ETV Bharat / international

ପୁଣି ଲୋହିତ ସାଗରରେ ହାଉତିର ଆକ୍ରମଣ, ଭାରତ ଆସୁଥିବା ଜାହାଜ ଉପରେ ମିଶାଇଲ ମାଡ - Red sea Attack

author img

By ETV Bharat Odisha Team

Published : Apr 27, 2024, 10:11 AM IST

Red sea Attack
Red sea Attack

Red sea Attack: ଲୋହିତ ସାଗରରେ ଭାରତ ଆସୁଥିବା ଜାହାଜ ଉପରେ ଆକ୍ରମଣ । ୟେମେନ ବିଦ୍ରୋହୀ ଗୋଷ୍ଠୀ ହାଉତି ପକ୍ଷରୁ ୩ଟି ମିଶାଇଲ ମାଡ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ଜେରୁଜୁଲମ: ଅଶାନ୍ତ ଲୋହିତ ସାଗର । ୟେମେନର ବିଦ୍ରୋହୀ ଗୋଷ୍ଠୀ ହାଉତି ପକ୍ଷରୁ ଲୋହିତ ସାଗରରେ ମିଶାଇଲ ଆଟାକ କରାଯାଇଥିବା ଜଣାପଡିଛି । ଶୁକ୍ରବାର ଦିନ ହୋଇଥିବା ଏହି ଆକ୍ରମଣରେ ଏକ ଜାହାଜ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି ଇରାନ ସମର୍ଥିତ ହାଉତି ବିଦ୍ରୋହୀ ଗୋଷ୍ଠୀ ଗତ ନଭେମ୍ବରରୁ ଲୋହିତ ସାଗରରେ ଅନବରତ ଆକ୍ରମଣ ଜାରି ରଖିଛି ।

ଏକ ଘରୋଇ ସୁରକ୍ଷା ସଂସ୍ଥା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଲୋହିତ ସାଗରରେ ୩ଟି ମିଶାଇଲ ମାଡ କରାଯାଇଥିବା ଦେଖିବାକୁ ମିଳିଛି । ଏହି ମିଶାଇଲଗୁଡିକ ଏକ ବାଣିଜ୍ୟିକ ଜାହାଜ ନିକଟରେ ପଡିଥିଲା ।ଏହି ଜାହାଜରେ ପାନାମା ପତାକା ଲାଗିଥିବା ବେଳେ ଋଷ ବାଣିଜ୍ୟିକ ଜାହାଜ ଆଣ୍ଡ୍ରୋମେଡା ଷ୍ଟାର ହୋଇଥିବା ଜଣାପଡିଛି । ଯାହା ରୁଷର ପ୍ରିମୋର୍ସ୍କରୁ ଭାରତ ଆସୁଥିବା ଜଣାପଡିଛି । ତେବେ ସିପ୍ ଟ୍ରାକିଙ୍ଗ ଡାଟା ଅନୁଯାୟୀ, ହାଉତି ଆକ୍ରମଣରୁ ବର୍ତ୍ତିବା ପାଇଁ ଏହି ଜାହାଜ ନିଜର ଲୋକେସନ ବନ୍ଦ ରଖିଥିଲା ।

ଏହାମଧ୍ୟ ପଢନ୍ତୁ.. ଗାଜାରେ କରୁଣ ଚିତ୍ର: ଇସ୍ରାଏଲ ଆକ୍ରମଣରେ ଆଖି ବୁଜିଲେ ପ୍ରସୂତୀ, ଜନ୍ମ ନେଲା ଶିଶୁକନ୍ୟା - Israeli Strike

ଏହି ଆକ୍ରମଣ ନେଇ ଏବେସୁଦ୍ଧା ହାଉତି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଅନ୍ୟପଟେ ୟୁନାଇଟେଡ କିଙ୍ଗଡମ ସୈନ୍ୟବାହିନୀର ସାମୁଦ୍ରିକ ବାଣିଜ୍ୟ ଅପରେସନ୍ କେନ୍ଦ୍ର ମଧ୍ୟ ଏହି ଆକ୍ରମଣ ନେଇ ସୂଚନା ଦେଇଛି । ଜାହାଜ ନିକଟରେ ଗୋଟିଏ ମିଶାଇଲ ପଡିଥିବା ବେଳେ ଦ୍ୱିତୀୟ ମିଶାଇଲ ଭେସେଲକୁ କ୍ଷତି ପହଞ୍ଚାଇଥିବା ଦେଖାଯାଇଛି । ତେବେ ଏହି ଆକ୍ରମଣ ଆଣ୍ଡ୍ରୋମେଡା ଷ୍ଟାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି କି ନାହିଁ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଅକ୍ଟୋବରରେ ଇସ୍ରାଏଲ- ଗାଜା ଆକ୍ରମଣକୁ ନେଇ ବିରୋଧି ଗୋଷ୍ଠୀ ମୁଣ୍ଡ ଟେକିଛି । ଇସ୍ରାଏଲ ଆକ୍ରମଣକୁ ବିରୋଧ କରି ଇରାନ ସମର୍ଥିତ ହାଉତି ବିଦ୍ରୋହୀ ଗୋଷ୍ଠୀ ୟେମେନରୁ ଲୋହିତ ସାଗରରେ ବାଣିଜ୍ୟିକ ଜାହାଜଗୁଡିକୁ ଟାର୍ଗେଟ କରୁଛି । ଆମେରିକା ସାମୁଦ୍ରିକ ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁଯାୟୀ ନଭେମ୍ବରରୁ ଏବେସୁଦ୍ଧା ୫୦ ଉର୍ଦ୍ଧ୍ୱ ଜାହାଜକୁ ଟାର୍ଗେଟ କରିଛି ହାଉତି । ଯେପର୍ଯ୍ୟନ୍ତ ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧ ଶେଷ ନହେବା ପର୍ଯ୍ୟନ୍ତ ଲୋହିତ ସାଗରରେ ଆକ୍ରମଣ ବନ୍ଦ ରହିବ ନାହିଁ ବୋଲି ହାଉତି ପକ୍ଷରୁ ପୂର୍ବରୁ ଖୋଲାଖୋଲି ଚାଲେଞ୍ଜ ଦିଆଯାଇଛି । ତେବେ ଗତ ଅକ୍ଟୋବର ମାସରୁ ଇସ୍ରାଏଲ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ଆକ୍ରମଣରେ ୩୪ ହଜାରରୁ ଉର୍ଦ୍ଧ୍ୱ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଶହରୁ ଅଧିକ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.