର । କାକଟପୁର ବ୍ଲକ ଚେୟାରମ୍ୟାନ ଶ୍ରୀଧର ନାୟକ ଓ ଅସ୍ତରଙ୍ଗ ବ୍ଲକ ଚେୟାରମ୍ୟାନ ଆରତୀ ନାୟକ, ଅନେକ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଛାଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ମୈଦାନରେ ତୁଷାରକାନ୍ତି, ଟିକଟ ପାଇବା ପରେ କଲେ ଶକ୍ତି ପ୍ରଦର୍ଶନ - TusharKanti Behera Road Show

ସେହିପରି କାକଟପୁର କାକଟପୁର ବ୍ଲକ ଚେୟାରମ୍ୟାନ ଶ୍ରୀଧର ନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ସାଜିଛନ୍ତି । ଅଣ ଓଡିଆ ମାନେ ଓଡିଶାକୁ ଶାସନ କରୁଛନ୍ତି । ଟଙ୍କା ଦେଇ ଟିକେଟ ନେଉଛନ୍ତି । ସଂଗଠନ ଦେଖାଯାଉନାହିଁ । ତୃଣମୂଳରେ କାର୍ଯ୍ୟ କରୁଥିବା ନେତାଙ୍କୁ ଦେଖା ଯାଉନାହିଁ । ଆଜିର ମନ୍ତ୍ରୀ ଓ ବିଧାୟକ ସମସ୍ତେ ବୁକୁଚା ବୁହା । ଟେଣ୍ଟ ବାନ୍ଧୁଛନ୍ତି । ସୂଚନା ଅନୁଯାୟୀ 2014 ରୁ 2019 ପର୍ଯ୍ୟନ୍ତ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ ସୁରେନ୍ଦ୍ର । 2019 ଓ 2024ରେ ବିଜେଡି କାକଟପୁରରେ ତୁଷାରକାନ୍ତି ବେହେରାଙ୍କୁ ଭରସା କରିଛି । ଲଗାତାର ଦୁଇଥର ଟିକେଟ ଦେଇଛି । ତେବେ ସୁରେନ୍ଦ୍ର ଏକ ଜାତୀୟ ରାଜନୈତିକ ଦଳରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ସେହିଭଳି ବିଜେଡି ଦଳର ବରିଷ୍ଠ ନେତା ତଥା ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଦଳ ତ୍ୟାଗ କରିଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ଦଳରୁ ତ୍ୟାଗପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଚଳିତ ନିର୍ବାଚନରେ ଭାଗିରଥୀ ସେଠୀଙ୍କୁ ଦଳ ଟିକେଟ ନ ଦେବା ଫଳରେ ସେ ଅସନ୍ତୁଷ୍ଟ ଥିଲେ । ସେ ଓ ତାଙ୍କ ପୁତୁରା ଶାନ୍ତନୁ ସେଠୀ ମଧ୍ୟ ଦଳୀୟ ଟିକେଟ ଆଶାୟୀ ଥିଲେ । ଦୁଇ ଜଣଙ୍କ ମଧ୍ୟରୁ ଟିକେଟ ନଦେଇ ନିର୍ବାଚନ ମଣ୍ଡଳୀର ହାଟଡିହି ବ୍ଲକର ଅଭିମନ୍ୟୁ ସେଠୀଙ୍କୁ ଦଳ ଟିକେଟ ଦେଇଛି । ପ୍ରକାଶ ଯେ ଭାଗିରଥୀ ସେଠୀ ୨୦୦୯ ମସିହାରେ ବିଜେଡି ଟିକେଟରୁ ଜିତି ବିଧାୟକ ହୋଇଥିବା ବେଳେ ୨୦୧୪ ରେ ଦଳ ମାୟାଧର ଜେନାଙ୍କୁ ଟିକେଟ ଦେଇଥିଲା । ପୁଣି ଦଳ ୨୦୧୯ ରେ ଦଳ ତାଙ୍କୁ ଟିକେଟରେ ବିଧାୟକ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର/କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.